Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

କେବଳ ପ୍ରଚଣ୍ଡ ଭାଗ୍ୟଶାଳୀ ଲୋକଙ୍କ ଆଙ୍ଗୁଠି ହୋଇଥାଏ ଏହିପରି : ମିଳିଥାଏ ଜୀବନରେ ଖାଲି ସଫଳତା ଆଉ ସଫଳତା

27/08/2019 at 2:41 PM

ପ୍ରତ୍ୟେକ ମନୁଷ୍ୟଙ୍କ ଶରୀରର ଗଠନ ଭିନ୍ନ ଭିନ୍ନ। ଜ୍ୟୋତିଷ ଶାସ୍ତ୍ରେ ହସ୍ତରେଖାର ମଧ୍ୟ ଅତ୍ୟନ୍ତ ମହତ୍ତ୍ବ ରହିଥାଏ। ଆଜି ଆମେ ହାତ ସହ ଜଡ଼ିତ ଏପରି ସଂଯୋଗ ବିଷୟରେ ଜାଣିବା ଯାହା ଜାଣି ଆପଣ ଆଶ୍ଚର୍ଯ୍ୟ ହୋଇଯିବେ।

୧. ତର୍ଜନି ଏବଂ ଅନାମିକା ଆଙ୍ଗୁଳି ସମାନ ହେବା : ଯେଉଁ ବ୍ୟକ୍ତିଙ୍କ ତର୍ଜନୀ ଏବଂ ଅନାମିକା ଆଙ୍ଗୁଳି ସମାନ ହୋଇଥାଏ ସେମାନେ ନିଜ ଉପରେ ସବୁଠୁ ଅଧିକ ବିଶ୍ବାସ କରିଥାଆନ୍ତି ଏବଂ ତାଙ୍କ ଆତ୍ମବିଶ୍ବାସ ଅନେକ ବେଶୀ ହୋଇଥାଏ। ଏପରି ବ୍ୟକ୍ତି ନିଜ କାମରେ ଧ୍ୟାନ ଦେଇଥାଆନ୍ତି ସଫଳତା ପାଇଥାଆନ୍ତି।

୨. ତର୍ଜନୀ ଆଙ୍ଗୁଳି ଅନାମିକା ଆଙ୍ଗୁଳିଠୁ ବଡ଼ ହେବା : ଯେଉଁ ବ୍ୟକ୍ତିଙ୍କ ହାତର ତର୍ଜନୀ ଆଙ୍ଗୁଳି ଅନାମିକା ଆଙ୍ଗୁଳିଠୁ ବଡ଼ ହୋଇଥାଏ ସେମାନେ ଅତ୍ୟନ୍ତ ଶାନ୍ତ ହୋଇଥାଆନ୍ତି। ସେମାନେ ଅନ୍ୟର କାମରେ ହସ୍ତକ୍ଷେପ କରନ୍ତି ନାହିଁ। ସେମାନେ ନିଜ ଉପରେ ବିଶ୍ବାସ କରିଥାଆନ୍ତି।

୩. ଅନାମିକା ଆଙ୍ଗୁଳି ତର୍ଜନୀ ଆଙ୍ଗୁଳିଠୁ ବଡ଼ ହେବା: ଯେଉଁ ବ୍ୟକ୍ତିଙ୍କ ଅନାମିକା ଆଙ୍ଗୁଳି ତର୍ଜନୀ ଆଙ୍ଗୁଳିଠୁ ବଡ଼ ହୋଇଥାଏ ସେମାନେ ଅତ୍ୟନ୍ତ ଭାଗ୍ୟଶାଳୀ ହୋଇଥାଆନ୍ତି ଏବଂ ସେମାନଙ୍କୁ ବେଳେବେଳେ ଭାଗ୍ୟ ସହାୟକ ହୋଇଥାଏ। ଏପରି ବ୍ୟକ୍ତି ସବୁ କଥା ଭାବିଚିନ୍ତି ନିଷ୍ପତ୍ତି ନେଇଥାଆନ୍ତି।

   Related Posts