ମହାରାଷ୍ଟ୍ରରେ ମୁଖ୍ୟମନ୍ତ୍ରୀ ଭାବେ ଉଦ୍ଧବ ଠାକରେଙ୍କ ବର୍ଷପୂର୍ତ୍ତି, କହିଲେ-ବିଜେପି ତାଙ୍କ ପରିବାରକୁ ଟାର୍ଗେଟ୍ କରିଛି , ମୁଁ ଏତେ ତଳ ସ୍ତରକୁ ଯାଇ ପାରିବିନାହିଁ

Published By : Prameya-News7 Bureau | November 28, 2020 IST

ମୁମ୍ବାଇ ୨୮।୧୧: ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀ ଉଦ୍ଧବ ଠାକ୍‌ରେ ଶୁକ୍ରବାର ଦିନ ମହାରାଷ୍ଟ୍ର ବିକାଶ ଅଗାଡ଼ି ସରକାରର ପ୍ରମୁଖ ଭାବେ ଏକ ବର୍ଷ ପୂରଣ କରିଛନ୍ତି । ଠାକ୍‌ରେଙ୍କ ପାଇଁ ଏକ ବର୍ଷ ବିଶେଷ ଖାସ୍‌ ରହିନାହିଁ । ତାଙ୍କୁ ପୂର୍ବ ସହଯୋଗୀ ବିଜେପି ଠାରୁ ଆକ୍ରମଣ ସହିବାକୁ ପଡିଛି । କରୋନା ମହାମାରୀ ଭଳି ସଙ୍କଟ ସମୟରେ ରାଜ୍ୟକୁ ସମ୍ଭାଳିବାକୁ ପଡିଛି । କେବଳ ଏମିତି ନୁହେଁ, କେନ୍ଦ୍ର ସରକାରଙ୍କ ସହିତ ତାଙ୍କ ସଂପର୍କ ମଧ୍ୟ ଖରାପ ହୋଇଛି । ଏହାସହିତ ମହାରାଷ୍ଟ୍ରରେ ଅନ୍ୟ ସମସ୍ୟା ନେଇ ସମ୍ମୁଖୀନ ହେବାକୁ ପଡିଛି । ଉଦ୍ଧବ ଠାକ୍‌ରେ ନିଜର ଏକ ବର୍ଷ ପୂରଣ ହେବା ନେଇ ସରକାରଙ୍କୁ ଅନେକ ମୁଦ୍ଦା ଉପରେ କଥା ହୋଇଥିଲେ ।

ମହାରାଷ୍ଟ୍ରରେ ସରକାର ଭାଙ୍ଗିବାକୁ ଚେଷ୍ଟା-

ମହାରାଷ୍ଟ୍ରରେ ବିଜେପି ଅନେକ ସମୟରେ ଭବିଷ୍ୟବାଣୀ କରିଥାଏ ଯେ, ରାଜ୍ୟରେ ସରକାର ଅଧିକ ଦିନ ଚାଲିବ ନାହିଁ,  ଖୁବଶୀଘ୍ର ଭାଙ୍ଗିଯିବ । ଠାକ୍‌ରେଙ୍କୁ ଏହି ପ୍ରସଙ୍ଗରେ ନିଜ ରାୟ ମଗାଯାଇଥିଲା । ସେ କହିଥିଲେ ଯେ, ସେମାନଙ୍କୁ ଭବିଷ୍ୟବାଣୀ କରିବାକୁ ଦିଅନ୍ତୁ । ସେମାନେ ଏହିସବୁରେ ଖୁସି । ଆମେ ଯେଉଁ ସମୟରେ ସରକାର ଚଳାଉଛୁ, ଅନେକ କଠିନ ପରିସ୍ଥିତି (କରୋନା ମହାମାରୀ ) ଦେଇ ଗତିକରୁଛି । ଏହାପୂର୍ବରୁ ଯେଉଁମାନେ ସରକାର ଚଳାଉଥିଲେ, ସେମାନଙ୍କୁ ଏପରି କଠିନ ପରିସ୍ଥିତିର ସମ୍ମୁଖୀନ ହେବାକୁ ପଡିନାହିଁ ।   

କେନ୍ଦ୍ର ଓ ମହାରାଷ୍ଟ୍ର ସରକାର ମଧ୍ୟରେ ସଂପର୍କ-

କେନ୍ଦ୍ର ଓ ମହାରାଷ୍ଟ୍ର ସରକାରଙ୍କ ମଧ୍ୟରେ ସଂପର୍କକୁ ନେଇ ଠାକ୍‌ରେ କହିଥିଲେ ଯେ, ସରକାର ଚଳାଉଥିବା ଲୋକ ବା ପାର୍ଟିଙ୍କ ବିଚାରଧାରା ମହତ୍ତ୍ୱପୂର୍ଣ୍ଣ ରହିଥାଏ । କିନ୍ତୁ କେନ୍ଦ୍ର ବା ରାଜ୍ୟ ନିପକ୍ଷ ରୂପରେ କାମ କରିବା ଦରକାର । ସେପ୍ଟେମ୍ବରରେ କେନ୍ଦ୍ର ସରକାର ପିପିଇ କିଟ୍‌ ଓ ଏନ୍‌-୯୫ ମାସ୍କ ପରି ସାମଗ୍ରୀ ଯୋଗାଇବା ଉପରେ ରୋକ ଲଗାଇଥିଲେ । ଏହାଦ୍ୱାରା ରାଜ୍ୟକୁ ୨୫୦-୩୦୦କୋଟି କ୍ଷତି ସହିବାକୁ ପଡିଥିଲା । ଏହା ସହିତ ଅତିକମରେ ୩୮,୦୦୦ କରୋଟି ଟଙ୍କାର ଜିଏସ୍‌ଟି ଓ ବିଚଳନ ବକେୟା ଏବେ ବି କେନ୍ଦ୍ର ନିକଟରେ ପଡିରହିଛି ।  ବାତ୍ୟା , ବନ୍ୟା ଓ ଲଗାତର ବର୍ଷା ପରି ପ୍ରାକୃତିକ ବିପର୍ଯ୍ୟୟର ମୁକାବିଲା ପାଇଁ କୌଣସି ପ୍ରକାର ସହଯୋଗ ମିଳିନାହିଁ ।

କରୋନା ଭ୍ୟାକ୍‌ସିନ୍‌-

କରୋନା ଭ୍ୟାକ୍‌ସିନ୍‌କୁ ନେଇ ଠାକ୍‌ରେ କହିଛନ୍ତି ଯେ, ଟୀକା ପାଇଁ ଏକ ଯୋଜନାର ଆବଶ୍ୟକତା ରହିଛି । ଟୀକା ପ୍ରସ୍ତୁତ କରୁଥିବା କମ୍ପାନୀମାନଙ୍କ ଠାରୁ ଏହିସବୁ ତଥ୍ୟ ହାସଲ କରିବା ଦରକାର । ଯାହାଦ୍ୱାରା ଏହିସବୁ ଟୀକା କେତେ ତାପମାତ୍ରାରେ ରହିପାରିବ । କେତେ ପରିମାଣର ଖୁରାକର ଆବଶ୍ୟକତାକତା ରହିଛି । ଏପରି ଏନେକ କଥା ନେଇ ବର୍ତ୍ତମାନ ପର୍ଯ୍ୟନ୍ତ କୌଣସି ସ୍ପଷ୍ଟ ସୂଚନା ମିଳିନାହିଁ ।

ମହାରାଷ୍ଟ୍ର ସରକାରଙ୍କ ସଫଳତା-

ସାମ୍ବାଦିକଙ୍କ ମାନଙ୍କ ସହ କଥା ହେବା ବେଳେ ସରକାରଙ୍କ କେତେକ ସଫଳତା ନେଇ ଜବାବା ରଖିଛନ୍ତି ଉଦ୍ଧବ ଠାକ୍‌ରେ । ତାଙ୍କ ମତରେ , ରାୟଗଡ଼ା ଜିଲ୍ଲାରେ ଅନେକ ବିକାଶ କାର୍ଯ୍ୟ ଆରମ୍ଭ କରିବାକୁ ନିର୍ଣ୍ଣୟ ନେଇଛୁ ।  ଯେଉଁଥିପାଇଁ ଆବଶ୍ୟକ ଥିବା ଅର୍ଥର ଯୋଗାଡ଼ ଚାଲିଛି । ଏହାସହିତ ୨ଲକ୍ଷ କୋଟି ଟଙ୍କାର କୃଷି ଲୋନ୍‌ ଛାଡ଼ କରାଯାଇଛି । ଆମ ଦଳ ଯାହା ପ୍ରତିଶୃତି ଦେଇଥିଲେ, ତାହା ପୂରଣ କରିବା ଦିଗରେ ଅଗ୍ରସର ହୋଇଛି । କୃଷି ଲୋନ୍‌ ଛାଡ଼୍ କରିବା ଏକ ବହୁତ ବଡ଼ ନିର୍ଣ୍ଣୟ ଥିଲା । ଏହାଦ୍ୱାର ଅନେକ କୃଷକ ଲାଭ ପାଇପାରିବେ । ଆମେ କୃଷକଙ୍କ ଆୟ ୨ ଗୁଣ କିମ୍ବା ୩ ଗୁଣ କରିବାକୁ କେବେ ହେଲେ ଘୋଷଣା କରିନଥିଲେ, ନା କହିଥିଲୁ “ଆଚ୍ଛେ ଦିନ ଆୟେଗଁ”

ବିଜେପି ଓ ମୋଦିଙ୍କ ସାମ୍ନାରେ ଠାକ୍‌ରେ ?-

ବିଜେପି ଓ ମୋଦିଙ୍କ ଆଗରେ ଆପଣ ଛିଡା ହୋଇଥିବା ପ୍ରଶ୍ନର ଉତ୍ତର ଦେଇ ଉଦ୍ଧବ ଠାକ୍‌ରେ କହିଥିଲେ ଯେ, ମୋର ଏପରି କୌଣସି ଉଦ୍ଦେଶ୍ୟ ନାହିଁ । ମୁଁ ଯୋଶ ସହିତ କାମ କରୁଛି । ଅନେକ ମୁଦ୍ଧା ଉପରେ ଆଲୋଚନା ମଧ୍ୟ କରୁଛି ।  ମୁଁ କେବେ ବ୍ୟକ୍ତିଗତ ଆକ୍ଷେପ କରିନାହିଁ । କିନ୍ତୁ ସେମାନେ ସବୁବେଳେ ମୋ ପରିବାର ଉପରେ ପ୍ରତିଶୋଧ ମୂଳକ ଭାବେ ଆରୋପ କରିଥାନ୍ତି । ଯେତେବେଳେ ଆମେ ତାଙ୍କ ସହିତ ଥିଲୁ, ସେତେବେଳ ଭଲ ଥିଲୁ । ଆମେ ସେମାନଙ୍କ ପାଇଁ ପ୍ରଚାର କରୁଥିଲି, ଆମ ବିନା ସେମାନଙ୍କ ଭୋଟ ବ୍ୟାଙ୍କ କେବେବି ଭରିନଥାନ୍ତା । କିନ୍ତୁ ଏବେ ମୋ ପରିବାର ଉପରେ ଆକ୍ରୋଶମୂଳକ ଭାବେ ଆକ୍ଷେପ କରାଯାଉଛି । ଏଥିରୁ ସେମାନଙ୍କର ରାଜନୈତିକି ବିକୃତ ପ୍ରବୃତ୍ତି ଜଣାପଡୁଛି । ମୁଁ ସେମାନଙ୍କ ପରି ନୀଚ ସ୍ତରକୁ ଯାଇ ଏପରି ଆକ୍ଷେପ କରିପାରିବି ନାହିଁ ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.