ଫଡଣବିସଙ୍କ ସୁରକ୍ଷା ବ୍ୟବସ୍ଥାକୁ କମାଇ ଦେଲେ ଉଦ୍ଧବ ସରକାର, ବୁଲେଟ୍ ପ୍ରୁଫ୍ ଗାଡି ମଧ୍ୟ ଛଡାଇ ନେଲେ

Published By : Prameya-News7 Bureau | January 10, 2021 IST

ମୁମ୍ବାଇ ୧୦।୦୧:  ମହାରାଷ୍ଟ୍ରର ଉଦ୍ଧବ ଠାକରେ ସରକାର ରବିବାର ବଡ ପଦକ୍ଷେପ ଉଠାଇଛି। ମହାରାଷ୍ଟ୍ର ସରକାର ପୂର୍ବତନ ମୁଖ୍ୟମନ୍ତ୍ରୀ ଓ ରାଜ୍ୟ ବିଧାନସଭାରେ ବିରୋଧୀ ଦଳ ନେତା ଦେବେନ୍ଦ୍ର ଫଡଣବିସଙ୍କ ସୁରକ୍ଷା ହ୍ରାସ କରିଛନ୍ତି। ଏହା ବ୍ୟତୀତ ଫଡଣବିସଙ୍କ ସୁରକ୍ଷାରେ ମୁତୟନ ବୁଲେଟ୍‌ ପ୍ରୁଫ ଗାଡିକୁ ମଧ୍ୟ ପ୍ରତ୍ୟାହାର କରି ନିଆଯାଇଛି। ଅପରପକ୍ଷେ ଭାରତୀୟ ଜନତା ପାର୍ଟି ମହାରାଷ୍ଟ୍ର ସରକାରଙ୍କ ଏହି ପଦକ୍ଷେପକୁ କଡା ସମାଲୋଚନା କରିଛନ୍ତି। ଏଥିସହ ଏହାକୁ ରାଜନୈତିକ ଉଦ୍ଦେଶ୍ୟ ପ୍ରଣୋଦିତ କହିଛନ୍ତି।

wp:html /wp:html

ମହାରାଷ୍ଟ୍ରର ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ବିଜେପି ନେତା ଦେବେନ୍ଦ୍ର ଫଡଣବିସ, ମହାରାଷ୍ଟ୍ର ନବ ନିର୍ମାଣ ସେନା(ଏମଏନଏସ)ର ମୁଖ୍ୟ ରାଜ ଠାକରେ ଓ ଅନ୍ୟ ଲୋକଙ୍କ ସୁରକ୍ଷା ବ୍ୟବସ୍ଥାକୁ ହ୍ରାସ କରାଯାଇଛି। ଏହା ବ୍ୟତୀତ ବିଜେପି ରାଜ୍ୟ ସଭାପତି ଚନ୍ଦ୍ରକାନ୍ତ ପାଟିଲ, ସୁଧୀର ମୁନଙ୍ଗଟିଓ୍ଵାର ସହିତ କିଛି ବିଜେପି ନେତାଙ୍କ ସୁରକ୍ଷା କଭରକୁ  ହଟାଇ ଦିଆଯାଇଛି।

ଉଦ୍ଧବ ସରକାର ମହାରାଷ୍ଟ୍ର ବିଧାନ ପରିଷଦରେ ବିରୋଧୀ ନେତା ପ୍ରବୀଣ ଦରେକର ଓ ବିଜେପି ବିଧାୟକ ପ୍ରସାଦ ଲାଡଙ୍କ ସୁରକ୍ଷାକୁ ମଧ୍ୟ କମ କରାଯାଇଛି। ଅନ୍ୟପଟେ ରାଜ ଠାକରେଙ୍କ ଜେଡ୍‌ ଶ୍ରେଣୀର ସୁରକ୍ଷାକୁ ଓ୍ଵାଇ ପ୍ଲସ୍ ଶ୍ରେଣୀରେ ବଦଳା ଯାଇଛି। ମହାରାଷ୍ଟ୍ରର ଉଦ୍ଧବ ଠାକରେ ସରକାରଙ୍କ ଏହି ନିଷ୍ପତ୍ତି ଉପରେ ବିଜେପି ହମଲା କରିଛି। ବିଜେପି ମୁଖପାତ୍ର କେଶବ ଉପାଧ୍ୟାୟ ଉଦ୍ଧବ ଠାକରେ ସରକାରଙ୍କ ନିଷ୍ପତ୍ତିକୁ ରାଜନୈତିକ ଉଦ୍ଦେଶ୍ୟ ପ୍ରଣୋଦିତ କହିଛନ୍ତି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.