ଏବେ ସପ୍ତାହକୁ ୪.୫ ଦିନ ହେବ କାମ, ବଳକା ଦିନ ଛୁଟି, ଏହି ଦେଶର କର୍ମଚାରୀଙ୍କ ପାଇଁ ନିୟମ ଲାଗୁକଲେ ସରକାର

Published By : Prameya-News7 Bureau | December 07, 2021 IST

ଦୁବାଇ, ୦୭/୧୨: ସଂଯୁକ୍ତ ଆରବ ଏମିରେଟ୍‌ ବା ୟୁଏଇ ଏକ ଐତିହାସିକ ପଦକ୍ଷେପ ନେଇଛି । ଏବେ ୫ ଦିନ ବଦଳରେ ୪.୫ ଦିନ ସେଠାକାର କର୍ମଚାରୀଙ୍କୁ କାର୍ଯ୍ୟ କରିବାକୁ ପଡ଼଼ିବ । ସରକାରୀ ଅଧିକାରୀଙ୍କ ସୂଚନା ଅନୁସାରେ ଶୁକ୍ରବାର ମଧ୍ୟରୁ ସପ୍ତାହନ୍ତ ଛୁଟି ଆରମ୍ଭ ହେବ । ଯାହା ଶନିବାର ଏବଂ ରବିବାର ପର୍ଯ୍ୟନ୍ତ ଜାରି ରହିବ । ୟୁଏଇ ଦୁନିଆର ପ୍ରଥମ ଏବଂ ଏମିତି ଏକ ଦେଶ ଯେଉଁଠାରେ ପାଞ୍ଚଦିନ କାମ କରିବା ପରେ ରାଷ୍ଟ୍ରୀୟ ସପ୍ତହନ୍ତ ପାଳନ ହୋଇଥାଏ ।

ମିଳିଥିବା ସୂଚନା ଅନୁସାରେ ଜାନୁଆରୀ ୨୦୨୨ ଠାରୁ ଦେଶରେ ସରକାରୀ କାର୍ଯ୍ୟ ସପ୍ତାହ ଅନିବାର୍ଯ୍ୟ ହେବ । ସରକାରଙ୍କ ଏପରି କରିବାର ଉଦ୍ଦେଶ୍ୟ ହେଉଛି ଯେ, କାର୍ଯ୍ୟମୟ ଜୀବନକୁ ସମତୁଲ କରିବା ଏବଂ ଆର୍ଥିକ ସ୍ଥିତିରେ ସୁଧାର ଆଣିବା । ରିପୋର୍ଟ ମୁତାବିକ ୟୁଏଇ ଏକମାତ୍ର ଦେଶ ଯେଉଁଠାରେ ଶନିବାର ଏବଂ ରବିବାର ସମ୍ପୂର୍ଣ୍ଣ ଛୁଟି ହେବ ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.