ମହାରାଷ୍ଟ୍ର ରାଜନୀତି : କଂଗ୍ରେସ ନେତାଙ୍କ ସହ ଶିବସେନାର ଆଲୋଚନା, ଉଦ୍ଧବ ଠାକରେ କହିଲେ ଆଲୋଚନା ସଫଳ ହୋଇଛି
13/11/2019 at 3:58 PM

ମୁମ୍ବାଇ ୧୩।୧୧: ମହାରାଷ୍ଟ୍ର ରାଜନୀତିରେ ଅନିଶ୍ଚିତତା ଜାରି ରହିଛି। ସରକାର ଗଠନ ନେଇ କୌଣସି ଦଳ ଆବଶ୍ୟକ ସଂଖ୍ୟକ ସମର୍ଥନ ଜୁଟାଇବାରେ ବିଫଳ ହେବା ପରେ କେନ୍ଦ୍ର କ୍ୟାବିନେଟର ସୁପାରସ ମୁତାବକ ରାଜ୍ୟରେ ରାଷ୍ଟ୍ରପତି ଶାସନ ଜାରି ହୋଇଛି। ରାଷ୍ଟ୍ରପତି ଶାସନ ଜାରି ପରେ ବି ରାଜ୍ୟ ରାଜ୍ୟରାଜନୀତିରେ ହଲଚଲ ଜାରି ରହିଛି।
ସରକାର ଗଠନ ପାଇଁ ମହାରାଷ୍ଟ୍ର କଂଗ୍ରେସର ଛାମୁଆ ନେତା ଅଶୋକ ଚଭନ, ବାଲାସାହେବ ଥୋରାଟ ଏବଂ ମାନିକରାଓ ଠାକରେଙ୍କ ସହ ଶିବସେନାର ଆଲୋଚନା ସରିଛି। ପ୍ରାୟ ଏକ ଘଣ୍ଟା ଧରି ଚାଲିଥିଲା ବୈଠକ।
ବୈଠକ ପରେ ସରକାର ଗଠନ ନେଇ ଆଜି ଶିବସେନା ପକ୍ଷରୁ ବଡ ବୟାନ ଆସିଛି । ବୟାନ ଦେଇଛନ୍ତି ଶିବସେନା ସୁପ୍ରିମୋ ଉଦ୍ଧବ ଠାକରେ । ଉଦ୍ଧବ ଠାକରେ କହିଛନ୍ତି ଆଲୋଚନା ସଠିକ୍ ମାର୍ଗରେ ହୋଇଛି। ସରକାର ଗଠନ ନେଇ ଉପଯୁକ୍ତ ସମୟରେ ନିଷ୍ପତ୍ତି ନିଆଯିବ ବୋଲି କହିଛନ୍ତି ଉଦ୍ଦବ ଠାକରେ।