Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଭୁବନେଶ୍ବର : ହାତ ଟେକିଦେଲେ ବାଚସ୍ପତି, କହିଲେ- ଯଦି ସବୁ ସଦସ୍ୟ ଗୃହ ଚଲାଇବାକୁ ପ୍ରସ୍ତୁତ ନୁହଁନ୍ତି, ତେବେ ମୁଁ କ’ଣ କରିବି ?
  • ||
  • ଭୁବନେଶ୍ବର : ମମିତା ମେହେର ହତ୍ୟା ପ୍ରସଙ୍ଗ : ଆସନ୍ତା ୧୦ରେ ବିଧାନସଭା ଘେରାଉ କରିବ ଛାତ୍ର କଂଗ୍ରେସ
  • ||
  • ପରଲୋକରେ ପଦ୍ମଶ୍ରୀ ନନ୍ଦ ସାର୍, ୧୦୪ ବର୍ଷରେ ଚିକିତ୍ସାଧୀନ ଅବସ୍ଥାରେ ଦେହାନ୍ତ
  • ||
  • ଭୁବନେଶ୍ବର : ରିପୋର୍ଟ ଆସିବା ପରେ ନିୟମ ଅନୁସାରେ ଚାଷୀଙ୍କୁ କ୍ଷତିପୂରଣ ଦିଆଯିବ : ମନ୍ତ୍ରୀ ସୁଦାମ ମାରାଣ୍ଡି
  • ||
  • ଭୁବନେଶ୍ବର : ବିଡିଏ ଫେରାଇବ ସର୍ବକ୍ଷମା ଯୋଜନାର ଅଧିକ ଫାଇନ୍, ଆବେଦନର ଶେଷ ତାରିଖ ୧୦ ଡିସେମ୍ବର
  • ||
  • ଖୋର୍ଦ୍ଧା : ଭିଜିଲାନ୍ସ ହାତରେ ଧରାପଡିଲେ ନିର୍ବାହୀ ଯନ୍ତ୍ରୀ, ବିଲ୍ କରାଇ ଦେବାକୁ ଠିକାଦାରଙ୍କଠୁ ନେଉଥିଲେ ୧୦ ହଜାର
  • ||
  • ଟିଟିଲାଗଡ : ପୁରୀ-ଅଜମେର ଟ୍ରେନ୍‌ରେ ନିଆଁ, ଟ୍ରାକ୍‌ରେ ବ୍ରେକ୍ ଘସି ହୋଇ ଧୂଆଁ ବାହାରୁଥିଲା
  • ||
  • ରୋହିଙ୍ଗ୍ୟା ବିରୋଧୀ ହିଂସା ପାଇଁ ଫେସବୁକ ଦାୟୀ ! ୧୫୦ ବିଲିୟନ ପାଉଣ୍ଡର କ୍ଷତିପୂରଣ ଦେବାକୁ ମାମଲା
  • ||
  • କଳାହାଣ୍ଡି : ଇଚ୍ଛା ମୃତ୍ୟୁ ଆବେଦନକାରୀଙ୍କୁ ସାହା ହେଲା BSKY, ଯୋଜନାରେ ଆରମ୍ଭ ହେଲା ଚିକିତ୍ସା
  • ||
  • ତୁରେଇକେଲା ବ୍ଲକରେ ମାତିଲେ ୩୦ ଟିକିଆ ହାତୀପଲ, ଭାଙ୍ଗିଦେଲେ ଘର ଛପର
  • ||

କଂଗ୍ରେସ ଚାପରେ ମୁଣ୍ଡ ନୁଆଁଇଲେ ଉଦ୍ଧବ ଠାକରେ, ମହାରାଷ୍ଟ୍ରରେ ନୂତନ କୃଷି ଆଇନ୍ ଲାଗୁ ଆଦେଶ ପ୍ରତ୍ୟାହାର

30/09/2020 at 5:44 PM

ମୁମ୍ବାଇ ୩୦।୦୯: କଂଗ୍ରେସ ଚାପରେ ମୁଣ୍ଡ ନୁଆଇଁଲେ ମୁଖ୍ୟମନ୍ତ୍ରୀ ଉଦ୍ଧବ ଠାକରେ।  କଂଗ୍ରେସ ପକ୍ଷରୁ କ୍ୟାବିନେଟ୍ ବୈଠକ ବହିଷ୍କାର ଧମକ ପରେ ମହାରାଷ୍ଟ୍ର ସରକାର ବୁଧବାର ଅଗଷ୍ଟରେ ନୂତନ କୃଷି ଆଇନ ଲାଗୁ କରିବାକୁ ଦେଇଥିବା ଆଦେଶ ପ୍ରତ୍ୟାହାର ନେଇଛନ୍ତି। ରାଜ୍ୟ ସରକାରରେ ସହଯୋଗୀ କଂଗ୍ରେସ ଓ ରାଷ୍ଟ୍ରବାଦୀ କଂଗ୍ରେସ ପାର୍ଟି(ଏନସିପି) ପକ୍ଷରୁ ମହାରାଷ୍ଟ୍ରରେ କୃଷି ଆଇନକୁ ବିରୋଧ କରି ଏହାକୁ କୃଷକ ବିରୋଧୀ କହିବା ପରେ ଉଦ୍ଧବ ସରକାରଙ୍କ ନେତୃତ୍ଵାଧୀନ ମେଣ୍ଟ ସରକାର ନୂତନ କୃଷି ଆଇନକୁ ଲାଗୁ କରିବା ନେଇ ବର୍ତ୍ତମାନ ଦ୍ଵନ୍ଦ୍ଵାତ୍ମକ ସ୍ଥିତିରେ ଥିଲେ। ନିକଟରେ ସଂସଦର ଉଭୟ ଗୃହରେ ପ୍ରବଳ ବିରୋଧ ମଧ୍ୟରେ କୃଷି ବିଧେୟକ ଗୃହୀତ ହୋଇଥିଲା।

ଗତ ସପ୍ତାହରେ ମହାରାଷ୍ଟ୍ରର ଉପ ମୁଖ୍ୟମନ୍ତ୍ରୀ ତଥା ଏନସିପି ନେତା ଅଜିତ୍ ପାଓ୍ଵାର ଘୋଷଣା କରିଥିଲେ ଯେ, ରାଜ୍ୟ ସରକାର କୃଷି ସୁଧାର ଆଇନକୁ ରାଜ୍ୟରେ ଲାଗୁ କରିବେ ନାହିଁ। ସୋମବାର କଂଗ୍ରେସ ଅଧ୍ୟକ୍ଷ ସୋନିଆ ଗାନ୍ଧୀ କଂଗ୍ରେସ ଶାସିତ ରାଜ୍ୟରେ ଯଥାସମ୍ଭବ ଆଇନର ଦିଗ ଦେଖିବା ସହିତ କୃଷକଙ୍କ ବିରୋଧରେ ହେଉଥିବା ଘୋର ଅନ୍ୟାୟକୁ ରୋକିବା ଦିଗରେ ପଦକ୍ଷେପ ନେବାକୁ କହିଛନ୍ତି। ମହାରାଷ୍ଟ୍ର କଂଗ୍ରେସ ଅଧ୍ୟକ୍ଷ ବାଲା ସାହେବ ଥୋରାଟ ଏହା ପୂର୍ବରୁ ଦାବି କରିଥିଲେ ଯେ, ସମସ୍ତ ତିନି କ୍ଷମତାସୀନ ଦଳ ନୂତନ ଆଇନକୁ ବିରୋଧ କରିଛନ୍ତି।

ଉଲ୍ଲେଖନୀୟ ସଂସଦର ଉଭୟ ଗୃହରେ ପ୍ରବଳ ହଟ୍ଟଗୋଳ ଏବଂ ବିରୋଧ ମଧ୍ୟରେ ନୂତନ କୃଷି ବିଧେୟକ ପାରିତ ହୋଇଥିଲା। ଏହା ପରେ ରାଷ୍ଟ୍ରପତି ରାମନାଥ କୋବିନ୍ଦ ତିନି ବିଧେୟକୁ ମଞ୍ଜୁରୀ ଦେବା ପରେ ଏହା ଆଇନରେ ପରିଣତ ହୋଇଥିଲା। ସମସ୍ତ ରାଜନୈତିକ ଦଳ ଏବଂ ଅନେକ କୃଷି ସଂଗଠନ ଏହି ବିଧେୟକ ଉପରେ ଦସ୍ତଖତ ନକରିବାକୁ ରାଷ୍ଟ୍ରପତିଙ୍କୁ ଅପିଲ୍ କରିଥିଲେ।  

   Related Posts