ଉବେରର ବିନା ଡ୍ରାଇଭର କାର ଉପରେ ଉଠିଲା ପ୍ରଶ୍ନ : ଚାଲି ଚାଲି ଯାଉଥିବା ଲୋକଙ୍କୁ ଚିହ୍ନିପାରୁନାହିଁ ସଫ୍ଟଓ୍ବେୟାର

Published By : Prameya-News7 Bureau | November 09, 2019 IST

ନୂଆଦିଲ୍ଲୀ ୭/୧୧: ଗତ ବର୍ଷ କ୍ୟାବ୍ ଆଗ୍ରିଗେଟର ଉବେରର ଏକ ସେଲ୍ଫ ଡ୍ରାଇଭିଙ୍ଗ କାରର ଦୁର୍ଘଟଣା ହୋଇଥିଲା,ଯେଉଁଥିରେ କାର ଏକ ଚାଲି ଚାଲି ଆସୁଥିବା ଯାତ୍ରୀଙ୍କୁ ଧକ୍କା ମାରିଥିଲା। ଏହି ଧକ୍କା ପ​‌ରେ ସେଲ୍ଫ ଡ୍ରାଇଭିଙ୍ଗ କାରର ଭବିଷ୍ୟତକୁ ନେଇ ପ୍ରଶ୍ନବାଚୀ ସୃଷ୍ଟି ହୋଇଥିଲା। ଏବେ ଆମେରିକାର ଅନୁସନ୍ଧାନ ପକ୍ଷରୁ ଏକ ନୂଆ ଖୁଲାସା ହୋଇଛି।

{"id":181221,"width":591,"height":281}

ସୂଚନା ଅନୁଯାୟୀ, ୨୦୧୮ମସିହା ମାର୍ଚ୍ଚ ମାସରେ ଘଟିଥିବା ଦୁର୍ଘଟଣାରେ ଏହି ଉବେରର ସେଲଫ ଡ୍ରାଇଭିଙ୍ଗ କାରର ସଫ୍ଟଓ୍ବେୟାରରେ ବିଭ୍ରାଟ ଥିଲା। ୟୁଏସ୍ ନ୍ୟାସନାଲ ଟ୍ରାନ୍ସପୋର୍ଟେସନ ସେଫ୍ଟି ବୋର୍ଡ଼ ତରଫରୁ ଜାରି ହୋଇଥିବା ୪୦୦ପୃଷ୍ଠାର ରିପୋର୍ଟରେ କୁହାଯାଇଥିଲା ଯେ ୪୯ବର୍ଷ ବୟସ୍କା ଏଲେନା ହର୍ଜବର୍ଗଙ୍କ ଦୁର୍ଘଟଣାରେ ମୃତ୍ୟୁ ଘଟିଥିଲା। ସେ ଏରିଜୋନାର ଟ୍ୟାମ୍ପେ ଅଞ୍ଚଳରେ ରାତିରେ ସାଇକେଲ୍ ଯୋଗେଁ ରାସ୍ତା ପାର କରୁଥିଲେ।

{"id":181222}

ଉବେରର ସଫ୍ଟଓ୍ବେୟାରରେ ବିଭ୍ରାଟ ଥିବାରୁ ଦୁର୍ଘଟଣା ହୋଇଥିଲା। ତାକୁ ଏପରି ଡିଜାଇନ୍ କରାଯାଇଥିଲା ଯେ ଏହି ଉବେର ଗାଡ଼ି ଟ୍ରାଫିକ୍ ସମୟରେ ରାସ୍ତା ପାର କରୁଥିବା ଲୋକଙ୍କୁ ଚିହ୍ନିପାରିନଥିଲା।

{"id":181223}

ଦୁର୍ଟଣା ସମୟରେ ଜଣେ ଡ୍ରାଇଭର କାରର ଅପରେସନ୍ ଏବଂ ସଫ୍ଟଓ୍ବେୟାରକୁ ମନିଟର କରୁଥିଲେ। ଏହା ବ୍ୟତୀତ କମ୍ପାନୀ କାରରେ ବିଲ୍ଟ-ଇନ୍ ଭଲଭୋ ବ୍ରେକିଙ୍ଗ ସିଷ୍ଟମକୁ ବନ୍ଦ କରି ଦେଇଥିଲା,ଯାହା କାର ହିଟ୍ ହେବା ପୂର୍ବରୁ ହିଁ ଏହାର ସ୍ପିଡକୁ କମ୍ କରି ଦେଉଥିଲା।

{"id":181224}

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.