କରୋନା କଟକଣା ଭିତରେ ଭଦ୍ରକ ସହରରେ ପାଳନ ହେଲା ଇଦ୍ ଉଲ ଜୁହା, ଘରେ ରହି ପାଳନ କଲେ ଧର୍ମାବଲମ୍ୱୀ

Published By : Prameya-News7 Bureau | July 21, 2021 IST

ଭଦ୍ରକ, ୨୧।୦୭: ତ୍ୟାଗ ଓ ବଳିଦାନର ପର୍ବ ଇଦ ଉଲ ଜୁହା ।  ଭଦ୍ରକ ସହରରେ  ସମ୍ପୂର୍ଣ୍ଣ ନିରାଡ଼ମ୍ବର ସହ ପାଳନ କରାଯାଉଛି ।  କରୋନା କଟକଣା ପାଇଁ ଜାରି ହୋଇଥିବା କଟକଣା ପାଇଁ  ଧାର୍ମିକ କାର୍ଯ୍ୟକ୍ରମ ଉପରେ ମଧ୍ୟ କଟକଣା ଲଗାଯାଇଛି । ତେଣୁ ଆଜି ଏହି ବଳିଦାନର ପର୍ବକୁ ମୁସଲିମ ଧର୍ମାବଲମ୍ବୀ ମାନେ ପ୍ରଶାସନର ନିର୍ଦ୍ଦେଶ ଏବଂ ଚଉଦ ମହଲା ମୁସଲିମ ଜମାତର ଅନୁରୋଧ କ୍ରମେ ସାମାଜିକ ଦୂରତା ରଖି ଇଦଗାହ ଓ ମସଜିଦରେ ନମାଜ ପାଠ କରିଛନ୍ତି ।

ବିଶେଷ କରି ଇଦଗାହ ଓ ମସଜିଦରେ ୫ ଜଣ କରି ମୁସଲିମ ଧର୍ମାବଲମ୍ବୀ ମାନେ ଆସି ନମାଜ ପାଠ କରିଛନ୍ତି। ଅନ୍ୟମାନେ ନିଜ ନିଜ ଘରେ ରହି ନମାଜ ପାଠ କରିଥିବା ଲକ୍ଷ କରାଯାଇଛି । ତେବେ ଭଦ୍ରକ ସହରରେ ଥିବା ଇଦଗାହରେ ଆଜିର ଦିନରେ ହଜାର ହଜାର ମୁସଲମାନ ସମୂହ ନମାଜ ପାଠ କରିବାକୁ ଥିବା ବେଳେ ଆଜି ମାତ୍ର ପାଞ୍ଚ ଜଣରେ ସୀମିତ ରହିଥିଲା ନମାଜ ପାଠ।

ତେବେ ନିରାଡ଼ମ୍ବର ଭାବେ ଏହି ପର୍ବ ପାଳନ କରାଯାଇଥିଲେ ମଧ୍ୟ ସମସ୍ତେ ନୂଆ ବସ୍ତ୍ର ପରିଧାନ କରି ନିଜ ନିଜ ଘରେ ରହି ଏହି ପର୍ବକୁ ପାଳନ କରିଛନ୍ତି । ସେହିପରି ପୋଲିସ ପ୍ରଶାସନ ପକ୍ଷରୁ ପର୍ବକୁ ଶୃଙ୍ଖଳିତ କରିବା ପାଇଁ  ବ୍ୟାପକ ପୋଲିସ ଫୋର୍ସ ମୁତୟନ କରାଯାଇଛି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.