Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଢେଙ୍କାନାଳ : ଭିଜିଲାନ୍ସ ଜାଲରେ ଥାନା ଅଧିକାରୀ, ଯୌତୁକ ମାମଲାରେ ଦଫା କାଟିବାକୁ ନେଉଥିଲେ ୬ହଜାର ଟଙ୍କା
  • ||
  • ନବରଙ୍ଗପୁର : କୁନ୍ଦେଇ ସରପଞ୍ଚ ନିଲମ୍ବିତ, ଭାରତମାଳା ଯୋଜନାକୁ ବିରୋଧ କରିବାରୁ କାର୍ଯ୍ୟାନୁଷ୍ଠାନ
  • ||
  • ୨ ଦିନିଆ କନ୍ଧମାଳ ଗସ୍ତରେ ଶିଶୁ ସୁରକ୍ଷା ଅଧିକାର ଅଧ୍ୟକ୍ଷା
  • ||
  • ବ୍ରହ୍ମପୁର : ବ୍ରହ୍ମପୁର ଫାଷ୍ଟଗେଟ୍ ଅଞ୍ଚଳରୁ ଜଣଙ୍କ ମୃତଦେହ ଠାବ, ହତ୍ୟା ସନ୍ଦେହ
  • ||
  • ନୀଳଗିରି: ହାତୀ ଆତଙ୍କରେ ଅଞ୍ଚଳବାସୀ
  • ||
  • ମାଲକାନଗିରି : ଯବାନ ଓ ମାଓବାଦୀଙ୍କ ମଧ୍ୟରେ ଗୁଳି ବିନିମୟ, ବିପୁଳ ପରିମାଣର ମାଓ ସାମଗ୍ରୀ ଜବତ
  • ||
  • କେନ୍ଦୁଝର : ବାଇକ୍ ଧକ୍କାରେ ଜଣେ ଗୁରୁତର, ମେଡିକାଲରେ ଭର୍ତ୍ତି
  • ||

ଉଦ୍ଧବଙ୍କ ଚ୍ୟାଲେଞ୍ଜ: ‘ସାହାସ ଅଛି ତ ମହାରାଷ୍ଟ୍ର ସରକାରକୁ ହାତ ଲଗାଅ, ଭାଙ୍ଗିକି ଦେଖାଅ’

26/07/2020 at 3:43 PM

ମୁମ୍ବାଇ ୨୬।୦୭: ମଧ୍ୟ ପ୍ରଦେଶରେ କଂଗ୍ରେସ ସରକାର ଭାଙ୍ଗିବା ପରେ ରାଜସ୍ଥାନରେ ସଚିନ ପାଇଲଟଙ୍କ ବିଦ୍ରୋହରେ ଅସ୍ଥିର ରାଜନୀତି ପରିଦୃଶ୍ୟ ମଧ୍ୟରେ ମହାରାଷ୍ଟ୍ରର ମହାବିକାଶ ଅଘାଡି ସରକାରଙ୍କ ମୁଖିଆ ଉଦ୍ଧବ ଠାକରେ ଖୋଲା ଚ୍ୟାଲେଞ୍ଜ ଦେଇଛନ୍ତି। ସେ କହିଛନ୍ତି ଯାହାକୁ ମହାରାଷ୍ଟ୍ର ସରକାର ଭାଙ୍ଗିବାର ଅଛି, ସେମାନେ ଭାଙ୍ଗିକି ଦେଖାନ୍ତୁ। କିଛି ଲୋକ କହୁଛନ୍ତି ଅଗଷ୍ଟ-ସେପ୍ଟେମ୍ବରରେ ସରକାର ଭାଙ୍ଗି ଦିଆଯିବ। ମୁଁ ତ କହୁଛୁ ଏବେ ଭାଙ୍ଗିକି ଦେଖାନ୍ତୁ। ମୁଁ ଫେବିକଲ ଲଗାଇ ବସି ନାହିଁ ବୋଲି ଶାଣିତ ସ୍ଵରରେ ହମଲା କରିଛନ୍ତି ମୁଖ୍ୟମନ୍ତ୍ରୀ ଉଦ୍ଧବ ଠାକରେ।

ଠାକରେ ଶିବସେନାର ମୁଖପତ୍ର ସାମ୍‌ନା ପାଇଁ ସାକ୍ଷାତକାର ବେଳେ ଠାକରେ ଏହା କହିଛନ୍ତି। ମହାରାଷ୍ଟ୍ରରେ କଂଗ୍ରେସ, ଏନସିପି ଓ ଶିବସେନା ମେଣ୍ଟ ସରକାରରେ କଂଗ୍ରେସ ବିଧାୟକଙ୍କ ଅସନ୍ତୁଷ୍ଟ ଖବର ବିଗତ ଦିନରେ ସାମ୍ନାକୁ ଆସିଥିଲା। ଏହା ପରେ ମହାବିକାଶ ଅଘାଡିର ଅସ୍ଥିର ଭବିଷ୍ୟତକୁ ନେଇ ପୁଣି ଥରେ ଚର୍ଚ୍ଚା ଜୋର ଧରିଥିଲା। ଏହା ମଧ୍ୟରେ ଉଦ୍ଧବ ଠାକରେ ଶନିବାର କହିଛନ୍ତି କିଛି ଲୋକ କହୁଛନ୍ତି ଅଗଷ୍ଟ-ସେପ୍ଟେମ୍ବରରେ ସରକାର ଭାଙ୍ଗି ଦେବୁ। ମୋ କହିବା କଥା ତେବେ କାହାକୁ ଆଉ ଅପେକ୍ଷା ଏବେ ଭାଙ୍ଗିକି ଦେଖାଅ।

ଠାକରେ ରାଜ୍ୟରେ ମୁଖ୍ୟ ବିରୋଧୀ ଦଳ ବିଜେପିକୁ ଇସାରା କରି ତାତ୍ସଲ୍ୟ କରି କହିଛନ୍ତି ବିଜେପିକୁ ସରକାର ଭାଙ୍ଗିବାରେ ଆନନ୍ଦ ଲାଗେ। କିଛି ଲୋକଙ୍କୁ ସରକାର ଗଢିବାରେ ଆନନ୍ଦ ମିଳିଥାଏ। କିଛି ଲୋକଙ୍କୁ ବିଗାଡିରେ ଆନନ୍ଦ ମିଳିଥାଏ। କାହାକୁ ବିଗାଡିବାର ଅଛି ହେଲେ ବିଗାଡନ୍ତୁ। ମୁଁ ଏହାକୁ ଭ୍ରୁକ୍ଷେପ କରେ ନାହିଁ।

ଠାକରେ କହିଛନ୍ତି, ଏହି ସରକାରର ଭବିଷ୍ୟତ ବିରୋଧୀ ନେତାଙ୍କ ଉପରେ ନିର୍ଭର ନୁହେଁ। ଏଥିପାଇଁ ମୁଁ କହୁଛି ସରକାର ଭାଙ୍ଗିବାର ଅଛି ତେବେ ଭାଙ୍ଗନ୍ତୁ। ମେଣ୍ଟର ତିନି ଦଳକୁ ଉଦ୍ଧବ ରିକ୍ସାର ତିନି ଚକା କହିଛନ୍ତି। ସେ କହିଛନ୍ତି ରିକ୍ସା ଗରିବଙ୍କ ବାହାନ। ବୁଲେଟ୍ ଟ୍ରେନ କିମ୍ବା ରିକ୍ସାରେ ନିର୍ବାଚନ ଲଢିବାକୁ ଥିଲେ, ମୁଁ ରିକ୍ସାକୁ ଚୟନ କରିବି ସେ କହିଛନ୍ତି। ମୁଁ ଗରିବଙ୍କ  ସହିତ ଛିଡା ହୋଇଛି।  ମୋର ଭୂମିକା ବଦଳିବାର ନାହିଁ।

   Related Posts