ଆଇପିଏଲ ପାଇଁ ୟୁଏଇ ପ୍ରସ୍ତୁତ: ଝଲସି ଉଠିଲାଣି ଷ୍ଟାଡିୟମ, ଫଟୋ ସେୟାର କଲେ ଜୟ ଶାହା

Published By : Prameya-News7 Bureau | September 16, 2020 IST

ଦୁବାଇ ୧୬।୦୯: ଇଣ୍ଡିଆନ ପ୍ରିମିୟର ଲିଗ୍(ଆଇପିଏଲ)୨୦୨୦ ସେପ୍ଟେମ୍ବର ୧୯ରୁ ଆରମ୍ଭ ହେବ। ଆବୁଧାବିର ଶେଖ ଜାୟଦ କ୍ରିକେଟ୍ ଷ୍ଟାଡିୟମରେ ମୁମ୍ବାଇ ଇଣ୍ଡିଆନ୍ସ ଓ ଚେନ୍ନାଇ ସୁପରକିଙ୍ଗ୍ସ ମଧ୍ୟରେ ଉଦ୍‌ଘାଟନୀ ମୁକାବିଲା ଖେଳାଯିବ। ୟୁଏଇରେ ଆବୁଧାବି ବ୍ୟତୀତ ଶାରଜା ଓ ଦୁବାଇରେ ମଧ୍ୟ ଆଇପିଏଲ ୨୦୨୦ ଖେଳାଯିବ। ଏହି ଲିଗ୍‌ ପାଇଁ ୟୁଏଇ ସଂପୂର୍ଣ୍ଣ ପ୍ରସ୍ତୁତ। ଆଲୋକମାଳାରେ ଝଲସି ଉଠିଲାଣି ପୂରା ଷ୍ଟାଡିୟମ।

ବିସିସିଆଇର ସଚିବ ଜୟ ଶାହା ଆବୁଧାବି ଓ ଦୁବାଇ ପଡିଆର ଫଟୋ ସେୟାର କରିଛନ୍ତି। ସେ ଟ୍ଵିଟ୍ କରି ଲେଖିଛନ୍ତି ତିନି ଦିନ ବାକି ରହିଛି ! ଦୁବାଇ ଓ ଆବୁଧାବି ଷ୍ଟାଡିୟମର କଣ ଚତ୍ମକାର ଦୃଶ୍ୟ।

wp:html /wp:html

ତିନି ଷ୍ଟାଡିୟମରେ ହେବ ଆଇପିଏଲ

ବିସିସିଆଇ ଆଇପିଏଲର ଲିଗ୍ ପର୍ଯ୍ୟାୟର ୫୬ ମ୍ୟାଚ୍‌ର କାର୍ଯ୍ୟସୂଚୀ ଘୋଷଣା କରିଛି। ଏଥିରୁ ଦୁବାଇରେ ସର୍ବାଧିକ ୨୪ ମ୍ୟାଚ୍, ଆବୁଧାବିରେ ୨୦ ଏବଂ ଶାରଜାରେ ୧୨ ମ୍ୟାଚ୍ ଖେଳାଯିବ।

ଶାହା ଲେଖିଛନ୍ତି ୟୁନାଇଟେଡ୍ ଆରବ ଏମିରାଟ୍ସ ବର୍ଷର ସବୁଠୁ ବହୁପ୍ରତୀକ୍ଷିତ ଟୂର୍ଣ୍ଣାମେଣ୍ଟ #IPL2020 ଆୟୋଜନ ପାଇଁ ପ୍ରସ୍ତୁତ। ଦୁନିଆ ପ୍ରସ୍ତୁତ ଏବଂ ଆମେ ମଧ୍ୟ।

{"id":330396,"sizeSlug":"large"}

ଆଇପିଏଲର ପ୍ଲେଅଫ ମ୍ୟାଚ୍‌ର ତାରିଖ ଏବଂ ଆୟୋଜନ ସ୍ଥଳର ଘୋଷଣା ପରେ କରାଯିବ। ଏହା ବ୍ୟତୀତ ଫାଇନାଲ ପାଇଁ ପଡିଆର ଘୋଷଣା ମଧ୍ୟ ବୋର୍ଡ ପରେ କରିବ। ଫାଇନାଲ ମୁକାବିଲା ନଭେମ୍ବର ୧୦ରେ ଖେଳାଯିବ। ଆଇପିଏଲ ପାଇଁ ସମସ୍ତ ଆଠ ଫ୍ରାଞ୍ଚାଇଜି ପ୍ରସ୍ତୁତ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.