Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

କେନ୍ଦ୍ରକୁ ଉଦ୍ଧବଙ୍କ ଟାର୍ଗେଟ୍, କହିଲେ- ଅଚାନକ ଲକ୍‌ଡାଉନ୍‌ ଲଗାଇବା ଭୁଲ୍ ଥିଲା, ଏହାକୁ ତୁରନ୍ତ ହଟାଇବା ମଧ୍ୟ ଭୁଲ୍ ହେବ

24/05/2020 at 6:18 PM

ମୁମ୍ବାଇ ୨୪।୦୫: ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀ ଉଦ୍ଧବ ଠାକରେ ରବିବାର ମୋଦୀ ସରକାରଙ୍କୁ ଟାର୍ଗେଟ୍ କରିଛନ୍ତି। ସେ କହିଛନ୍ତି ଦେଶରେ ଅଚାନକ ଲକ୍‌ଡାଉନ୍‌ ଲାଗୁ କରାଯାଇଥିଲା  ଏବଂ ଏବେ ଏହାକୁ ତୁରନ୍ତ ହଟାଯାଇ ପାରିବ ନାହିଁ। ମହାରାଷ୍ଟ୍ରରେ ବଢୁଥିବା କୋଭିଡ୍-୧୯ ସଂକ୍ରମିତ ସଂଖ୍ୟା ସମୟରେ ଠାକରେ କହିଛନ୍ତି, ଆଗାମୀ ବର୍ଷା ଋତୁରେ ଅତ୍ୟଧିକ ସତର୍କ ରହିବାର ଆବଶ୍ୟକତା ରହିଛି। ସେ ଟିଭିରେ ପ୍ରସାରିତ ଏକ ସନ୍ଦେଶରେ କହିଛନ୍ତି, ଅଚାନକ ଲକ୍‌ଡାଉନ୍‌ ଲାଗୁ କରିବା ଭୁଲ୍ ଥିଲା। ଏହାକୁ ତୁରନ୍ତ ହଟାଇବା ମଧ୍ୟ ବହୁତ ଭୁଲ୍ ହେବ। ଆମ ଲୋକ ପାଇଁ ଏହା  ଡବଲ ଝଟକା ହେବ।

ଉଲ୍ଲେଖନୀୟ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ କରୋନା ଭୂତାଣୁ ସଂକ୍ରମଣକୁ ରୋକିବା ଲାଗି ଦେଶବ୍ୟାପୀ ଲକ୍‌ଡାଉନ୍‌ ଘୋଷଣା କରିଥିଲେ। ଏହାର ପ୍ରଥମ ପର୍ଯ୍ୟାୟ ମାର୍ଚ୍ଚ ୨୫ରୁ ଏପ୍ରିଲ ୧୪ ଯାଏ ଥିଲା। ଏହାକୁ ବଢାଇ ମେ ୩ କରାଗଲା। ଏହାର ତୃତୀୟ ପର୍ଯ୍ୟାୟ ମେ ୧୭ ପର୍ଯ୍ୟନ୍ତ ରହିଥିଲା। ଏବେ ଲକ୍‌ଡାଉନ୍‌ ୪.୦ କିଛି କୋହଳ ସହିତ ମେ ୩୧ ପର୍ଯ୍ୟନ୍ତ ଲାଗୁ ହୋଇଛି। ଠାକରେ  କହିଛନ୍ତି କେନ୍ଦ୍ର ସରକାର କିଛିଟା ସାହାଯ୍ୟ କରିଛନ୍ତି। ସେ ଏଥିରେ କୌଣସି ରାଜନୈତିକ ବୟାନବାଜି କରିବେ ନାହିଁ। ଉଲ୍ଲେଖନୀୟ ଠାକରେଙ୍କ ପାର୍ଟି ଶିବସେନା ଗତ ବର୍ଷ ମେଣ୍ଟ ଭାଙ୍ଗି ବିଜେପିଠୁ ସଂପର୍କ ଛିନ୍ନ କରିଥିଲେ।

ମୁଖ୍ୟମନ୍ତ୍ରୀ ଠାକରେ କହିଛନ୍ତି, ମହାରାଷ୍ଟ୍ର ସରକାରଙ୍କୁ ଏ ପର୍ଯ୍ୟନ୍ତ ବସ୍ତୁ ଏବଂ ସେବା କର(ଜିଏସଟି)ର ବକାୟ ରାଶି ମିଳିନାହିଁ। ଟ୍ରେନ୍‌ରେ ପ୍ରବାସୀ ଶ୍ରମିକଙ୍କୁ ପଠାଇବାର ଖର୍ଚ୍ଚ ଆମେ ବହନ କରିଛୁ। ଏହି ବାବଦରେ କେନ୍ଦ୍ରଠୁ ଆମର ଭାଗ ବାକି ରହିଛି। କେନ୍ଦ୍ର ଏହି କାମରେ କିଛି ଖର୍ଚ୍ଚ କରି ନାହିଁ।

   Related Posts