Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ରାଜ୍ୟରେ ଆଉ ୧୨ କରୋନା ସଂକ୍ରମିତଙ୍କ ମୃତ୍ୟୁ
  • ||
  • ରାଜ୍ୟରେ ୧୫୪୦ କରୋନା ସଂକ୍ରମିତ ଚିହ୍ନଟ
  • ||
  • ଡିସେମ୍ବର ୩୧ପୂର୍ବରୁ ବସିବ ବିଧାନସଭାର ଶୀତ ଅଧିବେଶନ
  • ||
  • କରୋନାର ଦୈନିକ ସଂକ୍ରମଣରେ ବୃଦ୍ଧି, ୨୪ଘଣ୍ଟାରେ ୪୩୮୯୩ ନୂଆ ଆକ୍ରାନ୍ତ ଚିହ୍ନଟ
  • ||
  • ଅପରେସନ ଅଲ୍ଆଉଟ୍ : ସେନା ଗୁଳିରେ ୨ ଆତଙ୍କୀ ନିହତ, ବନ୍ଧୁକ ଓ ଗୁଳି ଜବତ
  • ||
  • ବିହାର ନିର୍ବାଚନ : ପ୍ରଥମ ପର୍ଯ୍ୟାୟ ପାଇଁ ମତଦାନ ଆରମ୍ଭ, ୭୧ଟି ଆସନରେ ଚାଲିଛି ଭୋଟିଂ
  • ||

ବିନା ଡିଏନଏ ପରୀକ୍ଷଣରେ ଆଉ ବାସମତୀ ଚାଉଳ କିଣିବନି ସାଉଦୀ ଆରବ, ଚିନ୍ତାରେ ମିଲ ମାଲିକ

28/09/2019 at 7:34 PM

ନୂଆଦିଲ୍ଲୀ : ଭାରତୀୟ ବାସମତୀର ପ୍ରମୁଖ ଆମଦାନୀକାରୀ ଦେଶ ସାଉଦୀ ଆରବ କୀଟନାଶକ ମୁକ୍ତ ଚାଉଳ ଲାଗି ନିୟମକୁ କଡା କଡି କରିଛି। ଏଣୁ ଏବେ କେବଳ ସେହି ମିଲମାନେ ଆରବକୁ ଚାଉଳ ପଠାଇପାରିବେ ଯେଉଁମାନଙ୍କର ବାସମତୀ ରପ୍ତାନୀ ଲାଗି ବିଆଇଏସ୍ ସାର୍ଟିଫିକେସନ ଆଇଏସଓ ୨୨୦୦୦ ଓ ଭିଆରସି ମାନକ ରହିଛି। କେବଳ ଏତିକି ନୁହେଁ ଏକ୍ସପୋର୍ଟ ଚାଉଳର ଡିଅକ୍ସିରାଇବୋ ନ୍ୟୁକ୍ଲିକ୍ ଅମ୍ଲ (ଡିଏନଏ) ପରୀକ୍ଷଣ ମଧ୍ୟ କରାଯିବ। ଏଥିରେ ଉତ୍କୃଷ୍ଟ ପ୍ରମାଣିତ ଚାଉଳକୁ ହିଁ ସାଉଦୀ ସରକାର କିଣିବେ।

ସାଉଦୀ ସରକାର ବାସମତୀ ଚାଉଳ ଲାଗି ଏହି ନିୟମ ଗତ ସେପ୍ଟେମ୍ବର ୧ ତାରିଖରୁ ଲାଗୁ କରିଛନ୍ତି। ତେବେ ମାନକ ପୁରଣ କରିବାକୁ ସରକାର ୩୧ ଡିସେମ୍ବର ୨୦୧୯ ପର୍ଯ୍ୟନ୍ତ ସମୟ ଦେଇଛନ୍ତି। ଯାହାକୁ ନେଇ ଏବେ ବିଦେଶକୁ ଚାଉଳ ରପ୍ତାନୀ କରୁଥିବା ମିଲମାଲିକମାନେ ଚିନ୍ତାରେ ପଡିଛନ୍ତି। ଭାରତୀୟ ବାସମତୀ ଆମଦାନୀରେ ଇରାନ ପରେ ସାଉଦୀ ଆରବ ବିଶ୍ୱର ଦ୍ୱିତୀୟ ବୃହତ୍ତ ରାଷ୍ଟ୍ର। ତେବେ କୀଟନାଶକରୁ ରକ୍ଷା ପାଇବା ଲାଗି କ୍ୱାଲିଟି ନିରୂପଣ ଲାଗି ସରକାର ଏହି ନୂଆ ନିୟମ ଲାଗୁ କରିଛନ୍ତି। ଏଣୁ ଏବେ ସାଉଦୀରେ ବାସମତୀ ଲାଗି ଫୁଡ ଏଣ୍ଡ ଡ୍ରଗ ଅଥରିଟି ରପ୍ତାନୀକାରୀଙ୍କ ପୁଷ୍ଟି ପ୍ରମାଣପତ୍ର ସହ ଏବେ ଲାବୋରେଟରୀ ଟେଷ୍ଟିଂ ରିପୋର୍ଟ ବି ମାଗୁଛନ୍ତି।

ସାଉଦୀ ଫୁଡ ଅଥରିଟି ବାସମତୀ ଚାଉଳର ବିଶ୍ୱାସନୀୟତା ଓ ସତ୍ୟତା ପ୍ରମାଣିତ କରିବା ଲାଗି ରପ୍ତାନୀକାରୀଙ୍କ ଠାରୁ ଡିଏନଏ ରିପୋର୍ଟ ମାଗିବେ। ଏଥିଲାଗି ପୂର୍ବରୁ ଅଥରିଟି କେବଳ ସେହି କ୍ଷେତ୍ରରୁ ଧାନ ଅଥବା ଚାଉଳ ସଂଗ୍ରହ କରିବା ଦରକାର ଯେଉଁ କ୍ଷେତ୍ରରେ ଉତ୍ତମ ପ୍ରଣାଳୀରେ କୃଷି କରାଯାଉଛି ବୋଲି ପରାମର୍ଶ ଦେଇଥିଲେ। ସେପଟେ ସାଉଦୀ ଆରବ ସରକାର ୧୦୧ ପ୍ରକାରର କୀଟନାଶକ ସୂଚୀ ଜାରି କରିଛନ୍ତି। ଯଦି ଚାଉଳରେ ସେପରି କୌଣସି କୀଟନାଶକର ଉପସ୍ଥିତି ଜଣାପଡିଲା ତେବେ ତାକୁ ଗ୍ରହଣ କରାଯିବନି ବୋଲି ମଧ୍ୟ ସ୍ପଷ୍ଟ କରିଦେଇଛନ୍ତି।

   Related Posts