ଏଥର ବିନା ଭକ୍ତରେ ଉଡା ପର୍ବ, କୋଭିଡ୍ କଟକଣାରେ ପାଳିତ ହେବ ମା’ ବାସୁଳୀଙ୍କ ଐତିହାସିକ ଉଡା ପର୍ବ

Published By : Prameya-News7 Bureau | April 07, 2021 IST

କରଞ୍ଜିଆ ୭।୪: ମୟୁରଭଞ୍ଜ ଜିଲ୍ଲା ଠାକୁରମୁଣ୍ଡାର ଅଧିଷ୍ଠାତ୍ରୀ ଦେବୀ ମା’ ବାସୁଳିଙ୍କ ପ୍ରସିଦ୍ଧ ଐତିହାସିକ ଉଡା ପର୍ବ ଚଳିତ ବର୍ଷ କୋଭିଡ୍ କଟକଣା ମଧ୍ୟରେ ଅନୁଷ୍ଠିତ ହେବ । ଏଥିନେଇ ଏକ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଯାଇଛି  । ବୈଠକରେ ଚଳିତ ବର୍ଷ ମହାବିଷୁବ ପଣା ସଂକ୍ରାନ୍ତି ରାତିରେ ମନ୍ଦିର ସମ୍ମୁଖରେ ଅନୁଷ୍ଠିତ ହେବାକୁ ଥିବା ଉଡା ପର୍ବ ବିନା ଭକ୍ତରେ ପାଳନ କରିବାକୁ ନିଷ୍ପତ୍ତି ନିଆଯାଇଛି । ସରକାରଙ୍କ କୋଭିଡ୍ ନିୟମକୁ ମାନି ସମ୍ପୂର୍ଣ୍ଣ ଭାବେ ବିନା ଭକ୍ତରେ ଉଡା ପର୍ବ ପାଳନ କରାଯିବା ସହ କେବଳ ୨୫ ଜଣ ଭକ୍ତାଙ୍କ ଦ୍ବାରା ଉଡା କାର୍ଯ୍ୟ ସମ୍ପନ୍ନ ହେବ।

{"id":434415,"width":841,"height":463,"sizeSlug":"large","linkDestination":"none"}

ପୂର୍ବ ବର୍ଷମାନଙ୍କରେ ମା’ ବାସୁଳୀଙ୍କ ପୀଠରେ ୫୦ରୁ ଉର୍ଦ୍ଧ ଭକ୍ତାଙ୍କୁ ନେଇ ଉଡା ପର୍ବ ଅନୁଷ୍ଠିତ ହେଉଥିବା ବେଳେ ଗତବର୍ଷ କୋଭିଡ୍ କଟକଣା ଯୋଗୁଁ ଉଡା ପର୍ବ ସମ୍ପୂର୍ଣ୍ଣ ବନ୍ଦ ରହିଥିଲା । ଚଳିତ ବର୍ଷ ଜାଗର ଦିନ କେବଳ ଦୀପ ଜାଳି ସମସ୍ତ ଶ୍ରଦ୍ଧାଳୁ ଫେରି ଆସିବେ। ଜାଗର ଜାଳି ମନ୍ଦିର ପାଖରେ କେହି ବସିବେ ନାହିଁ। ମେଳା କିମ୍ବା ଦୋକାନ ବଜାର ପାଇଁ ଅନୁମତି ଦିଆଯିବ ନାହିଁ ବୋଲି ଉଡା କମିଟିର ସଭାପତି ଜଣାଇଛନ୍ତି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.