Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • IIFLରୁ ସୁନା ଲୁଟ୍ ମାମଲା : ଆଉ ୨ ଜଣଙ୍କୁ ବାନ୍ଧିଲା ପୋଲିସ, ମୁଖ୍ୟ କାର୍ପଟଦାର ଲାଲାର ଥିଲେ ସହଯୋଗୀ
  • ||
  • ଭୁବନେଶ୍ୱର : ରାଜ୍ୟରେ ଆଉ ୧୨ କରୋନା ସଂକ୍ରମିତ ପ୍ରାଣ ହରାଇଲେ, ୧୭୩୦ରେ ପହଞ୍ଚିଲା ମୃତକଙ୍କ ସଂଖ୍ୟା
  • ||
  • ଭୁବନେଶ୍ୱର : ରାଜ୍ୟରେ ଚିହ୍ନଟ ହେଲେ ୫୫୦ କରୋନା ସଂକ୍ରମିତ, ୩୧୭୭୮୯ରେ ପହଞ୍ଚିଲା ଆକ୍ରାନ୍ତଙ୍କ ସଂଖ୍ୟା
  • ||
  • କନ୍ଧମାଳ : କନ୍ଧମାଳରେ ଅପରେସନ ଗ୍ରୀନ କ୍ଲିନ୍ , ପୁଣି ୧୯ କୋଟି ଟଙ୍କାର ଗଞ୍ଜେଇ ଚାଷ ନଷ୍ଟ
  • ||
  • ସୁଶିଲ ମୋଦି ରାଜ୍ୟସଭା ପ୍ରାର୍ଥୀ, ରାମବିଳାସ ପାଶଓ୍ବାନଙ୍କ ସ୍ଥାନରେ ଟିକେଟ୍‌ ଦେଲା ବିଜେପି
  • ||
  • ଡିସେମ୍ବର ୧ରୁ ଖୋଲିବ ରାଜ୍ୟର ସମସ୍ତ ମେଡିକାଲ୍‌ କଲେଜ୍‌, କରୋନା ଗାଇଡ୍‌ଲାଇନ୍‌ ସହ ଏସ୍‌ଓପି ପାଳନ ବାଧ୍ୟତାମୂଳକ
  • ||

ପୁଅର ଚିକିତ୍ସା ଓ ଜୀବନ ରକ୍ଷାପାଇଁ ବାପା-ମାର ଆକୁଳ ନିବେଦନ : ଅର୍ଥ ସାଜିଛି ବାଧକ

10/12/2018 at 3:39 PM

ଉଦଳା ୧୦|୧୨: କେତେ ପୂଜା କରି ପୁଅଟିଏ ପାଇଥିଲେ । ଆଶା ଥଲା ଶେଷ ସମୟରେ ପୁଅ ମୁହଁରେ ଖୁସି ଆଣିବ । ହଲେ ସେହି ପୁଅର ଜୀବନ ରକ୍ଷା ପାଇଁ ଏବେ ବାପାମାଆ କରୁଛନ୍ତିଆକୁଳ ନିବେଦନ । ସରକାରୀ ସହାୟତା ଜରୁରୀ । ନ ହଲେ କଣ ଯେ ହେବ ତାକୁ ନେଇ ଚିନ୍ତାରେ ପରିବାର ଲୋକେ। 

ଲକ୍ଷେ ଶିବ ପୂଜି ପାଇଥଲେ ପୁଅ । ପରିବାର କହିଲେ ବଡଝିଅ ଏବଂ ପୁଅସହିତ ବାପାମାଆ । ଝିଅର ବାହାଘର ସରିଥିବାବଳେ ପୁଅର ବୟସ ୨୦ ଛୁଇଁଲାଣି । ହେଲେ ଆଜି ସେ ରୋଗରେ ପୀଡିତ। ଯାହାର ଚିକିତ୍ସା ପାଇଁ ଅର୍ଥ ସାଜିଛି ବାଧକ  ଆଉ ଚିକିତ୍ସା ପାଇଁ ସମ୍ବଳ ନ ଥିବାରୁ ବାପାମାଆ କରିଛନ୍ତି ଆକୁଳ ନିବେଦନ । ଆମେ କହୁଛୁ ଗୋପବନ୍ଧୁ ନଗର ବ୍ଲକ ନହରା ଗ୍ରାମର ରଣଜିତ୍ ମଣ୍ଡଳଙ୍କ ୨୦ ବର୍ଷର ପୁଅ କରୁଣାକର ମଣ୍ଡଳଙ୍କ କଥା । ବୟସ ୧୨ ବର୍ଷ ହୋଇଥିବାବଳେ ହଠାତ୍ ଆଖି ଖରାପ ଆରମ୍ଭ ହୋଇଥିଲା । ଶେଷରେ କିଛି ଦିନର ଚିକିତ୍ସା କରିଥିଲେ ସୁଦ୍ଧା ଶେଷରେ ଆଖି ଦୁଇଟି ନଷ୍ଟ ହୋଇଗଲା । ଏହା ପରେ ଅଚାନକ ହୃଦୟରେ କିଛି ଅସୁବିଧା ଥବା ଡାକ୍ତର କହିଲେ। ଯେଉଥିତ୍ପାଇଁ ଅପରେସନର ଆବଶ୍ୟକତା ଥିଲା । ଗରିବ ବାପା ନିଜର ସମସ୍ତ ସମ୍ବଳ ବିନିଯୋଗ କରିବା ସହିତ ଅନ୍ୟ ଲୋକଙ୍କୁ ମାଗି ପୁଅର ହାର୍ଟ ଅପରେସନ୍ କରାଇଲେ । ହେଲେ ସେତିକିରେ ସରି ନ ଥିଲା କଥା, ଅପରେସନ୍ପରେ ଛାତି ଭିତରେ ଲାଗିଲା ନୂତନ ଯନ୍ତ୍ର । ଫଳରେ ବାରମ୍ବାର ଚେକଅପ୍ କରାଯିବା ସହିତ ଆବଶ୍ୟକ ପଡିଲେଏହି ଯନ୍ତ୍ରକୁ ପରିବର୍ତନ ମଧ୍ୟ କରାଯିବ । ସେଥିପାଇଁ ଆବଶ୍ୟକ ଅନେକ  ଟଙ୍କା । ଯାହାକି ବାପା ପାଖରେ ଆଉ ନାହିଁ । କାରଣ ପୁଅର ଅପରେସନ୍ ଏବଂ ଚିକିତ୍ସାରେ ବାପାମାଆ ନିଜର ସବୁ ଟଙ୍କା ସାରି ଦେଇଥିବା ବେଳେ ଘରର ବିଲବାଡି ମଧ୍ୟ ବିକି ସାରିଛନ୍ତି । ଏହା ସହିତ ଚେକ୍ଅପ ଏବଂ ଔଷଧ ନିମନ୍ତେ ସେମାନଙ୍କ ଠାରେ ଟଙ୍କାଟିଏ ନାହିଁ । କିଭଳି ପୁଅର ଚିକିତ୍ସା କରାଇବେ ଏବଂ ତାକୁ ଭଲ କରାଇବେ ସେହି ଚିନ୍ତାରେ ବାପାମାଆ । ପାଖରେ ସମ୍ବଳ ନଥିବାରୁ ପୁଅର ଚିକିତ୍ସା ପାଇଁ ବାପାମାଆ କରିଛନ୍ତି ଆକୁଳ ନିବେଦନ । ସରକାରୀ ସହାୟତା ଟିକିଏ ମିଳିଲେ ପୁଅର ଚିକିତ୍ସା କରାଇବେ । ନ ହଲେ ସବୁଦିନ ପାଇଁ ପୁଅକୁ ହରାଇ ଦେବାର ଡର ସେମାନଙ୍କୁ ଘାରିଛି ।କେବଳ ଏତିକି ନୁହେଁ ସରକାରୀ ଯୋଜନାରେ ସେମାନଙ୍କୁ ନା ମିଳିଛି ବାସଗୃହ ଖଣ୍ଡିଏ ନା ଅନ୍ୟ କିଛି ସରକାରୀ ସହାୟତା । 

ତେବେ ଏ ବାବଦରେ ପଚାରି ବୁଝିବାକୁ ଆମେ ପହଂଚିଥିଲୁ ଗୋପବନ୍ଧୁ ନଗର ବ୍ଲକ ବିଡିଓଙ୍କ ନିକଟରେ । ସରକାରୀ ଯୋଜନାରେ ତାଙ୍କୁ ସମସ୍ତ ପ୍ରକାର ସହାୟତା କରାଯିବ ବୋଲି ବିଡିଓ ପ୍ରତିଶୃତି ଦେଇଛନ୍ତି । 

ତେବେ ପୁଅର ଚିକିତ୍ସା ପାଇଁ ନିଜର ସର୍ବସ୍ବ ସାରି ଦେଇଥିବା ଗରିବ ବାପାମାଆଙ୍କୁ ସରକାରୀ ବାବୁମାନେ କବେ ଚାହୁଁଛନ୍ତି ଏବଂ କବେ ତାଙ୍କୁ ସରକାରଙ୍କ ତରଫରୁ ସହାୟତାଟିକିଏ ମିଳୁଛି ତାହା ଦେଖିବାକୁ ବାକି ରହିଲା । ଯଦି ସରକାର ତରଫରୁ ତାଙ୍କୁ ସହାୟତା ମିଳି ପାରନ୍ତା । ତେବେ କୂଳ ନନ୍ଦନର ଜୀବନ ରକ୍ଷା କରିପାରନ୍ତେ ବାପାମାଆ । 

   Related Posts