TikTokକୁ କିଣିବ ଆମେରିକୀୟ କମ୍ପାନୀ ଓରାକଲ୍, ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ୍ ଦେଲେ ମଞ୍ଜୁରୀ

Published By : Prameya-News7 Bureau | September 20, 2020 IST

ଓ୍ବାଶିଂଟନ୍ ୨୦।୯: ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଚୀନ୍ ର ଭିଡିଓ ସେୟାରିଂ ଆପ୍ କମ୍ପାନୀ ବାଇଟ୍ ଡାନ୍ସକୁ କିଣିବା ପାଇଁ ଆମେରିକାର ସଫ୍ଟଓ୍ବେୟାର କମ୍ପାନୀ ଓରାକଲକୁ ମଞ୍ଜୁରୀ ପ୍ରଦାନ କରିଛନ୍ତି । ଟ୍ରମ୍ପ ରବିବାର ଦିନ ଗଣମାଧ୍ୟମକୁ କହିଛନ୍ତି ଯେ, ଓ୍ବାଲମାର୍ଟ ମଧ୍ୟ ଏହି ଚୁକ୍ତିରେ ଭାଗ ନେବ । ଓ୍ବାଲମାର୍ଟ ଟେକ୍ସାସ୍ ରେ ନୂଆ କମ୍ପାନୀର ନିର୍ମାଣର ତଦାରଖ କରିବ । ଆମେରିକା ଟିକ୍ ଟକ୍ ର ସଞ୍ଚାଳନା କରିବ । ଟ୍ରମ୍ପ କହିଛନ୍ତି ଯେ, ଏହି ଚୁକ୍ତିରେ ଏକ ଶିକ୍ଷା କାର୍ଯ୍ୟକ୍ରମ ପାଇଁ ୫ ଅରବ ଡଲାରର ଦାନ ସାମିଲ ରହିବ ।

ଶୁକ୍ରବାର ଦିନ ବାଇଟ୍ ଡାନ୍ସ କୋଲମ୍ବିଆର ଜିଲ୍ଲା କୋର୍ଟରେ ଟ୍ରମ୍ପ ପ୍ରଶାସନର ଟିକ୍ ଟକ୍ କୁ ଆମେରିକାରେ ବନ୍ଦ କରିବାକୁ ଚ୍ୟାଲେଞ୍ଜ ଦେଇ ଏକ ଅଭିଯୋଗ ଦାଖଲ କରିଛି ।

ସୂଚନାଯୋଗ୍ୟ ଯେ, ଗତ ମାସରେ ଟ୍ରମ୍ପ୍ ୧୫ ସେପ୍ଟେମ୍ବର ସୁଦ୍ଧା ଟିକ୍ ଟକ୍ ଏବଂ ଓ୍ବି ଚାଟ୍ କୁ ବ୍ୟାନ୍ କରିବାକୁ  ସରକାରୀ ନିର୍ଦ୍ଦେଶନାମାରେ ଦସ୍ତଖତ କରିଥିଲେ । ଟ୍ରମ୍ପ୍ କହିଥିଲେ ଯେ, ଆମ ପାଖରେ କିଛି ବଡ ବିକଳ୍ପ ରହିଛି ଏବଂ ଆମେ ବୋଧହୁଏ ଅନେକ ଲୋକଙ୍କୁ ଖୁସି କରିପାରିବୁ । କିନ୍ତୁ ସୁରକ୍ଷା ମଧ୍ୟ ଆମର ଆବଶ୍ୟକତା । ଆମକୁ ଚୀନ୍ ଠାରୁ ପୂରା ସୁରକ୍ଷା ଆବଶ୍ୟକତା ରହିଛି । ଆମେ ଜଣାଅଛି ଯେ ସୁରକ୍ଷାକୁ ବିପଦରେ ପକାଇବା ପାଇଁ ଆମେ କିଛି କରିବୁ ନାହିଁ ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.