ନାଁ ନ ନେଇ କଙ୍ଗନାଙ୍କୁ ତାତ୍ସଲ୍ୟ କଲେ ଉଦ୍ଧବ, କହିଲେ- ଲୋକ ମୁମ୍ବାଇ ଆସି ନାଁ କମାଉଛନ୍ତି, କିନ୍ତୁ ଋଣ ସୁଝନ୍ତି ନାହିଁ
7/09/2020 at 6:26 PM

ମୁମ୍ବାଇ ୦୭/୦୯: କଙ୍ଗନା-ଶିବସେନା ବିବାଦ ମଧ୍ୟରେ ଏବେ ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀ ଉଦ୍ଧବ ଠାକରେ ସାମ୍ନାକୁ ଆସିଛନ୍ତି। ଉଦ୍ଧବ ଠାକରେ ନାଁ ନେଇ ଅଭିନେତ୍ରୀ କଙ୍ଗନାଙ୍କୁ ଇଙ୍ଗିତ କରିଛନ୍ତି। ସେ କହିଛନ୍ତି କିଛି ଲୋକ ମୁମ୍ବାଇ ଆାସନ୍ତି ଓ ନାଁ କମାନ୍ତି। ସେମାନେ କିନ୍ତୁ ମୁମ୍ବାଇର ଋଣ ସୁଝନ୍ତି ନାହିଁ।
ଗତ କିଛି ଦିନ ହେବ କଙ୍ଗନା ଓ ଶିବସେନା ମଧ୍ୟରେ ବିବାଦ ଚର୍ଚ୍ଚାର କେନ୍ଦ୍ରବିନ୍ଦୁ ପାଲଟିଛି। ଶିବସେନା ନେତା ସଞ୍ଜୟ ରାଉତ କଙ୍ଗନା ରଣାଓ୍ବତଙ୍କୁ ସମାଲୋଚନା କରି ଆସୁଛନ୍ତି। ମହାରାଷ୍ଟ୍ରରେ କଙ୍ଗନାଙ୍କ ବିରୋଧରେ ବିକ୍ଷୋଭ ପ୍ରଦର୍ଶନ କରାଯିବ ସହ ତାଙ୍କ ଫଟୋକୁ ଚପଲ ମାଡ ବି ଦିଆଯାଉଛି। କାରଣ କଙ୍ଗନା ମୁମ୍ବାଇକୁ ପାକିସ୍ତାନ ଅଧିକୃତ କଶ୍ମୀର ବୋଲି କହିଥିଲେ।

ଏହା ପରେ କଙ୍ଗନାଙ୍କ ବିରୋଧରେ ମହାରାଷ୍ଟ୍ର ଗୃହମନ୍ତ୍ରୀ କହିଥିଲେ, ଯଦି ମୁମ୍ବାଇ ଡର ଲାଗୁଛି ତେବେ ସେ ନ ଆସନ୍ତୁ। ଏହା ଉପରେ ପ୍ରତିକ୍ରିୟା ରଖି ଶିବସେନା ନେତା ସଞ୍ଜୟ ରାଉତ କଙ୍ଗନାଙ୍କୁ କ୍ଷମା ମାଗିବା ଦରକାର ବୋଲି କହିଥିଲେ। ଏହା ପରେ କଙ୍ଗନା ଖୋଲା ଚାଲେଞ୍ଜ କରି କହିଥିଲେ, ସେପ୍ଟେମ୍ବର ୯ରେ ସେ ମୁମ୍ବାଇ ଆସିବେ ଏବଂ ଯଦି କାହାର ସାହସ ଅଛି ତେବେ ତାଙ୍କୁ ଅଟକାଇ ଦେଖନ୍ତୁ।
ତେବେ ଆାଜି କଙ୍ଗନାଙ୍କୁ ଓ୍ଵାଇ ପ୍ଳସ୍ ସ୍ତରୀୟ ସୁରକ୍ଷା ଯୋଗାଇ ଦେବାକୁ କେନ୍ଦ୍ର ଗୃହ ମନ୍ତ୍ରଣାଳୟ ନିର୍ଦ୍ଦେଶ ଦେଇଛି। କାରଣ ହିମାଚଳ ପ୍ରଦେଶ ସରକାର ଏଥି ପାଇଁ କେନ୍ଦ୍ର ଗୃହ ମନ୍ତ୍ରାଳୟକୁ ସୁପାରିସ କରିଥିଲେ। ମୁମ୍ବାଇ ପୋଲିସ୍ ଉପରେ ତାଙ୍କର ଭରସା ନାହିଁ । ଅନ୍ୟଠାରୁ ସେ ସୁରକ୍ଷା ଚାହୁଁଥିବା କଙ୍ଗନା କହିଥିଲେ।