ଡ୍ରାଇଭରଙ୍କୁ କର୍ମଚାରୀର ମାନ୍ୟତା ଦେଲା ନାହିଁ ଉବେର, ହଜାର ହଜାର କୋଟି ଟଙ୍କା ଜରିମାନା ଦେବାକୁ ପ୍ରଶାସନ ଲେଖିଲା ପତ୍ର

Published By : Prameya-News7 Bureau | November 16, 2019 IST

ନ୍ୟୁଜର୍ସୀ୧୬/୧୧: ଆମେରିକାର ନ୍ୟୁଜର୍ସୀରେ ଉବେର କମ୍ପାନୀ ଶ୍ରମ ଆଇନ ଉଲଂଘନ କରିଛି। ଏ ନେଇ ଉବେର କମ୍ପାନୀ ଉପରେ ୬୫ କୋଟି ଡଲାର ( ସାଢ଼େ ଚାରି ହଜାର କୋଟି ଟଙ୍କା) ଜରିମାନା ଦେବାକୁ ନିର୍ଦେଶ ଦିଆଯାଇଛି।  ନ୍ୟୁଜର୍ସୀର ପ୍ରଶାସନିକ ଅଧିକାରୀଙ୍କ କହିବା  ଅନୁସାରେ ଉବେର ନିଜର ଡ୍ରାଇଭରଙ୍କୁ କର୍ମଚାରୀର ମାନ୍ୟତା ଦେଇ ନାହିଁ। ତେଣୁ ଉବେର କମ୍ପାନୀ ଉପ​‌ରେ ଜରିମାନ ଲଗାଯାଇଛି।

ନ୍ୟୁଜର୍ସୀ ପ୍ରଶାସନ ଦ୍ବାରା ନିଆଯାଇଥିବା ଏଭଳି ପଦକ୍ଷେପକୁ ଆମେରିକାର ଗିଗ୍‌ ଇକୋନୋମି ପାଇଁ ଏକ ବଡ଼ ଝଟକା ବୋଲି କୁହାଯାଇ ପାରେ। ଗିଗ ଇକୋନୋମିରେ ସ୍ଥାୟୀ ନିଯୁକ୍ତି ଦେବା ବଦଳରେ ଠିକା ନିଯୁକ୍ତି ଦେଇ କାମ କରାଉଛି।

ଚାରି ବର୍ଷର ବକେୟା ୫୨.୩ କୋଟି ଡଲାର(୩୭୫୪ କୋଟି ଟଙ୍କା) ଟ୍ୟାକ୍ସ ପୈଠ କରିବା ପାଇଁ ମଧ୍ୟ ଶ୍ରମ ବିଭାଗ ଉବେର କମ୍ପାନୀକୁ ନିର୍ଦେଶ ଦେଇଛି। ଏଥିସହ ୧୧.୯ କୋଟି ଡଲାର(୮୫୪ କୋଟି ଟଙ୍କା) ସୁଧ ମଧ୍ୟ କମ୍ପାନୀକୁ ଦେବାକୁ ପଡିବ ବୋଲି ଶ୍ରମ ବିଭାଗ କହିଛି। ଏ ନେଇ ଶ୍ରମ ବିଭାଗ ଉବେର କମ୍ପାନୀକୁ ଚିଠି ଲେଖିଛି।

ଗତ ବର୍ଷ ଉ​ବେର ଡ୍ରାଇଭରମାନେ କମ୍‌ ଦରମାରେ ଅଧିକ କାମ କରିବେ ନାହିଁ ବୋଲି କହିଥିଲେ। ଏହି ପ୍ରସଙ୍ଗକୁ ଶ୍ରମ ବିଭାଗ ପାଖରେ ଡ୍ରାଇଭରମାନେ ଉଠାଇଥିଲେ। ଉବେର ଡ୍ରାଇଭରଙ୍କ ଅଭିଯୋଗ ପରେ ନ୍ୟୁଜର୍ସୀ ପ୍ରଶାସନ ଉବେର କମ୍ପାନୀ​‌ରେ ଅଡିଟ୍‌ କରିଥିଲେ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.