ବିନା ଅନୁମତିରେ ଚାଲିଛି ସେଲଟର ହୋମ; ବାସ୍ତବ ସ୍ଥିତି ପରଖିଥିଲା ନ୍ୟୁଜ ୭ ଟିମ

Published By : Prameya-News7 Bureau | December 02, 2018 IST

ଉଦଳା ୨/୧୨ : ଢେଙ୍କାନାଳ ଠାରେ ଗୁଡ ନିଉଜ୍ ଡ୍ରିମ୍ ହାଉସ ସେଲଟର ହୋମରେ ଯୌନ କଳେଙ୍କାରୀ ଘଟଣା ପଦାକୁ ଆସିବା ପରେ ରାଜ୍ୟର ବିଭିନ୍ନ ସ୍ଥାନରେ ଥିବା ସେଲଟର ହୋମ ଗୁଡିକରେ ଚାଲିଛି ତନାଘନା । ମୟୁରଭଞ୍ଜ ଜିଲ୍ଲା ଉଦଳା ଠାରେ ଥିବା ସେଲଟର ହୋମ୍ ବିନା ଅନୁମତିରେ ଚାଲିଥିବା ଏକ୍ସକ୍ଲୁସିଭ୍ ତଥ୍ୟ ଲାଗିଛି ନ୍ୟୁଜ ୭ ହାତରେ । ମୟୁରଭଞ୍ଜ ଜିଲ୍ଲା ଉଦଳା ବ୍ଲକ ଚୁଳିଆପୋଷି ଠାରେ ରହିଛି ଏହି ସେଲଟର ହୋମ । ଏହି ସେଲଟର ହୋମର ବାସ୍ତବ ସ୍ଥିତି ପରଖିଥିଲା ନ୍ୟୁଜ ୭ ଟିମ । ଏହି ସେଲଟର ହୋମ ବିନା ଅନୁମତି ଚାଲୁଥିବା ଲାଗିଛି ତଥ୍ୟ । ଗତ ୨୦୧୫ ମସିହା ମାର୍ଚ୍ଚ ୩୧ ତାରିଖ ଠାରୁ ଚଳିତ ବର୍ଷ ମାର୍ଚ୍ଚ ୩୦ ତାରିଖ ପର୍ଯ୍ୟନ୍ତ ଏହି ସେଲଟର ହୋମ ପାଇଁ ରେକଗନାଇଜେସନ୍ ଜିଲ୍ଲା ପ୍ରଶାସନ ପ୍ରଦାନ କରିଥିବାବେଳେ ଏହି ଅବଧି ଆଜିକୁ ୮ ମାସ ହେବ ଶେଷ ହୋଇଯାଇଛି । କିନ୍ତୁ ଏହା ପରେ ମଧ୍ୟ ବିନା ଅନୁମତିରେ ଚାଲିଛି ଏହି ସେଲଟର ହୋମ । ହେଲେ ଏଥିପ୍ରତି ଜିଲ୍ଲା ପ୍ରଶାସନ କିମ୍ବା ସ୍ଥାନୀୟ ପ୍ରଶାସନ କିମ୍ବା ପୋଲିସର କୌଣସି ନଜର ନ ପଡିବା ନିଶ୍ଚିତ ଭାବେ ଚିନ୍ତାଜନକ ବିଷୟ । ଏହା ସହିତ ଏଠାରେ ଥିବା ଅନ୍ତେବାସୀମାନେ ଏଠାକୁ ବିଦେଶୀମାନେ ଆସୁଥିବା ସ୍ବୀକାର କରିଛନ୍ତି | ତେବେ ପୁରା ଘଟଣା ଜଣାପଡିବା ପରେ ସେମାନଙ୍କ ଉପରେ ହୋଇଥିବା ଅତ୍ୟାଚାରକୁ ଚପାଇ ଦେବାକୁ ଉଦ୍ୟମ କରାଯାଇଥାଇପାରେ ବୋଲି ସନ୍ଦେହ କରାଯାଉଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.