ମରୁଭୂମିର ପବନରୁ ମେଣ୍ଟିବ ଶୋଷ: ଆରବ ମରୁଭୂମିର ଜଳୀୟ ବାଷ୍ପରୁ ପାଣି ବୋତଲ, ଦୁବାଇରୁ ୨୦ କିମି ଦୂରରେ କାରଖାନା
14/07/2020 at 9:25 PM

ନୂଆଦିଲ୍ଲୀ ୧୪।୦୭: ବିଶୁଦ୍ଧ ପିଇବା ପାଣିର ସ୍ରୋତ ଭାବେ ଆରବିୟନ ମରୁଭୂମି ହେଉଛି ଏକ ଉତ୍କୃଷ୍ଟ ସ୍ଥାନ। ଏକ ଆରିଜୋନା ଭିତ୍ତିକ ଟେକ୍ନୋଲୋଜି ସଂସ୍ଥା ଏମିତି କିଛି କରିବାକୁ ଯାଉଛନ୍ତି ଯାହା ଦୁନିଆରେ ପ୍ରଥମ ଥର ହେବାକୁ ଯାଉଛି। ଜଳୀୟ ବାଷ୍ପରୁ ବିଶୁଦ୍ଧ ପାନୀୟ ଜଳ ପ୍ରସ୍ତୁତ କରାଯାଉଛି।
କୂଅ ଖୋଳିବା କିମ୍ବା ସମୁଦ୍ର ଜଳକୁ ବିଶୋଧନ କରିବା ପରିବର୍ତ୍ତେ ଦୁବାଇଠାରୁ ୨୦ କିଲୋମିଟର ଦୂରରେ ଥିବା ଏକ ପ୍ଲାଣ୍ଟରେ ଜଳୀୟ ବାଷ୍ପକୁ ଅକ୍ଷୟ ଉର୍ଜା ଶକ୍ତି ଜରିଆରେ ପାଣି ସୃଷ୍ଟି କରିବା ସହିତ ପାଣି ବୋତଲ ପ୍ରସ୍ତୁତ କରାଯିବ।
କମ୍ପାନୀର ନାମ ହେଉଛି ଜିରୋ ମାସ। କମ୍ପାନୀ ଜଳ ପାଇଁ ଜୀବାଶ୍ମ ଇନ୍ଧନ ବଦଳରେ ଅକ୍ଷୟ ଶକ୍ତି ବ୍ୟବହାର କରି ମରୁଭୂମିର ଜଳୀୟ ବାଷ୍ପରୁ ଅକ୍ଷୟ ଉର୍ଜା ଶକ୍ତି ଜରିଆରେ ପାଣି ସୃଷ୍ଟି କରିବ। ଯାହା ଦୁବାଇ ଏବଂ ଅନ୍ୟାନ୍ୟ ସଂଯୁକ୍ତ ଆରବ ଏମିରେଟ୍ସର ଅନେକ ଡିଜାଲାଇଜେସନ୍ ସୁବିଧାକୁ ଶକ୍ତି ଯୋଗାଇବ। ଏହି ପ୍ରକଳ୍ପ ଅନ୍ୟ ଶୁଷ୍କ ରାଷ୍ଟ୍ରଗୁଡିକ ପାଇଁ ଅଧିକ ସ୍ଥାୟୀ ଉପାୟରେ ପାନୀୟ ଜଳ ଉତ୍ପାଦନ କରିବା ପାଇଁ ଏକ ମଡେଲ ପ୍ରଦାନ କରିପାରିବ ଏବଂ ଖାଦ୍ୟ ନିରାପତ୍ତାରେ ଉନ୍ନତି ଆଣିବା ପାଇଁ କୃଷି ସଫଳତା ମଧ୍ୟ ସୃଷ୍ଟି କରିପାରିବ। ଏଥିରୁ ଉତ୍ପାଦିତ ଜଳରେ କୃଷି ଉତ୍ପାଦନ ମଧ୍ୟ ହୋଇ ପାରିବ।
ବଟଲିଂ ପ୍ଲାଣ୍ଟ ସୌରଶକ୍ତିରେ ସଞ୍ଚାଳନ କରାଯାଉଛି। ଆମ ଦ୍ଵାରା ବ୍ୟବହୃତ ବୋତଲକୁ ରିସାଇକିଲ କରାଯାଉଛି ଏବଂ ଏହାର ଠିପି ସ୍ଥାୟୀ ଭାବେ ରହିଥାଏ ବୋଲି ପାଣି କିଣୁଥିବା ଏମିରେଟି ଫାର୍ମର ଆଇବିଭିର ଜେନେରାଲ ମ୍ୟାନେଜର ସାମିହୁଲ୍ଲା ଖାନ କହିଛନ୍ତି। ବୋତଲର ଠିପି ବାଉଁଶରେ ତିଆରି ହେଉଛି ବୋଲି ସେ କହିଛନ୍ତି। ବିଶେଷ କରି ମରୁଭୂମି ଅଞ୍ଚଳରେ ଏହା ପାନୀୟ ଜଳ ଯୋଗାଣରେ ବିଶେଷ ସହାୟକ ହୋଇ ପାରିବ।
ୱାନକୋଭରର ଏକ ପରାମର୍ଶଦାତା ସଂସ୍ଥା ଆଟମୋସ ୱାଟର ରିସର୍ଚ୍ଚ ଚଳାଉଥିବା ରୋଲାଣ୍ଡ ୱାଲଗ୍ରେନଙ୍କ ଅନୁଯାୟୀ ଯେଉଁଠି ପାଣିରୁ ବାଷ୍ପ ନିର୍ଗତ ପାଇଁ ଟେକ୍ନୋଲୋଜିର ବ୍ୟବହାର କରାଯାଉଛି, ସେଠି ଜିରୋ ମାସର ଆକାର ପାଣି ବୋତଲ କରିବା ଉଦ୍ଦେଶ୍ୟରେ ଏହି କମ୍ପାନୀକୁ ସ୍ଥାପନ କରାଯାଇଛି।
ଏହି ପ୍ରକ୍ରିୟା ଜରିଆରେ ବାର୍ଷିକ ୨.୩ ମିଲିୟନ ଲିଟର ପାଣି ଉତ୍ପାଦନ କରିବାକୁ ସକ୍ଷମ କରାଯାଉଛି। କିନ୍ତୁ ପାଣିର ସମାନ ଉତ୍ପାଦନ ପାଇଁ ଉପଯୋଗ ହେଉଥିବା ଉନ୍ନତ ଜ୍ଞାନ କୌଶଳ ବହୁତ ମହଙ୍ଗା ରହିଛି। ସଂପ୍ରତି ଯେମିତି ପାଣି ଉତ୍ପାଦନ ହେଉଛି, ସେଥିରେ ସ୍ଥାନୀୟ ଅଞ୍ଚଳରେ ଗୋଟିଏ ଲିଟର ବୋତଲକୁ ୨.୭୨ ଡଲାରରେ ବିକ୍ରି କରାଯାଉଛି।
ଓଟ ପ୍ରଜନନ ଏବଂ ମରୁଭୂମି ସଫାରି ପାଇଁ ଏକ ହବ୍ ଲେହବାବ୍ ଗାଁରେ ରହିଛି। ଏଠାରେ ଜିରୋ ମାସ ସୁବିଧା ନିର୍ମାଣ ଚାଲିଛି। ଦୁବାଇର ରାଜ ପରିବାରର ସଦସ୍ୟ ବୁଟି ବିନ୍ ମାକ୍ଟୁମ୍ ବିନ୍ ଜୁମା ଅଲ୍ ମକତୁମ ମାଲିକାନାରେ ଥିବା ଆଇବିଭି ଗ୍ଲାସ୍ କମ୍ପାନୀ ବୋତଲରେ ଥିବା ପାଣି ହୋଟେଲ ଏବଂ ଅନ୍ୟ କ୍ରେତାଙ୍କୁ ବିକ୍ରି କରିବ ବୋଲି ଖାନ୍ କହିଛନ୍ତି।
କାରଖାନା ୧୨୫୦ ହାଇଡ୍ରୋପାନେଲ ସହିତ ଆରମ୍ଭ ହେବ, ଯାହାର ପ୍ରତ୍ୟେକର ମୂଲ୍ୟ ୨୫୦୦ ଡଲାର ଅଟେ। ଯଦିଓ ଏହି ଯୋଜନା ଶେଷରେ ଏହାର ମୂଲ୍ୟ ପାଖାପାଖି ୧୦,୦୦୦ ରହିପାରେ। ଜିରୋ ମାସ ଏହି ପ୍ରକଳ୍ପରେ କେତେ ବିନିଯୋଗ କରିଛି ତାହା ଉଲ୍ଲେଖ କରିବାକୁ ମନା କରିଦେଇଛି।