ନିଶାସକ୍ତ ହୋଇ ଉବେର କ୍ୟାବରେ ଶୋଇପଡ଼ିଥିଲେ ମହିଳା : ନିଦ ଭାଙ୍ଗିବାବେଳକୁ ଡ୍ରାଇଭର କରୁଥିଲା ଦୁଷ୍କର୍ମ

Published By : Prameya-News7 Bureau | January 13, 2020 IST

ଜଣେ ମହିଳା ଅଭିଯୋଗ କରିଛନ୍ତି ଯେ ସେ ପାର୍ଟିରୁ ଘରକୁ ଫେରୁଥିବାବେଳେ ଉବେର ଡ୍ରାଇଭର ତାଙ୍କୁ ଦୁଷ୍କର୍ମ କରିଥିଲା। ପାର୍ଟିରେ ମଦ ପିଇବା ପରେ ସେ କ୍ୟାବ୍ ବୁକ୍ କରିଥିଲେ ଏବଂ ରାସ୍ତାରେ ଶୋଇପଡ଼ିଥିଲେ। ସେ ଶୋଇ ଉଠିବା ପରେ ଦେଖିଲେ ଯେ ଡ୍ରାଇଭର ତାଙ୍କୁ ଦୁଷ୍କର୍ମ କରୁଥିଲା। ଏହି ଘଟଣାଟି ହେଉଛି ଆମେରିକାର କାଲିଫର୍ଣ୍ଣିଆର ଫୋଣ୍ଟାନାର।

{"id":210617,"width":582,"height":409,"sizeSlug":"large"}

ପୋଲିସ୍ କହିଥିଲା ଯେ ମହିଳା ନିଜ ସାଙ୍ଗମାନଙ୍କ ସହ ପାର୍ଟି କରିବା ପରେ ଘରକୁ ଫେରୁଥିଲେ। ଉବେର ଡ୍ରାଇଭର ମହିଳାଙ୍କ ସହିତ ଶାରିରୀକ ସମ୍ପର୍କ ରଖିଥିବା କଥା ମାନିଥିଲା କିନ୍ତୁ ସେ କହିଥିଲା ଏହା ସେମାନଙ୍କ ସହମତିରେ ସ୍ଥାପନ ହୋଇଥିଲା।

{"id":210618,"sizeSlug":"large"}

ଗତକାଲି ମହିଳା ପୋଲିସ୍ ନିକଟରେ ଅଭିଯୋଗ କରିଥିଲେ। ସମ୍ପୃକ୍ତ ଉବେର ଡ୍ରାଇଭରଙ୍କ ନାଁ ଅଲୋନ୍ସୋ କୈଲେ।

ପୋଲିସ୍ ଡ୍ରାଇଭରକୁ ଦୁଷ୍କର୍ମ ଅଭିଯୋଗରେ ଗିରଫ କରିଛି ଏବଂ ତାଙ୍କୁ କୋର୍ଟରେ ହାଜର କରାଯିବ ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.