UAE ସହିତ ଇସ୍ରାଏଲର ଗୁପ୍ତ ବୈଠକ : ସାଉଦି ରାଜକୁମାରଙ୍କୁ ଭେଟିଲେ ଇସ୍ରାଏଲ ପ୍ରଧାନମନ୍ତ୍ରୀ ବେଞ୍ଜାମିନ୍ ନେତାନ୍ୟାହୁ
23/11/2020 at 6:26 PM

ନୂଆଦିଲ୍ଲୀ ୨୩/୧୧ : UAE ଏବଂ ବାହାରୀନ ପରେ ଏବେ ସାଉଦି ଆରବ ସହିତ ଇସ୍ରାଇଲର ସମ୍ପର୍କ ସୁଦୃଢ ହେଉଥିବା ଦେଖିବାକୁ ମିଳୁଛି । ଇସ୍ରାଏଲ ପ୍ରଧାନମନ୍ତ୍ରୀ ବେଞ୍ଜାମିନ୍ ନେତାନ୍ୟାହୁ ରବିବାର ସାଉଦି ଆରବର ରାଜକୁମାର ମହମ୍ମଦ ବିନ୍ ସଲମାନ ଏବଂ ଆମେରିକାର ବିଦେଶ ମନ୍ତ୍ରୀ ମାଇକ ପୋମ୍ପିଓଙ୍କୁ ସାକ୍ଷାତ କରିବାକୁ ନିୟୋମରେ ପହଞ୍ଚିଛନ୍ତି । ତାଙ୍କ ସହିତ ଇସ୍ରାଏଲର ଗୁପ୍ତଚର ଏଜେନ୍ସି ମୋସାଦର ମୁଖ୍ୟ ୟୋସି କୋହେନ ମଧ୍ୟ ଉପସ୍ଥିତ ଥିଲେ।
ସାଉଦି ଆରବର ନିୟୋମ ସହରରେ ଚାରି ଜଣଙ୍କ ମଧ୍ୟରେ ଗୁରୁତ୍ବପୂର୍ଣ୍ଣ ଆଲୋଚନା ହୋଇଥିବା ସୂଚନା ମିଳିଛି । ତେବେ ଇସ୍ରାଏଲ ପ୍ରଧାନମନ୍ତ୍ରୀ ବେଞ୍ଜାମିନ୍ ନେତାନ୍ୟାହୁଙ୍କ କାର୍ଯ୍ୟାଳୟ ପକ୍ଷରୁ ଏବାବଦରେ କୌଣସି ଟିପ୍ପଣି ଦିଆଯାଇନାହିଁ । କିନ୍ତୁ ତାଙ୍କର ବ୍ୟକ୍ତିଗତ ଜେଟ୍ ୟୁଏଇ ଯାଇଥିବା ଟ୍ରାକିଂରୁ ଜଣାପଡିଛି । ଆମେରିକା, ସାଉଦି ଏବଂ ଇସ୍ରାଏଲ ମଧ୍ୟରେ ସୁସମ୍ପର୍କ ତିଆରି କରିବାକୁ ଏହି ଉଚ୍ଚସ୍ତରୀୟ ବୈଠକ ହୋଇଥିବା ସୂଚନା ମିଳିଛି ।
ଇସ୍ରାଏଲର ଏକ ଖବରକାଗଜ ହରିଜ୍ ଅନୁଯାୟୀ, ସେହି ସମାନ ବିମାନ ଯାହା ମାଧ୍ୟମରେ ଇସ୍ରାଏଲ୍ ପ୍ରଧାନମନ୍ତ୍ରୀ ବେଞ୍ଜାମିନ୍ ନେତାନ୍ୟାହୁ ଋଷିଆର ରାଷ୍ଟ୍ରପତି ଭ୍ଲାଦିମିର ପୁଟିନଙ୍କୁ ଅନେକ ଥର ଭେଟିଛନ୍ତି। ଆମେରିକାର ବୈଦେଶିକ ସଚିବ ଦୀର୍ଘ ଦିନ ଧରି ଇସ୍ରାଏଲର ଗଲ୍ଫ ଦେଶ ସହ ସମ୍ପର୍କକୁ ସ୍ୱାଭାବିକ କରିବାକୁ ଚେଷ୍ଟା କରୁଛନ୍ତି ଯାହା ଦ୍ବାରା ଇରାନ ସହିତ ମୁକାବିଲା କରାଯାଇପାରିବ। ସାଉଦି ଆରବ ଏପର୍ଯ୍ୟନ୍ତ ଇସ୍ରାଏଲ ସହିତ ସମ୍ପର୍କକୁ ସ୍ୱାଭାବିକ କରିବାକୁ ମନା କରିଦେଇଛି। ପ୍ରଥମେ ପାଲେଷ୍ଟାଇନବାସୀଙ୍କ ସମସ୍ୟାର ସମାଧାନ ହେବା ଉଚିତ ବୋଲି ସାଉଦି ଆରବ କହିଛି।