‘ମୋ ପୁଅ ଆତ୍ମହତ୍ୟା କରିନାହିଁ, ତାକୁ ହତ୍ୟା କରାଯାଇଛି’....

Published By : Prameya-News7 Bureau | January 27, 2020 IST

ସୋର ୨୭।୦୧: ମୋ ପୁଅ ଆତ୍ମହତ୍ୟା କରିନାହିଁ ବରଂ ତାକୁ ସୁପରିକଳ୍ପିତ ଭାବେ ହତ୍ୟା କରାଯାଇଛି । ବାଲେଶ୍ବର ଜିଲ୍ଲା ସୋର ଥାନା ଜଗନ୍ନାଥପୁର ଗାଁର ଧିରେନ୍ଦ୍ର ପଣ୍ଡାଙ୍କ ପୁଅ ସ୍ବର୍ଗତ ଉଦୟ ନାରାୟଣ ପଣ୍ଡାଙ୍କ ମୃତ୍ୟୁ ହୋଇଥିଲା । ସାମ୍ବାଦିକ ସମ୍ମିଳନୀ ଜରିଆରେ ପରିବାଲୋକ ଅଭିଯୋଗ ଆଣିଛନ୍ତି ।

{"id":216512,"sizeSlug":"large"}

ସୂଚନାଯୋଗ୍ୟ ଯେ, ରାୟଗଡା ଜିଲ୍ଲା କାଶିପୁର ବ୍ଲକ ମାଙ୍କଡଝୁଲା ଗାଁର ଏକ ହାଇସ୍କୁଲରେ ବିଜ୍ଞାନ ଶିକ୍ଷକ ଭାବେ କାର୍ଯ୍ୟ କରୁଥିଲେ ଉଦୟ ନାରୟଣ ପଣ୍ଡା । ଗତ ୧୫ ତାରିଖ ରାତିରେ ବେକରେ ଗାମୁଛା ଲଗାଇ ଆତ୍ମହତ୍ୟା କରିଥିବା ଘଟଣାକୁ ସ୍ବର୍ଗତ ଉଦୟ ନାରାୟଣଙ୍କ ପରିବାର ଅସ୍ବୀକରା କରିଛନ୍ତି ।  ଜଗନ୍ୱାଥପୁରରେ ଏକ ସାମ୍ବାଦିକ ସମିଳନୀ କରି ଏହାକୁ ସୁଚିନ୍ତିତ ହତ୍ୟାକାଣ୍ଡ ବୋଲି ପରିବାର ଲୋକ ଅଭିଯୋଗ କରିଛନ୍ତି। ବିଦ୍ୟାଳୟର ପ୍ରଧାନ ଶିକ୍ଷୟତ୍ରୀ ଏବଂ ତାଙ୍କ ସ୍ବାମୀ ଯିଏକି ସେହି ବିଦ୍ୟାଳୟରେ ହିନ୍ଦି ଶିକ୍ଷକ  ଓ ଗଣିତ ଶିକ୍ଷକ ଭାବେ କାର୍ଯ୍ୟ କରନ୍ତି । ଏହି ତିନି ଶିକ୍ଷକଙ୍କୁ ପୂର୍ବରୁ ଉଦୟଙ୍କୁ ବକେୟା ଦରମା ମାଗିବାରୁ ହତ୍ୟା ଧମକ ଦେଇଥିବା  ପରିବାର ପକ୍ଷରୁ ଅଭିଯୋଗ କରାଯାଇଛି । ଘଟଣାର ନିରପେକ୍ଷ ତଦନ୍ତ କରି ଦୋଷୀମାନଙ୍କ ବିରୋଧରେ ଦୃଢ କାର୍ଯ୍ୟାନୁଷ୍ଠାନ ଦାବି କରିଛନ୍ତି ଉଦୟଙ୍କ ପରିବାରଲୋକ ।

{"id":216516,"sizeSlug":"large"}

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.