ଇରାନରୁ ତେଲ ଆମଦାନୀ ବନ୍ଦ କର,ନଚେତ ଆମେରିକାରୁ ମିଳୁଥିବା ସବୁପ୍ରକାର ସୁବିଧା ହରାଇବ:ଟ୍ରମ୍ପ

Published By : Prameya-News7 Bureau | June 28, 2018 IST

ଇରାନରୁ ତେଲ ଆମଦାନୀ ବନ୍ଦ କର । ନଚେତ ଆମେରିକାରୁ ମିଳୁଥିବା ସବୁପ୍ରକାର ସୁବିଧା ସୁଯୋଗ ହରାଇବ । ଏମିତି ନୂଆ କଟକଣା ଲାଗୁ କରାଯିବ । ଆମେରିକାର ଟ୍ରମ୍ପ ସରକାର ଭାରକୁ ଏପରି ଡରାଇଛି । କେବଳ ଭାରତ ନୁହେଁ, ଚୀନ ସମେତ ସମେତ ଅନ୍ୟ ସବୁ ରାଷ୍ଟ୍ରକୁ ଆମେରିକା ସତର୍କବାଣୀ ଜାରି କରିଛି। କୌଣସି ରାଷ୍ଟ୍ର ଇରାନରୁ ତେଲ କିଣିଲେ ପରିସ୍ଥିତି ଖରାପ ହେବ ବୋଲି ରୋକଠୋକ କହିଛି ଆମେରିକା । ଭାରତ ଆଉ ଆମେରିକା ସଂପର୍କ ଆଉ ପୂର୍ବ ଭଳି ଭଲ ନାହିଁ । ଜୁଲାଇ ୬ରେ ହେବାକୁ ଥିବା ଟୁ ପ୍ଲସ୍ ଟୁ ବୈଠକକୁ ଆମେରିକା ସ୍ଥଗିତ ରଖିବା ଏହାର ଉଦାହରଣ । ବୈଠକ ସ୍ଥଗିତ ହେବା ପଛରେ ମୁଖ୍ୟ କାରଣ ଜୁଲାଇ ୧୫ରେ ହେବାକୁ ଥିବା ଟ୍ରମ୍ପ ଓ ପୁଟିନ୍ ମଧ୍ୟରେ ହେବାକୁ ଥିବା ବୈଠକ ବୋଲି କୁହା ଯାଉଛି । ନଭେମ୍ବର ୪ସୁଦ୍ଧା ଇରାନରୁ ତେଲ ଆମଦାନି ସଂପୂର୍ଣ୍ଣ ବନ୍ଦ କରିବାକୁ ଆମେରିକାର ଚେତାବନୀର କିଛି ଘଣ୍ଟା ପୂରି ନଥିବା ବେଳେ ଟୁ ପ୍ଲସ୍ ଟୁ ବୈଠକକୁ ଆମେରିକା ସ୍ଥଗିତ କରିଦେଇଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.