Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ସାନଖେମୁଣ୍ଡି : ଦାଦା ବଟି ମାଗିବା ଅଭିଯୋଗରେ ଯୁବକ ଗିରଫ, ମାଉଜର ଓ ଅଫୁଟା ଗୁଳି ଜବତ
  • ||
  • ରାଜ୍ୟରେ ଆଉ ୫ କରୋନା ସଂକ୍ରମିତ ପ୍ରାଣ ହରାଇଲେ, ୧୭୪୪ରେ ପହଞ୍ଚିଲା ମୃତକଙ୍କ ସଂଖ୍ୟା
  • ||
  • ରାଜ୍ୟରେ ଚିହ୍ନଟ ହେଲେ ୩୭୮ କରୋନା ସଂକ୍ରମିତ, ୩୧୯୧୦୩ରେ ପହଞ୍ଚିଲା ଆକ୍ରାନ୍ତଙ୍କ ସଂଖ୍ୟା
  • ||
  • ଭୂକମ୍ପରେ ଥରିଲା ଋଷ୍ ଏବଂ ଆର୍ଜେଣ୍ଟିନାରେ, ରିକ୍ଟର ସ୍କେଲରେ ୬.୪ ଓ ୬.୩ ତୀବ୍ରତା
  • ||
  • କରୋନା କବଳରୁ ବର୍ତ୍ତିବା ପାଇଁ ଶ୍ରୀଲଙ୍କା ଜେଲ୍‌ରେ କଏଦୀଙ୍କ ଭୟଙ୍କର ଦଙ୍ଗା : ୮ମୃତ
  • ||
  • ନୂଆଦିଲ୍ଲୀ : ସନ୍ଦୀପ କଟାରିଆ ହେଲେ ବାଟା ଗ୍ଲୋବାଲର ସିଇଓ, ପ୍ରଥମ ଭାରତୀୟ ଭାବେ ମିଳିଲା ଦାୟିତ୍ୱ
  • ||
  • ଲ୍ୟାଣ୍ଡମାଇନ୍ ବିସ୍ଫୋରଣରେ ଉଡିଲା ଟାଟା ସୁମୋ, ୨ ଗୁରୁତର
  • ||

ମେ ୩୧ ଯାଏଁ ଲକଡାଉନ୍ ବଢାଇବାକୁ ଉଦ୍ଧବ ଠାକରେଙ୍କ ସଂକେତ : ସବୁଠାରୁ ଅଧିକ ପ୍ରଭାବିତ ମୁମ୍ବାଇରେ ଲକଡାଉନ୍ କଡାକଡି

15/05/2020 at 11:07 AM

ମୁମ୍ବାଇ ୧୫/୦୫ : ମହାମାରୀ କରୋନା ସଂକ୍ରମଣ ସଂଖ୍ୟା ସାରା ଦେଶରେ ଦ୍ରୁଢୀ ପାଇବାରେ ଲାଗିଛି | ଶତ ଚେଷ୍ଟା ସତ୍ତ୍ୱେ କରୋନାକୁ ବ୍ରେକ ଲାଗୁନି | ସଂକ୍ରମଣ ରୋକିବା ପାଇଁ ସାରା ଦେଶକୁ ଲକ ଡାଉନ ରଖାଯାଇଛି | ବର୍ତ୍ତମାନ ତୃତୀୟ ପର୍ଯ୍ୟାୟ ଲକଡାଉନ ଜାରି ରହିଛି | ତୃତୀୟ ପର୍ଯ୍ୟାୟ ଲକଡାଉନ ୧୭ ତାରିଖରେ ଶେଷ ହେବାର ଅଛି | ଏହାପରେ ଲକଡାଉନ ଅବଧି ବଢାଯିବ ନା ନାହଁ ସେନେଇ ସରକାର ସମସ୍ତ ରାଜ୍ୟର ମୁଖ୍ୟମନ୍ତ୍ରୀଙ୍କ ସହ ଆଲୋଚନା କରୁଛନ୍ତି | ତେବେ ଚତୁର୍ଥ ପର୍ଯ୍ୟାୟ ଲକଡାଉନକୁ ନେଇ ଏବେ ଯାଏଁ କୌଣସି ନିଷ୍ପତ୍ତି ନିଆଯାଇନାହିଁ | କରୋନା ଯୋଗୁଁ ମହାରାଷ୍ଟ୍ର ସବୁଠାରୁ ଅଧିକ ପ୍ରଭାବିତ ହୋଇଛି | ମହାରାଷ୍ଟ୍ରରେ ସଂକ୍ରମଣ ଦ୍ରୁତ ଗତିରେ ବଢି ଚାଲିଛି | ମହାରାଷ୍ଟ୍ରରେ ସଂକ୍ରମଣ ସଂଖ୍ୟା ୨୭ ହଜାର ୫୨୪ରେ ପହଞ୍ଚିଛି | ଗତ ୨୪ ଘଣ୍ଟା ମଧ୍ୟରେ ୧୬୦୨ ନୂଆ ମାମଲା ସାମ୍ନାକୁ ଆସିଛି | ମହାରାଷ୍ଟ୍ରରେ ଏବେ ଯାଏଁ ୨୦୧୯ ଜଣ କରୋନାରେ ପ୍ରାଣ ହରାଇ ସାରିଛନ୍ତି | ମାମଲାକୁ ଗମ୍ଭୀରତାର ସହ ନେଇ ମୁଖ୍ୟମନ୍ତ୍ରୀ ଉଦ୍ଧବ ଠାକରେ ସରକାର ଲକଡାଉନକୁ ମେ ୩୧ ତାରିଖ ପର୍ଯ୍ୟନ୍ତ ବଢାଇବାକୁ ସଂକେତ ଦେଇଛନ୍ତି |

ମହାରାଷ୍ଟ୍ର ସରକାରଙ୍କ ବୈଠକରେ ବଢି ଚାଲିଥିବା କରୋନା ଭାଇରସ ମାମଲାକୁ ନେଇ ଚିନ୍ତା ପ୍ରକଟ କରିଛନ୍ତି | ସେଥିପାଇଁ ଲକଡାଉନ ମେ ୩୧ ତାରିଖ ପର୍ଯ୍ୟନ୍ତ ବଢାଇବାକୁ ବିଚାର କରୁଛନ୍ତି | ବୈଠକରେ କୁହାଯାଇଛି ଯେ, ଚତୁର୍ଥ ପର୍ଯ୍ୟାୟ ଲକଡାଉନରେ କିଛି କୋହଳ କରାଯିବ | କିନ୍ତୁ ମୁମ୍ବାଇ, ପୁନେ, ସୋଲପୁର, ଔରଙ୍ଗାବାଦ ଏବଂ ମାଲେଗାଁଓରେ ଲକଡାଉନର କୌଣସି ନିୟମ କୋହଳ କରାଯିବ ନାହିଁ ବୋଲି ସରକାର ନିଷ୍ପତ୍ତି ନେଇଛନ୍ତି | କାରଣ ଏହିସବୁ ସ୍ଥାନରେ ସଂକ୍ରମଣ ସଂଖ୍ୟା ବଢି ବଢି ଚାଲିଛି | ଯେଉଁସବୁ ସ୍ଥାନରେ ୫୦ରୁ ଅଧିକ କଡ଼ା ମାମଲା ରହିଛି ସେଠାରେ କୌଣସି ନିୟମ କୋହଳ କରାଯିବ ନାହିଁ ବୋଲି ବୈଠକରେ କୁହାଯାଇଛି | ଅପରପକ୍ଷରେ ଗ୍ରୀନ ଜୋନରେ ଲକଡାଉନ ନିୟମରେ କୋହଳ କରାଯିବ ବୋଲି କୁହାଯାଇଛି |

ସୂଚନାଯୋଗ୍ୟ ଯେ, ଦେଶରେ କରୋନା ଯୋଗୁଁ ମହାରାଷ୍ଟ୍ର ସବୁଠାରୁ ଅଧିକ ପ୍ରଭାବିତ ହୋଇଛି | ମୁମ୍ବାଇର ସ୍ଥିତି ସବୁଠାରୁ ସଙ୍କଟାପନ୍ନ ହୋଇଯାଇଛି | ଗତ ୨୪ ଘଣ୍ଟାରେ କେବଳ ମୁମ୍ବାଇରେ ୯୯୮ ପଜିଟିଭ ମାମଲା ସାମ୍ନାକୁ ଆସିଥିବାବେଳେ ୨୫ ଜଣଙ୍କ ମୃତ୍ୟୁ ହୋଇଛି | ମୁମ୍ବାଇରେ ହାରାହାରି ପ୍ରତି ଘଣ୍ଟାରେ ଜଣକର ମୃତ୍ୟୁ ହୋଇଛି | କେବଳ ମୁମ୍ବାଇରେ ଏବେ ଯାଏଁ ୧୬ ହଜାର ୫୭୯ ଜଣ କରୋନାରେ ଆକ୍ରାନ୍ତ ହୋଇସାରିଛନ୍ତି | 

   Related Posts