ଡାକ୍ତର ହେବାର ଇଚ୍ଛାଶକ୍ତି ବଢ଼ାଇଛି କୋଭିଡ୍-୧୯, ମେଡିକାଲ ସ୍କୁଲରେ ଆବେଦନକାରୀଙ୍କ ସଂଖ୍ୟା ବଢ଼ୁଛି

Published By : Prameya-News7 Bureau | September 22, 2020 IST

ଆମେରିକା ୨୨/୦୯: କରୋନା ମହାମାରୀ କାଳରେ ସବୁଠୁ ମୁଖ୍ୟ ଭୂମିକା ଗ୍ରହଣ କରିଛନ୍ତି ଡାକ୍ତର ତଥା ନର୍ସମାନେ। ସେଥିପାଇଁ ସେମାନଙ୍କୁ ମହାମାରୀର ସମ୍ମୁଖ ଯୋଦ୍ଧା ବୋଲି କୁହାଯାଉଛି। ତେବେ ଏ ମହାମାରୀ ଛାତ୍ରଛାତ୍ରୀଙ୍କ ମନରେ ମେଡିକାଲ କ୍ଷେତ୍ରରେ କାମ କରିବା ପାଇଁ ଆଗ୍ରହ ସୃଷ୍ଟି କରାଇଛି। ଛାତ୍ରଛାତ୍ରୀଙ୍କ ମନରେ ଅନ୍ୟ କ୍ୟାରିୟର ତୁଳନାରେ ଡାକ୍ତର ହେବାର ଇଚ୍ଛାଶକ୍ତି ବୃଦ୍ଧି ପାଇଛି। ସେଥିପାଇଁ ମେଡିକାଲ ସ୍କୁଲ ଗୁଡ଼ିକ ରେକର୍ଡ ସଂଖ୍ୟକ ଆପ୍ଲିକେସନ୍ ଗ୍ରହଣ କରୁଥିବା କହିଛନ୍ତି।

ଅଗଷ୍ଟ ଶେଷ ସୁଦ୍ଧା ପୂର୍ବ ବର୍ଷ ତୁଳନାରେ ଆବେଦନକାରୀଙ୍କ ସଂଖ୍ୟା ଏଥର ୧୭ ପ୍ରତିଶତ ବଢ଼ିଛି। ଏଭଳି ଅଦ୍ଭୂତପୂର୍ବ ରେକର୍ଡ ପୂର୍ବରୁ କେବେ ଦେଖିବାକୁ ମିଳି ନ ଥିବା ଆମେରିକୀୟ ମେଡିକାଲ କଲେଜ ଆସୋସିଏସନ୍ (AAMC) କହିଛି। ଏହି ଆସୋସିଏସନ ମୁଖ୍ୟ ମେଡିକାଲ ପ୍ରବେଶିକା ପରୀକ୍ଷା ପରିଚାଳନା କରେ। AAMCର ବରିଷ୍ଠ ନିର୍ଦେଶକ ପାଟ୍ରିକ୍ ଫ୍ରିଟଜ କହିଛନ୍ତି ପୂର୍ବ ବର୍ଷ ତୁଳନାରେ ଚଳିତବର୍ଷର ଆବେଦନକାରୀଙ୍କ ସଂଖ୍ୟା ଅଦ୍ଭୂତପୂର୍ବ ବୋଲି କହିଛନ୍ତି।

{"id":332954,"sizeSlug":"large"}

କରୋନା ଭାଇରସ୍ ହେଲଥ୍‌ ପ୍ରଫେସନ ଉପରେ ଦୃଷ୍ଟିଆକର୍ଷଣ କରିଛି। ପୂର୍ବ ତୁଳନାରେ ଯୁବପିଢ଼ିଙ୍କୁ ମେଡିକାଲ କଲେଜରେ ଦାଖଲ ହେବାକୁ ଅଧିକ ଉତ୍ସାହିତ କରିଛି। ଏକଥା ସ୍କୁଲ ଓ ମେଡିକାଲ ଆଡମିଶନ କୋଚିଂ ବି ସ୍ବୀକାର କରୁଛନ୍ତି।

କିଛି ଆବେଦନକାରୀ ଚଳିତବର୍ଷ କମ୍ କଠୋର ଆବେଦନ ଆଶ୍ୟକତାର ଲାଭ ଉଠାଇବାକୁ ଚାହିଁପାରନ୍ତି। ଅଧିକାଂଶ ସ୍କୁଲ ମେଡିକାଲ କଲେଜ ଆଡମିଶନ ଟେଷ୍ଟ ବା ଏମସିଏଟି, ଏଗଜାମ ରିକ୍ୟୁୟାରମେଣ୍ଟ ଆଦିକୁ ପ୍ରତ୍ୟାଖ୍ୟାନ କରିଛନ୍ତି। ବର୍ଷକ ମଧ୍ୟରେ ବୃହତ ସଂଖ୍ୟକ ଚାକିରି କ୍ଷତି ହୋଇଥିବା ​‌ବେଳେ ମହାମାରୀ ସ୍ଥିର କ୍ୟାରିଅର ପଥ କ’ଣ ବୋଲି ଭାବିବାକୁ ସମୟ ମଧ୍ୟ ଦେଇଛି।

ନ୍ୟୁୟର୍କ ୟୁନିଭର୍ସିଟିର ୨୧ ବର୍ଷୀୟ ଛାତ୍ର ଡିସେମ୍ବରରେ ନ୍ୟୁରୋସାଇନ୍ସରେ ସ୍ବାତକୋତ୍ତର ଡିଗ୍ରୀ ହାସଲ କରିଥିଲେ। ମହାମାରୀ ଆସିବା ପରେ ସେ ମେଡିକାଲ ସ୍କୁଲ ବିଷୟରେ ଚିନ୍ତା କଲେ।  ସମ୍ମୁଖ ଯୋଦ୍ଧା କାମ କରିବାକୁ ମନ ବଳାଇଲେ।

{"id":332952,"sizeSlug":"large"}

ସେହିଭଳି ନ୍ୟୁ ଜର୍ସି ବାସିନ୍ଦା ୨୦୨୧ ମେଡିକାଲ ପୋଗ୍ରାମ ଆରମ୍ଭ ହେବା ପୂର୍ବରୁ ୩୦ଟି କଲେଜରେ ଆବେଦନ କରିଛନ୍ତି। ୨୦୦୮ ମାନ୍ଦାବସ୍ଥା ପରେ ମେଡିକାଲ ସ୍କୁଲ ଆପ୍ଲିକେସନ ସଂଖ୍ୟା  ଧୀରେ ଧୀରେ ବୃଦ୍ଧି ପାଉଥିବା AAMC ଡାଟାରୁ ଜଣାପଡ଼ିଛି। ତେବେ ଏଥର କିନ୍ତୁ ରେକର୍ଡ ସଂଖ୍ୟକ ଆବେଦନ ମେଡିକାଲ ସ୍କୁଲ ପାଇଁ ଗ୍ରହଣ କରାଯାଇଛି। ଅର୍ଥାତ ଅଗଷ୍ଟରୁ ଏହାର ସଂଖ୍ୟା ପ୍ରାୟ ୫୦ ହଜାର ଛୁଇଁଛି।

NYU ଗ୍ରସମ୍ୟାନ ସ୍କୁଲ ଅଫ୍ ମେଡିସିନ୍ ସମସ୍ତ ଛାତ୍ରମାନଙ୍କ ପାଇଁ ମାଗଣା ଟ୍ୟୁସନ ଅଫର ଘୋଷଣା କରିବା ପରେ ଏହାର ଆପ୍ଲିକେସନ୍‌ ସଂଖ୍ୟା ବୃଦ୍ଧିର ଟ୍ରାକରେ ରହିଛି । ୨୦୧୮ରେ ଏହା ଘୋଷଣା ହେବା ପରେ ଆପ୍ଲିକେସନ୍ ଫର୍ମ ସଂଖ୍ୟା ୬ ହଜାରରୁ ୮ ହଜାରକୁ ପହଞ୍ଚିଲା । ଷ୍ଟାନଫଡ ୟୁନିଭର୍ସିଟି ଏବଂ ଓ୍ବାଶିଂଟନ୍ ୟୁନିଭର୍ସିଟି ସହିତ କେତେକ ଉଚ୍ଚ-ପ୍ରୋଫାଇଲ ମେଡିକାଲ ସ୍କୁଲ, ଏମସିଏଟି ଆବଶ୍ୟକତା ଛାଡି ଆଡିମିଶନ ମାନକୁ ସାମୟିକ ଭାବରେ ଆରାମ ଦେଇଛନ୍ତି। ଷ୍ଟାଡନଫର୍ଡ ସ୍କୁଲରେ ମଧ୍ୟ ୫୦ ପ୍ରତିଶତ ଆବେଦନକାରୀଙ୍କ ସଂଖ୍ୟା ବଢ଼ିଛି। ଅଧିକାଂଶ ମଧ୍ୟ ଏମସିଏଟି ସ୍କୋର ଦାଖଲ କରିଛନ୍ତି।

ଏପରିକି ଟେକସାସରେ ଅବସ୍ଥିତ ସମସ୍ତ ବିଶ୍ବବିଦ୍ୟାଳୟ ସମେତ କିଛି ମେଡିକାଲ ସ୍କୁଲ ଆବେଦନ କରିବାର ଶେଷ ତାରିଖ ଅକ୍ଟୋବରରୁ ନଭେମ୍ବରକୁ ଘୁଞ୍ଚାଇ ଦେଇଛନ୍ତି। ହେଲଥରେ ଇନଟର୍ନସିପ୍ ବା ରିସର୍ଚ ପ୍ରୋଜେକ୍ଟ ପରି ଅନ୍ୟାନ୍ୟ ପ୍ରୋଗ୍ରାମ ଗୁଡ଼ିକ ପୂର୍ପୂବରୁ ଆବଶ୍ୟକତା ଥିବା ସର୍ତ ଛାଡି ଦେଇଛନ୍ତି। ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.