ୟୁଏଇରେ ପ୍ରଧାନମନ୍ତ୍ରୀ ମୋଦି, ‘ଅର୍ଡର ଅଫ୍ ଜାଏଦ’ରେ ହେଲେ ସମ୍ମାନିତ

Published By : Prameya-News7 Bureau | August 24, 2019 IST

ନୂଆଦିଲ୍ଲୀ ୨୪|୮: ଦୁଇ ଦିନିଆ ଫ୍ରାନ୍ସ ଗସ୍ତ ସାରି ୟୁଏଇରେ ପହଞ୍ଚିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ଆଜି ଆବୁଧାବିର ରାଜକୁମାର ମହମ୍ମଦ ବିନ ଜାଏଦଙ୍କୁ ସାକ୍ଷାତ କରିଛନ୍ତି ମୋଦି । ଉଭୟଙ୍କ ମଧ୍ୟରେ ଦ୍ବିପାକ୍ଷିକ ସମ୍ପର୍କ ସହ ବିଭିନ୍ନ ଆନ୍ତରାଷ୍ଟ୍ରୀୟ ପ୍ରସଙ୍ଗ ଉପରେ ଆଲୋଚନା ହୋଇଛି ।

ସେହିପରି ମୋଦିଙ୍କୁ ୟୁଏଇର ସର୍ବୋଚ୍ଚ ସମ୍ମାନ ‘ଅର୍ଡର ଅଫ୍ ଜାଏଦ’ରେ ମଧ୍ୟ ସମ୍ମାନିତ କରାଯାଇଛି । ଚଳିତ ବର୍ଷ ଏପ୍ରିଲରେ ଏହି ପୁରସ୍କାର ଘୋଷଣା କରାଯାଇଥିଲା । ରାଜକୁମାର ଜାଏଦଙ୍କ ନାଁରେ ଏହି ପୁରସ୍କାର ନାମିତ ହୋଇଥିବା ବେଳେ, ଏହା ଦ୍ବାରା ଉଭୟ ଦେଶ ମଧ୍ୟରେ ସମ୍ପର୍କ ଆହୁରି ସୁଦୃଢ ହେବ ବୋଲି ଆଶା କରାଯାଉଛି ।

ଆବୁଧାବିରୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ବାହାରିନ୍ ଯାଇଛନ୍ତି । ସେଠାରେ ବାହାରିନ୍ ର ଶାହା ଶେଖ ହମାଦ ବିନ୍ ଇସା ଅଲ ଖଲିଫାଙ୍କ ସହ ଆଲୋଚନା କରିଛନ୍ତି । ମୋଦିଙ୍କ ବାହାରିନ ଗସ୍ତ ଏଥିପାଇଁ ମହତ୍ବପୂର୍ଣ୍ଣ କାରଣ ଏହିଦେଶକୁ ଆଗରୁ ଭାରତର କୌଣସି  ପ୍ରଧାନମନ୍ତ୍ରୀ ଗସ୍ତ କରିନାହାନ୍ତି । ବାହାରିନ୍ ରେ ଥିବା ପୂରାତନ ଶ୍ରୀନାଥଜୀ ମନ୍ଦିର ପୁନରୁଦ୍ଧାର ଶୁଭାରମ୍ଭ କାର୍ଯ୍ୟକ୍ରମରେ ସାମିଲ ହେବେ ମୋଦି  । ଏହାପରେ G7 ବୈଠକରେ ଯୋଗଦେବା ଲାଗି ମୋଦି ଆସନ୍ତାକାଲି ଫ୍ରାନସ ଫେରିବେ ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.