ଭାରତରେ ଲୋକଙ୍କ ଇସ୍ଲାମୋଫୋବିକ୍ ପୋଷ୍ଟ ର ଜବାବ ରଖିଲେ ଦୁବାଇ ପ୍ରିନ୍ସେସ୍, ଜାଣନ୍ତୁ ଉଲ୍ଲେଖ କରିଛନ୍ତି କ’ଣ ?

Published By : Prameya-News7 Bureau | April 22, 2020 IST

ଦୁବାଇ: କରୋନା ସଂକ୍ରମଣ ଯେତିକି ବଢୁଛି ସୋସିଆଲ ମିଡିଆରେ ଲୋକଙ୍କ ଚର୍ଚ୍ଚା ବି ସେତିକି ବଢୁଛି। ଦେଶରେ କରୋନା ସଂକ୍ରମିତଙ୍କ ସଂଖ୍ୟା ବୃଦ୍ଧି ଲାଗି ପ୍ରାୟ ଲୋକେ ତବଲିଗୀ ଜମାତୀଙ୍କୁ ଦାୟୀ କରୁଛନ୍ତି। ଏଥିରୁ କିଛି ଲୋକେ ମୁସଲମାନଙ୍କ ଲାଗି ଆପତ୍ତିଜନକ ମନ୍ତବ୍ୟ ବି ଦେଉଛନ୍ତି।  ହେଲେ କେତୋକ ଅତି ଉତ୍ସାହୀ ଲୋକେ ଦୁବାଇ ଭଳି ସହରକୁ ବି ହିନ୍ଦୁମାନେ ନିର୍ମାଣ କରିଥିବାର ଦାବି କଲେଣି। ଯାହା ଏବେ ଘୃଣାର ପରିବେଶ ସୃଷ୍ଟି କରିଛି। ଏଥିରେ ୟୁଏଇ ପ୍ରିନ୍ସେସଙ୍କ ଏକ ଟ୍ୱିଟ୍‌ ଏବେ ଚର୍ଚ୍ଚାର ବିଷୟ ପାଲଟିଛି।

{"id":258234,"width":581,"height":384,"sizeSlug":"large"}

ପ୍ରିନ୍ସେସ୍ ହେନ୍ଦ ଅଲ କାସିମୀ ତାଙ୍କ ଟ୍ୱିଟ୍‌ ହ୍ୟାଣ୍ଡଲରେ ଏକ ପୋଷ୍ଟ ସେୟାର କରିଥିବା ବେଳେ ଲୋକଙ୍କୁ ଶାନ୍ତି ଓ ସଦ୍‌ଭାବନାର ବାର୍ତ୍ତା ଦେଇଛନ୍ତି। ଉପୁଜିଥିବା ପରିସ୍ଥିତିରେ ଭାରତକୁ ଜାତିର ପିତା ମହାତ୍ମା ଗାନ୍ଧିଙ୍କୁ ଏବେ ମନେ ପକାଇବାର ସମୟ ବୋଲି କହିଛନ୍ତି। ସୂଚନା ଯୋଗ୍ୟ ଯେ ଭାରତରେ କରୋନା ସଂକ୍ରମଣକୁ ଲୋକେ ଏବେ ଏକ ନିର୍ଦ୍ଧିଷ୍ଟ ସମ୍ପ୍ରଦାୟ ସହ ଯୋଡିସାରିଲେଣି।  ଏଇଭଳି ଜଣେ ଟ୍ୱିଟର ୟୁଜର ତବଲିଗୀ ଜମାତର ଲୋକଙ୍କୁ ଭାରତରେ ସଂକ୍ରମଣ ଲାଗି ଦାୟୀ କରି ଅଭଦ୍ର ମନ୍ତବ୍ୟ ଦେଇଥିଲେ। ଏଥିରେ ସେ ଦୁବାଇ ସହରକୁ ହିନ୍ଦୁମାନେ ନିର୍ମାଣ କରିଥିଲେ ଓ ସେହି ସମୂଦାୟର ଲୋକେ ତାକୁ ହଡପ କରିଥିବାର ଦାବି ମଧ୍ୟ କରିଛନ୍ତି।

wp:html /wp:html

ସମ୍ପୃକ୍ତ ୟୁଜରଙ୍କ ଟ୍ୱିଟ୍‌ ସୋସିଆଲ ମିଡିଆରେ ଭାଇରାଲ ହେବା ପରେ ୟୁଏଇ ପ୍ରିନ୍ସେସଙ୍କ ନଜରରେ ପଡିଥିବା ବେଳେ ସେ ଏହାର ଜବାବ ଦେଇଛନ୍ତି। ବିଶ୍ୱରେ ହେଟ୍ ସ୍ପିଚ୍‌ ବିରୋଧରେ ଅଭିଯାନ ଚଳାଇଥିବା ପ୍ରିନ୍ସେସ୍‌ ହେନ୍ଦ ଅଲ କାସିମୀ ୟୁଏଇରେ ଏଭଳି ବ୍ୟବହାର ସହନୀୟ ନୁହେଁ ବୋଲି ଉଲ୍ଲେଖ କରିଛନ୍ତି। ଯେଉଁ କଥାରୁ ଘୃଣାଭାବ ସୃଷ୍ଟି ହୁଏ ତାହାହିଁ ନରସଂହାରର ପ୍ରାରମ୍ଭ ବୋଲି ସେ ଉଲ୍ଲେଖ କରିଥିବା ବେଳେ ମହାତ୍ମା ଗାନ୍ଧି ଥରେ କହିଥିଲେ ଯଦି ଆଖି ବଦଳେ ଆଖି କାଢି ନିଆଯାଏ ତେବେ ବିଶ୍ୱ ଅନ୍ଧ ହୋଇଯିବ। ଏଣୁ ଆମକୁ ଇତିହାସରୁ ଶିକ୍ଷା ନେବାକୁ ହେବ ବୋଲି ରାଜକୁମାରୀ କହିଛନ୍ତି।

wp:html /wp:html

ରାଜକୁମାରୀ ହେନ୍ଦ ଅଲ କାସିମୀଙ୍କ ଜନ୍ମ ୟୁଏଇରେ। ତାଙ୍କ ପିତା ଡାକ୍ତର ଓ ମା ସ୍କୁଲର ପ୍ରିନ୍ସିପାଲ ଥିଲେ। ତେବେ ସେ ମହାତ୍ମା ଗାନ୍ଧିଙ୍କ ଆଦର୍ଶରେ ଅନୁପ୍ରାଣିତ। ସେ ଟ୍ୱିଟର ହ୍ୟାଣ୍ଡେଲରେ ଯାହା ବି ଉଲ୍ଲେଖ କରିଛନ୍ତି ତାହା ଗାନ୍ଧି ଫିଲ୍ମର ଡାୟଲଗ। ତେବେ ଫିଲ୍ମର ଡାଇଲଗ ହୋଇଥିଲେ ବି ବେଶ୍ ଲୋକପ୍ରୀୟ। ରାଜକୁମାରୀ ଏବେ ବିଶ୍ୱରେ ଘୃଣା ବିରୋଧରେ ସଂଗ୍ରାମ ଲାଗି ଗାନ୍ଧିଙ୍କ ଅହିଂସା ନୀତିକୁ ଅସ୍ତ୍ର କରିଥିବା ବେଳେ ସମସ୍ତଙ୍କୁ ଗାନ୍ଧିଙ୍କ ଅନୁସରଣ ଲାଗି ନିବେଦନ କରିଛନ୍ତି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.