Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଭୁଶୁଡିଯିବ ଘାଘରା ପୋଲ ! ବିପଦରେ ଶହଶହ ଯାତ୍ରୀଙ୍କ ଜୀବନ
  • ||
  • ରାଜ୍ୟରେ ଆଉ ୬ ଜଣଙ୍କ ଜୀବନ ନେଲା କରୋନା, ମୃତ୍ୟୁ ସଂଖ୍ୟା ୮୫୨୦କୁ ବୃଦ୍ଧି
  • ||
  • ରାଜ୍ୟରେ ଖସୁଛି ଦୈନିକ ସଂକ୍ରମଣ : ୨୪ ଘଣ୍ଟାରେ ଚିହ୍ନଟ ହେଲେ ୮୫୨୦ କୋଭିଡ୍ ପଜିଟିଭ୍, ୧୨୦୪୬୬୦ରେ ପହଞ୍ଚିଲା ସଂଖ୍ୟା
  • ||
  • ରାଜଧାନୀରେ କରୋନା ବେଲଗାମ୍ : ଆଉ ୧୩ ଅଞ୍ଚଳ ମାଇକ୍ରୋ କଣ୍ଟେନମେଣ୍ଟ୍ ଜୋନ୍
  • ||
  • ଚର୍ଚ୍ଚାରେ ବଡପୋଖରୀଆ ପଞ୍ଚାୟତ : ପ୍ରତିଦ୍ୱନ୍ଦ୍ୱିତା ହେଲାନି, ନିର୍ଦ୍ୱନ୍ଦ୍ୱରେ ଚୟନ ହେଲେ ସରପଞ୍ଚ ଏବଂ ଓ୍ୱାର୍ଡ ମେମ୍ବର
  • ||
  • ରବିବାରଠୁ ବଢିବ ବର୍ଷା, ଏହି ସବୁ ଜିଲ୍ଲାକୁ ୟେଲୋ ଓ୍ୱାର୍ଣ୍ଣିଂ
  • ||
  • ପରିବା ମାର୍କେଟରେ ଅଗ୍ନିକାଣ୍ଡ, ଜଳିଗଲା ସବୁ ଦୋକାନ
  • ||

ବୁଲନ୍ଦସହରରେ ୨ ସାଧୁଙ୍କୁ ହତ୍ୟା: ଯୋଗୀଙ୍କୁ ଫୋନ କଲେ ଉଦ୍ଧବ ଠାକରେ, କହିଲେ- ଦୋଷୀ ବିରୋଧରେ କଡା କାର୍ଯ୍ୟାନୁଷ୍ଠାନ ନିଅନ୍ତୁ

28/04/2020 at 3:39 PM

ନୂଆଦିଲ୍ଲୀ ୨୮।୦୪: ୟୁପିର ବୁଲନ୍ଦସହରରେ ଦୁଇ ସାଧୁଙ୍କ ନିର୍ମମ ହତ୍ୟାକୁ ନେଇ ମହାରାଷ୍ଟ୍ରର ମୁଖ୍ୟମନ୍ତ୍ରୀ ଉଦ୍ଧବ ଠାକରେ ୟୁପି ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥଙ୍କୁ ଫୋନ କରି ଆଲୋଚନା କରିଛନ୍ତି। ଏହି ଘଟଣା ଉପରେ ଚିନ୍ତା ପ୍ରକଟ୍ କରି ମୁଖ୍ୟମନ୍ତ୍ରୀ ଠାକରେ ଏପରି ଆମନବୀୟ କାଣ୍ଡ କରିଥିବା ଅପରାଧୀ ବିରୋଧରେ କଠୋର କାର୍ଯ୍ୟାନୁଷ୍ଠାନ ନେବାକୁ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥଙ୍କୁ କହିଛନ୍ତି।

ଉଦ୍ଧବ ଠାକରେ କହିଛନ୍ତି ପାଲଘର ଘଟଣାରେ ଆମେ ଯେଉଁ ଭଳି କାର୍ଯ୍ୟାନୁଷ୍ଠାନ କରିଛୁ, ଠିକ୍ ସେହି ଭଳି ଆପଣ ମଧ୍ୟ ଦୋଷୀଙ୍କୁ ଦଣ୍ଡ ଦିଅନ୍ତୁ। ଏହା ସହିତ ଠାକରେ ଅପିଲ୍ କରିଛନ୍ତି ଏହି ଘଟଣାକୁ କେହି ହେଲେ ସାଂପ୍ରଦାୟିକ ରଙ୍ଗ ଦିଅନ୍ତୁ ନାହିଁ। ଉଲ୍ଲେଖନୀୟ ପାଲଘର ଘଟଣାରେ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ମୁଖ୍ୟମନ୍ତ୍ରୀ ଠାକରେ ସହ ଫୋନରେ କଥାବାର୍ତ୍ତା ହୋଇଥିଲେ।

ଅନ୍ୟପଟେ ଶିବସେନା ନେତା ସଞ୍ଜୟ ରାଉତ ବିଜେପିକୁ ଟାର୍ଗେଟ୍ କରିଛନ୍ତି। ସେ କହିଛନ୍ତି ଉତ୍ତର ପ୍ରଦେଶରେ ପୁରୋହିତଙ୍କ ହତ୍ୟାକୁ ମହାରାଷ୍ଟ୍ରର ପାଲଘର ଘଟଣା ପରି ସାଂପ୍ରଦାୟିକ ରଙ୍ଗ ଦେବା ଉଚିତ୍ ନୁହେଁ। ଏହି ଘଟଣାରେ ମୁଖ୍ୟମନ୍ତ୍ରୀ ଉଦ୍ଧବ ଠାକରେ ମୁଖ୍ୟମନ୍ତ୍ରୀ ଯୋଗୀଙ୍କୁ ଫୋନ୍ କରି ଚିନ୍ତା ପ୍ରକଟ୍ କରିଛନ୍ତି।

ପୂରା  ଘଟଣା କଣ

ବୁଲନ୍ଦସହରର ଅନୁପସହର କ୍ଷେତ୍ର ଅଞ୍ଚଳରେ ସ୍ଥିତ ଏକ ଗାଁରେ ଥିବା ପୁରୁଣା ମନ୍ଦିରରେ ଦୁଇ ସାଧୁଙ୍କୁ ସୋମବାର ବିଳମ୍ବିତ ରାତ୍ରିରେ ଅତି ନିର୍ମମ ଭାବେ ହତ୍ୟା କରାଯାଇଥିଲା। ଅଭିଯୁକ୍ତ ସାଧୁଙ୍କ ଚିମଟା ଚୋରିଥିଲା, ଏହାକୁ ନେଇ ସାଧୁ କିଛି କହିଥିଲେ। ସାଧୁଙ୍କ କଥାରେ ଆରୋପି ଉତ୍‌କ୍ଷୀପ୍ତ ହୋଇ ପ୍ରତିଶୋଧପରାୟଣ ହୋଇ ହତ୍ୟା କରିଥିଲା। ଗାଁ ଲୋକ ଆରୋପି ଧରି ପୋଲିସ ହାତରେ ଦେଇଛନ୍ତି। ଜିଲ୍ଲାପାଳ ରବିନ୍ଦ୍ର କୁମାର କହିଛନ୍ତି ଆରୋପି ଏ ପର୍ଯ୍ୟନ୍ତ ହୋଇଥିବା ଜେରାରେ ସାଧୁଙ୍କୁ ହତ୍ୟା କରିଥିବା ସ୍ଵୀକାର କରିଛି।

   Related Posts