ଆଜି ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେବେ ଉଦ୍ଧବ ଠାକରେ, ଏନସିପିକୁ ଉପମୁଖ୍ୟମନ୍ତ୍ରୀ ଏବଂ କଂଗ୍ରେସକୁ ମିଳିବ ବାଚସ୍ପତି ପଦ

Published By : Prameya-News7 Bureau | November 28, 2019 IST

ମୁମ୍ବାଇ ୨୮।୧୧: ମହାରାଷ୍ଟ୍ରର ପରବର୍ତ୍ତୀ ମୁଖ୍ୟମନ୍ତ୍ରୀ ଭାବେ ଆଜି ଶପଥ ନେବେ ଉଦ୍ଧବ ଠାକରେ । ସଂଧ୍ୟା ୬ଟା ୪୦ ମିନିଟରେ ମୁମ୍ବାଇର ଶିବାଜୀ ପାର୍କରେ ଶପଥ ଗ୍ରହଣ ଉତ୍ସବ ଅନୁଷ୍ଠିତ ହେବ । ତେବେ ସରକାରର ରୂପରେଖ କ’ଣ ହେବ ଏନେଇ ଏନସିପି-କଂଗ୍ରେସ ଓ ଶିବସେନାର ବୈଠକ ଅନୁଷ୍ଠିତ ହୋଇଥିଲା । ଏଥିରେ ନିଆଯାଇଥିବା ନିଷ୍ପତ୍ତି ଅନୁଯାୟୀ ସରକାରରେ ଜଣେ ଉପମୁଖ୍ୟମନ୍ତ୍ରୀ ଏନସିପିରୁ ରହିବେ। ତେବେ ବାଚସ୍ପତି କଂଗ୍ରେସରୁ ରହିବେ ଏବଂ ଉପବାଚସ୍ପତି ରହିବେ ଏନସିପି।

{"id":190852,"sizeSlug":"large"}

ସେହିପରି ମିଳିଥିବା ସୂଚନା ଅନୁସାରେ ଆଜି ଉଦ୍ଧବ ଠାକରେଙ୍କ ସହିତ ଶିବସେନା-ଏନସିପି-କଂଗ୍ରେସରୁ ଦୁଇ ଜଣ ଲେଖାଏଁ ମନ୍ତ୍ରୀ ଭାବେ ଶପଥ ନେବେ। ତେବେ ବହୁମତ ସାବ୍ୟସ୍ତ ପରେ ମନ୍ତ୍ରିମଣ୍ଡଳର ବିସ୍ତାର କରାଯିବ। 

{"id":190853,"sizeSlug":"large"}

ମୁମ୍ବାଇର ଶିବାଜୀ ପାର୍କରେ ଶପଥ ଗ୍ରହଣ ଉତ୍ସବ ପାଇଁ ପ୍ରସ୍ତୁତି ଜୋରଦାର କରାଯାଇଛି। ଏଥିରେ ଯୋଗ ଦେବା ଲାଗି କଂଗ୍ରେସର ଅନ୍ତରୀଣ ସଭାପତି ସୋନିଆ ଗାନ୍ଧିଙ୍କୁ ନିମନ୍ତ୍ରଣ କରାଯାଇଛି। ବିଧାୟକ ଆଦିତ୍ୟ ଠାକରେ ଦିଲ୍ଲୀରେ ସୋନିଆଙ୍କୁ ଭେଟି ଶପଥ ଗ୍ରହଣ ଉତ୍ସବକୁ ନିମନ୍ତ୍ରଣ କରିଛନ୍ତି।

{"id":190854,"sizeSlug":"large"}

ସେହିପରି ଶପଥ ଗ୍ରହଣ ଉତ୍ସବରେ ଯୋଗ ଦେବା ଲାଗି, ସମସ୍ତ କଂଗ୍ରେସ ଶାସିତ ରାଜ୍ୟର ମୁଖ୍ୟମନ୍ତ୍ରୀ, ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ଓ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜରିୱାଲଙ୍କୁ ନିମନ୍ତ୍ରଣ କରାଯାଇଛି। ତେବେ ଅନ୍ୟତ୍ର କାର୍ଯ୍ୟ ଯୋଗୁଁ କେଜରିୱାଲ ଯିବେ ନାହିଁ ବୋଲି ସ୍ପଷ୍ଟ କରିଛନ୍ତି। ପୂର୍ବତନ ପ୍ରଧାନମନ୍ତ୍ରୀ  ମନମୋହନ ସିଂହଙ୍କୁ ମଧ୍ୟ ମହା ବିକାଶ ଅଗାଧି ମେଣ୍ଟ  ପକ୍ଷରୁ ନିମନ୍ତ୍ରଣ କରାଯାଇଛି। ସେହିପରି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ଉଦ୍ଧବ ଠାକରେ ନିମନ୍ତ୍ରଣ କରିଛନ୍ତି । ଆଜି ସଂଧ୍ୟାରେ ଶପଥ ଗ୍ରହଣ ଉତ୍ସବ ଅନୁଷ୍ଠିତ ହେବ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.