Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ରାଜ୍ୟରେ ଆଉ ୫ ଜଣଙ୍କ ଜୀବନ ନେଲା କରୋନା, ମୃତ୍ୟୁ ସଂଖ୍ୟା ୮୫୨୫କୁ ବୃଦ୍ଧି
  • ||
  • ରାଜ୍ୟରେ ଖସୁଛି ଦୈନିକ ସଂକ୍ରମଣ : ୨୪ ଘଣ୍ଟାରେ ଚିହ୍ନଟ ହେଲେ ୭୨୯୧ କୋଭିଡ୍ ପଜିଟିଭ୍, ୧୨୧୧୯୫୧ରେ ପହଞ୍ଚିଲା ସଂଖ୍ୟା
  • ||
  • ଖଲ୍ଲିକୋଟ : ଅଟୋକୁ ପଛ ପଟୁ ଧକ୍କା ଦେଲା ଟ୍ରକ, ଜଣେ ମୃତ
  • ||
  • ଭୁବନେଶ୍ୱର : ୨୬ ଯାଏଁ ରାଜ୍ୟର କିଛି ସ୍ଥାନରେ କୋହଲା ପାଗ ସହ ବର୍ଷା, ସତର୍କ କଲା ପାଣିପାଗ ବିଭାଗ
  • ||
  • ଲମତାପୁଟ : ପାଡୁଆ ପୋଲିସକୁ ସଫଳତା, ୨୦ ଲକ୍ଷ ଟଙ୍କାର ଗଞ୍ଜେଇ ଜବତ
  • ||

ଭିଜିଲାନ୍ସ ଜାଲରେ ଉଦଳା କ୍ଷୁଦ୍ର ଜଳସେଚନ ବିଭାଗ ସହକାରୀ ନିର୍ବାହୀ ଯନ୍ତ୍ରୀ

25/06/2019 at 12:14 PM

ଉଦଳା ୨୫|୬: ଭିଜିଲାନ୍ସ ଜାଲରେ ସରକାରୀ ବାବୁ । ଉଦଳା କ୍ଷୁଦ୍ର ଜଳସେଚନ ବିଭାଗ ସହକାରୀ ନିର୍ବାହୀ ଯନ୍ତ୍ରୀ ନୀଳକଣ୍ଠ ପାଢୀଙ୍କୁ  ଧରିଛି ଭିଜିଲାନ୍ସ । ଏକକାଳୀନ ତାଙ୍କର ୬ଟି ସ୍ଥାନରେ ରେଡ୍ ଚାଲିଛି । ତାଙ୍କ ଉଦଳା ଅଫିସ, ଭୁବନେଶ୍ବରରେ ଥିବା ଆପାର୍ଟମେଣ୍ଟ, ବାଲେଶ୍ବର ୪ଟି ସ୍ଥାନ ଓଡିଙ୍ଗି ସ୍ଥିତ ପୈତୃକ ଘର, ନୀଳିମାବାଗ ସ୍ଥିତ ଘର, ମିର୍ଜା ପୋଖରୀ ସ୍ଥିତ ବାସଭବନ, ସ୍ବପ୍ରତିକ ଫ୍ଲାଟରେ ଛାପା ମାରିଛି ଭିଜିଲାନ୍ସ ଟିମ୍  ।

ଆୟ ବହିର୍ଭୂତ ସଂପତ୍ତି ଠୁଳ ଅଭିଯୋଗରେ ବାଲେଶ୍ବର ଭିଜିଲାନ୍ସ ଟିମ୍  ରେଡ୍ କରୁଛି । ନିର୍ବାହୀ ଯନ୍ତ୍ରୀ ନୀଳକଣ୍ଠଙ୍କୁ ଅଟକ ରଖି ପଚରାଉଚରା କରିବା ସହ ବିଭିନ୍ନ କାଗଜପତ୍ର ଯାଞ୍ଚ କରୁଛି ଟିମ୍ । ଏବେ ସୁଦ୍ଧା କେତେ କଣ ଜବତ ହୋଇଛି ତାହା ଜଣାପଡିନି ।

   Related Posts