ବିବାଦ ଘେରରେ ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀ ଉଦ୍ଧବ ଠାକରେ: ଆଜି ଅପରାହ୍ନ ୧ଟାରେ ଜନତାଙ୍କୁ କରିବେ ସମ୍ବୋଧିତ

Published By : Prameya-News7 Bureau | September 13, 2020 IST

ମୁମ୍ବାଇ ୧୩/୦୯ : ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀ ଉଦ୍ଧବ ଠାକରେ ଆଜି ଅପରାହ୍ନ ଗୋଟାଏ ବେଳେ ରାଜ୍ୟର ଜନତାଙ୍କୁ ସମ୍ବୋଧିତ କରିବେ । ଭିଡିଓ କନଫରେନସିଂ ଜରିଆରେ ସେ ଜନତାଙ୍କ ସହ କଥାବାର୍ତ୍ତା କରିବେ । ମହାରାଷ୍ଟ୍ର ସରକାର ଲଗାତାର ଅନେକ ବିବାଦ ମଧ୍ୟରେ ଘେରି ରହିଛନ୍ତି । ତାଙ୍କୁ ନେଇ ନାନା ସମାଲୋଚନା ହେଉଛି । ଅପରପକ୍ଷରେ ରାଜ୍ୟରେ କରୋନା ମାମଲା ସର୍ବାଧିକ ରହିଛି ।

ବଲିଉଡ ଅଭିନେତ୍ରୀ କଙ୍ଗନା ରାଣବାତ ଓ ମହାରାଷ୍ଟ୍ର ସରକାରଙ୍କ ମଧ୍ୟରେ ଚାଲିଥିବା ଉତ୍ତେଜବ ମଧ୍ୟରେ ରବିବାର ଦିନ କଙ୍ଗନା ମହାରାଷ୍ଟ୍ର ରାଜ୍ୟପାଳ ଭଗତ ସିଂହ କୋଶ୍ୟରିଙ୍କୁ ସାକ୍ଷାତ କରିବେ। ରବିବାର ଅପରାହ୍ନ ସାଢେ ୪ଟା ସମୟରେ ସେ ରାଜ୍ୟପାଳଙ୍କୁ ସାକ୍ଷାତ କରିବେ ।

ଦେଶର ଆର୍ଥିକ ରାଜଧାନୀ ମୁମ୍ବାଇରେ ପୂର୍ବତନ ନୌସେନା ଅଧିକାରୀଙ୍କୁ ମାଡ ମାରିଥିବା ଘଟଣାକୁ ମଧ୍ୟ ନିନ୍ଦା କରାଯାଇଛି । ୬୫ ବର୍ଷ ବୟସ୍କ ନୌସେନା ଅଧିକାରୀ ମଦନ ଶର୍ମାଙ୍କ ଅଭିଯୋଗ ପରେ ଶିବସେନା ପ୍ରମୁଖ କଦମ କମଲେସ ଓ ତାଙ୍କର ୫ ସହଯୋଗୀଙ୍କୁ ସମତା ନଗର ଥାନା ପୋଲିସ ଗିରଫ କରିଥିଲା ।

ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀ ଉଦ୍ଧବ ଠାକରେଙ୍କ ଏକ କାର୍ଟୁନ ସୋସିଆଲ ମିଡ଼ିଆରେ ସେୟାର କରିବାକୁ ନେଇ ଶିବସେନା କର୍ମୀ ପୂର୍ବତନ ନୌସେନା ଅଧିକାରୀ ମଦନ ଶର୍ମାଙ୍କୁ ତାଙ୍କ ଘର ବାହାରେ ମାରପିଟ କରିଥିଲେ । ମାମଲାକୁ ଅନେକ ମହଲରେ ନିନ୍ଦା କରାଯାଇଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.