Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ୨୫ ବର୍ଷ ପରେ ଦୁର୍ଲଭ ନାଗାର୍ଜୁନ ବେଶରେ ସଜେଇ ହେବେ ଶ୍ରୀଜିଉ, ଆରମ୍ଭ ହେଲା ପ୍ରସ୍ତୁତି
  • ||
  • କୋଇଲା ଖଣି ଆବଣ୍ଟନ ଦୁର୍ନୀତି ମାମଲାରେ ପୂର୍ବତନ କେନ୍ଦ୍ର ମନ୍ତ୍ରୀ ଦିଲ୍ଲୀପ ରାୟଙ୍କୁ ମିଳିଲା ଜାମିନ
  • ||
  • ମାଲକାନଗିରି : ମାଟି ତଳୁ ବିପୁଳ ପରିମାଣର ଅସ୍ତ୍ରଶସ୍ତ୍ର ସହ ବିସ୍ଫୋରକ ସାମଗ୍ରୀ ଜବତ
  • ||
  • ରାଜନଗର : ଭୋଗ ଖାଇ ୧୫୦ ଅସୁସ୍ଥ, ୩୦ ଜଣଙ୍କ ଅବସ୍ଥା ଗୁରୁତର
  • ||
  • ପାରାଦୀପ : ସମୁଦ୍ରରେ ବୁଡିଗଲା ମାଛଧରା ଟ୍ରଲର, ୫ ମତ୍ସ୍ୟଜୀବୀ ଉଦ୍ଧାର, ୪ ନିଖୋଜ
  • ||
  • ରାଜ୍ୟରେ ଆଉ ୧୪ କରୋନା ସଂକ୍ରମିତଙ୍କ ମୃତ୍ୟୁ
  • ||
  • ରାଜ୍ୟରେ ଆଉ ୧୪୮୦କରୋନା ସଂକ୍ରମିତ ଚିହ୍ନଟ
  • ||
  • ଟ୍ରେନ୍‌ରେ କଟି ବାପା-ଝିଅ-ପୁଅର ମୃତ୍ୟୁ, ଆତ୍ମହତ୍ୟା ସନ୍ଦେହ
  • ||
  • ବାଇକ୍‌କୁ ଧକ୍କାଦେଲା ହାଇଓ୍ୱା ଟ୍ରକ, ଆରୋହୀ ମୃତ
  • ||

ନବଜାତ ଶିଶୁକୁ ମୃତ ଘୋଷଣା କରି ପଲିଥିନରେ ଭର୍ତ୍ତି କରିଦେଲେ ନର୍ସ, ପୋତିବାବେଳେ ହଠାତ ଶୁଭିଲା ଶିଶୁର କାନ୍ଦ

9/07/2020 at 5:40 PM

ଉଦୟପୁର ୦୯/୦୭ : ଡାକ୍ତର ଓ ଚିକିତ୍ସାକର୍ମୀଙ୍କୁ ଭଗବାନ ଦର୍ଜା ଦିଆଯାଇଥାଏ | କରୋନା ଭାଇରସ ଯୋଗୁଁ ହୋଇଥିବା ଲକଡାଉନ ସମୟରେ ଚିକିତ୍ସକର୍ମୀଙ୍କୁ କରୋନା ଯୋଦ୍ଧା ନାଁ ଦିଆଯାଇଛି | ଲକଡାଉନ ସମୟରେ ଚିକିତ୍ସାକର୍ମୀଙ୍କୁ ସମ୍ମାନ ଜଣାଇବା ପାଇଁ ପ୍ରଧାନମନ୍ତ୍ରୀ ମୋଦି ଥାଳି ବଜାଇବା ପାଇଁ ଆହ୍ୱାନ ଦେଇଥିଲେ | କିନ୍ତୁ ବେଳେବେଳେ ଚିକିତ୍ସାକର୍ମୀ ମଧ୍ୟ ଭୁଲ କରିବସନ୍ତି ଯାହାଫଳରେ ତାଙ୍କୁ ଦିଆଯାଇଥିଆ ଭଗବାନଙ୍କ ଦର୍ଜା କଳଙ୍କିତ ହୋଇଯାଏ | ରାଜସ୍ଥାନ ଉଦୟପୁରରେ ଏହିଭଳି ଏକ ଘଟଣା ସାମ୍ନାକୁ ଆସିଛି | ମାମଲା ଜାଣିଲେ ଆପଣଙ୍କ ଲୋମ ଟାଙ୍କୁରୀ ଉଠିବ |

ମାମଲା ଉଦୟପୁର ଗୋଗୁନ୍ଦା ଅଞ୍ଚଳର | ଏଠାରେ ଜଣେ ନର୍ସ ଜୀବିତ ନବଜାତ ଶିଶୁକୁ ମୃତ ଘୋଷଣା କରି ପରିଜନଙ୍କୁ ହସ୍ତାନ୍ତର କରିଥିଲେ | ପରିଜନ ନବଜାତ ଶିଶୁକୁ ମୃତ ଭାବି ତାକୁ ପୋତିବାକୁ ନେଇଗଲେ | କିନ୍ତୁ ତାର ଠିକ ପୂର୍ବରୁ ଶିଶୁଟି କାନ୍ଦିବା ଆରମ୍ଭ କରିଥିଲା | ଗୋଗୁନ୍ଦା ଅନ୍ତର୍ଗତ ପଡାବଲି ପିଏଚସିରେ ଲଳିତା ନାମକ ଜଣେ ଗର୍ଭବତୀ ମହିଳାଙ୍କର ପ୍ରସବ ପୀଡା ହେବାରୁ ତାଙ୍କୁ ୧୦୪ ଆମ୍ବୁଲାନ୍ସ ଯୋଗେ ପିଏଚସିରେ ଭର୍ତ୍ତି କରାଗଲା | ସେଠାରେ ଜଣେ ନର୍ସ ତାଙ୍କର ପ୍ରସବ କରାଇଥିଲେ | ନର୍ସ ନବଜାତ ଶିଶୁକୁ ଚେକ କରି ମୃତ ଘୋଷିତ କରିଥିଲେ | ମହିଳାଙ୍କ ଶାଶୁ ନବଜାତ ଶିଶୁକୁ ଏକ ପଲିଥିନରେ ପ୍ୟାକ କରିଦେଲେ | ପରିଜନ ଶିଶୁକୁ ପୋତିବାକୁ ନେଇଗଲେ | କିନ୍ତୁ ଠିକ ସେତିକିବେଳେ ଶିଶୁଟି କାନ୍ଦିଥିଲା | ଶିଶୁଟି କାନ୍ଦିବାରୁ ସେ ଜୀବିତ ଥିବା ଜାଣି ପରିଜନ ତାକୁ ତୁରନ୍ତ ପଲିଥିନରୁ ବାହାର କରି ହସ୍ପିଟାଲ ନେଇଯାଇଥିଲେ |

ହସ୍ପିଟାଲରେ ଯେତେବେଳେ ନର୍ସ ଶିଶୁକୁ ମୃତ ଘୋଷଣା କରିଥିଲେ ପରିବାର ଲୋକେ ବହୁତ କାନ୍ଦିଥିଲେ | କିନ୍ତୁ ତାକୁ ଭଗବାନଙ୍କ ଇଛା ଭାବି ସ୍ୱୀକାର କରିଥିଲେ | କିନ୍ତୁ କିଛି ସମୟ ପରେ ପରିବାରର ଖୁସି ଫେରି ଆସିଥିଲା | କିନ୍ତୁ ଚିକିତ୍ସା କର୍ମଚାରୀଙ୍କ ଏହିଭଳି ଅବହେଳାକୁ ନେଇ ଏଠାରେ ପ୍ରଶ୍ନ ଉଠିଛି ଯେ ଭଲ ଭାବେ ଚେକ ନ କରି ନର୍ସ ତାଙ୍କୁ କିଭଳି ମୃତ ଘୋଷଣା କରିଥିଲେ |

   Related Posts