ଅଣ ଇସ୍ଲାମଙ୍କ ଲାଗି UAE ପ୍ରଣୟନ କଲା ବିବାହ ଆଇନ, ସିଭିଲ ଲ ରେ ହେଲା ସଂଶୋଧନ, ରହିଛି ଏହି ସବୁ ପ୍ରାବଧାନ

Published By : Prameya-News7 Bureau | November 07, 2021 IST

ଆବୁଧାବୀ ୭।୧୧: ସଂଯୁକ୍ତ ଆରବ ଏମିରେଟସ୍ (ୟୁଏଇ) ଅନ୍ୟ ଇସ୍ଲାମ ଦେଶଙ୍କ ସରିଆ ଆଇନ ବାହାରେ ଏକ ଏପରି ଆଇନକୁ ମଞ୍ଜୁରି ଦେଇଛନ୍ତି ଯାହା ଲୋକଙ୍କୁ ବିବାହ, ବିଚ୍ଛେଦ ସମେତ ବିଭିନ୍ନ ପ୍ରକାର ସୁବିଧା ପ୍ରଦାନ କରୁଛି। ଆବୁଧାବୀ ଶେଖ ଖଲିଫା ବିନ ଜାଏଦ ଅଲ-ନାହୟାନ ଏହି ଆଇନକୁ ମଞ୍ଜୁରୀ ପ୍ରଦାନ କରିଛନ୍ତି। ଅଲ-ନାହୟାନ ୭ ଏମିରେଟ ସଂଘର ମୁଖିଆ ମଧ୍ୟ । ନୂଆ ଆଇନରେ ଲୋକଙ୍କ ସିଭିଲ ମ୍ୟାରେଜ, ବିଚ୍ଛେଦ, ଭରଣପୋଷଣ, ପିଲାଙ୍କ ଯୁଗ୍ମ ତତ୍ୱାବଧାନ ସମେତ ପିତୃତ୍ୱ ପ୍ରମାଣ ଓ ସେମାନଙ୍କ ଅଧିକାରକୁ ସ୍ୱୀକୃତି ଦେଉଛି।

ଆବୁଧାବୀ ସରକାରୀ ସମ୍ବାଦ ସରବରାହ ସଂସ୍ଥା ଡବ୍ଲୁଏଏମ୍ ରବିବାର ଏହି ସୂଚନା ଦେଇଛନ୍ତି। ଏଥିରେ ଶେଖଙ୍କ ଦ୍ୱାରା ଗୃହୀତ ଆଇନରେ ଅଣ ଇସ୍ଲାମଙ୍କୁ ମଧ୍ୟ ବିବାହ ଲାଗି ଅନୁମତି ପ୍ରଦାନ କରୁଥିବା ସୂଚିତ କରିଛନ୍ତି। ୟୁଏଇରେ ରହୁଥିବା ଅଣ ମୁସଲମାନ ଲୋକେ ନୂଆ ଆଇନରେ ଡିଭୋର୍ସ ବି ନେଇ ପାରିବେ। ସିଭିଲ ଲ ଅନୁସାରେ ପିଲାଙ୍କୁ ଯୁଗ୍ମ ତତ୍ୱାବଧାନ ମିଳିବାର ମଧ୍ୟ ପ୍ରାବଧାନ ରହିଛି। ଉପସାଗରୀୟ ଦେଶଙ୍କ ଭଳି ୟୁଏଇରେ ମଧ୍ୟ ସରିଆ ଆଇନ ପ୍ରଚଳିତ। ହେଲେ ଏଥିରେ ଏବେ ବଡ଼ ଧରଣର ସଂଶୋଧନ କରାଯାଇଛି।

{"id":540162,"width":841,"height":631,"sizeSlug":"full","linkDestination":"none"}

କୁହାଯାଉଛି ୟୁଏଇ ବିଜନେସ୍‌ ହବ ଭାବେ ହାସଲ କରିଥିବା ମାନ୍ୟତା ବଜାଏ ରଖିବା ଲାଗି ଏପରି ନିଷ୍ପତ୍ତି ହୋଇଛି।  ଏହି ଅନୁସାରେ ଆବୁଧାବୀରେ ବସବାସ କରୁଥିବା ଅଣ ଇସ୍ଲାମ ଲୋକଙ୍କ ପାରିବାରିକ ମାମଲାର ସମାଧାନ ଲାଗି ଏବେ ନୂଆ କୋର୍ଟ ମଧ୍ୟ ସ୍ଥାପିତ ହେବ। ଏହି ସବୁ କୋର୍ଟ ଉଭୟ ଇଂରାଜୀ ଓ ଆରବୀ ଭାଷାରେ କାମ କରିବେ।

ଅଣ ମୁସଲମାନଙ୍କ ସମ୍ପର୍କିତ ଏହି ସିଭିଲ ଲକୁ ଏବେ ବିଲକୁଲ ପୃଥକ ଆଇନ ବୋଲି କୁହାଯାଉଛି। ଗତବର୍ଷ ୟୁଏଇ କେତେକ ଆଇନରେ ସଂଶୋଧନ କରିଥିଲା। ଏଥିରେ ବିବାହ ପୂର୍ବ ଶାରୀରିକ ସମ୍ପର୍କ, ମଦ୍ୟପାନକୁ ଅପରାଧ ଶ୍ରେଣୀରୁ ବାହାର କରିଦିଆଯାଇଥିଲା। ଏହା ସହ ଅନର କିଲିଂ ଭଳି ମାମଲାର ମୁକାବିଲା ଲାଗି ଯେଉଁ କଡ଼ା ଆଇନ ଥିଲା ତାକୁ ମଧ୍ୟ କୋହଳ କରା ଯାଇଥିଲା।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.