ମହିଳା ସାମ୍ବାଦିକ ତଥା ୟୁଏନ କନସଲଟାଣ୍ଟଙ୍କୁ ଦିଲ୍ଲୀରେ ଉବେର ଡ୍ରାଇଭରଙ୍କ ଦୁର୍ବ୍ୟବାହର, ଏତଲା ନେଲାନି ପୋଲିସ

Published By : Prameya-News7 Bureau | September 13, 2019 IST

ନୂଆଦିଲ୍ଲୀ :  ଉବେର ଟ୍ୟାକ୍ସି ଡ୍ରାଇଭର ଦୁର୍ବ୍ୟବହାର କରିଥିବା ନେଇ ଜାତିସଂଘ ପରାମର୍ଶଦାତା ତଥା ମହିଳା ସାମ୍ବାଦିକ ଅନୁସୂୟା ବସୁ ଗୁରୁତର ଅଭିଯୋଗ ଆଣିଛନ୍ତି।  ଏ ନେଇ ବସୁ ଥାନାରେ ଲିଖିତ ଅଭିଯୋଗ କରିବାକୁ ଯାଇଥିଲେ।  ହେଲେ ଲାଜପତ ନଗର ପୋଲିସ ତାଙ୍କ ଅଭିଯୋଗ ଗ୍ରହଣ କରିନଥିବା ବସୁ ଏକ ଟ୍ୱିଟ୍ ବାର୍ତ୍ତାରେ ଉଲ୍ଲେଖ କରିଛନ୍ତି।

wp:html /wp:html

ଘଟଣା ଗତ ୧୦ ତାରିଖର। ଏନସିସିଡିର ଏକ କନଫରେନ୍ସରେ ଯୋଗଦେବାକୁ ବସୁ ଗ୍ରେଟର ନେୟେଡା ଯାଇଥିଲେ। ସେଠାରୁ ସେ  ଲାଜପତନଗର ଫେରିବାକୁ କ୍ୟାବ୍ ଭଡା କରିଥିଲେ। ଜଣେ ମଣିପୁରୀ ବ୍ୟକ୍ତି କ୍ୟାବ୍ ନେଇ ଆସିଥିବା ବେଳେ ରାସ୍ତାରେ ବାସୁ ତାଙ୍କ ମୋବାଇଲ ବାହାର କରି କଥାବାର୍ତ୍ତା ହେବାରୁ ଡ୍ରାଇଭର ବଦମାସୀ ଆରମ୍ଭ କରିଥିଲା। ଏହାର କାରଣ ପଚାରିବାରୁ ତମେ କ’ଣ ଜଣେ ବଙ୍ଗାଳୀ କି ବୋଲି ଡ୍ରାଇଭର ପଚାରିଥିଲା । ଏହାର ଜବାବରେ ବସୁ ହଁ କରିବାରୁ ଆଜି ମୋ ଦିନ ଖରାପ ହୋଇ ଗଲା କହି ଗାଳିଗୁଲଜ କରିଥିଲା। ଏଥିରେ ବସୁ କ୍ଷୁବ୍ଧ ହୋଇ ମେଟ୍ରୋ ଷ୍ଟେସନ ନିକଟରେ କ୍ୟାବ ଅଟକାଇବାକୁ କହିଥିଲେ। ହେଲେ ଡ୍ରାଇଭର ଗାଡି ନ ଅଟକାଇ ତାଙ୍କୁ ଦିଲ୍ଲୀ-ନୋୟେଡା ଏକ୍ସପ୍ରେସ ୱେକୁ ନେଇଯାଇଥିଲା।

{"id":157079,"width":580,"height":580}

ଅନୁସୂୟା ଜଣେ ସାମ୍ବାଦିକ ଓ ସେ ୟୁଏନର କନସଲଟାଣ୍ଟ ମଧ୍ୟ। ହେଲେ ରାଜଧାନୀ ଦିଲ୍ଲୀରେ କ୍ୟାବ୍ ଡ୍ରାଇଭରଙ୍କ ଏଭଳି ବ୍ୟବହାର ତାଙ୍କୁ ବ୍ୟଥିତ କରିଥିବା ସେ ତାଙ୍କ ଟ୍ୱିଟ୍ ରେ ଉଲ୍ଲେଖ କରିଛନ୍ତି। ଏ ନେଇ ସେ ପୋଲିସରେ ବି ଅଭିଯୋଗ କରିବାକୁ ଯାଇଥିଲେ। ହେଲେ ଲାଜପତ ନଗର ପୋଲିସ ତାଙ୍କ ଅଭିଯୋଗ ନ ରଖିବା ତାଙ୍କୁ ଆହୁରି ବ୍ୟଥିତ କରିଥିବା ଟ୍ୱିଟ୍ ରେ ଉଲ୍ଲେଖ କରିଛନ୍ତି। ଏଣୁ ବାଧ୍ୟ ହୋଇ ରାତି ପ୍ରାୟ ୧୧ଟା ବେଳେ ଅନ୍ଧାର ରାସ୍ତାରେ ଚାଲିଚାଲି ଘରକୁ ଆସିଥିବା ସୂଚିତ କରିଛନ୍ତି। 

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.