୨୦ଟି ଭୂତଙ୍କ ସହ ଶାରିରୀକ ସମ୍ପର୍କ ରକ୍ଷା କରିଛନ୍ତି ଏହି ମହିଳା : କରିବାକୁ ଯାଉଛନ୍ତି ଭୂତଙ୍କୁ ବିବାହ
23/03/2019 at 2:27 PM

ଆମେ ଯେବେ ଭୂତଙ୍କ ବିଷୟରେ କଥା ହୋଇଥାଉ ଆମକୁ ବହୁତ ଡର ଲାଗିଥାଏ। କିନ୍ତୁ ଆଜି ଆମେ ଏପରି ଏକ ମହିଳା ବିଷୟରେ ଜାଣିବା ଯିଏ ଏବେ ଯାଏଁ ପାଖାପାଖି ୨୦ଟି ଭୂତଙ୍କ ସହ ଶାରିରୀକ ସମ୍ପର୍କ ସ୍ଥାପନ କରିଛନ୍ତି। ଏବେ ଏହି ମହିଳା ଭୂତଙ୍କ ସହ ବିବାହ କରିବାକୁ ଯାଉଛନ୍ତି।

ଶୁଣି ଆଶ୍ଚର୍ଯ୍ୟ ହୋଇଗଲେ କି? କିନ୍ତୁ ଏହା ସତ। ଏହି ମହିଳାଙ୍କ ନାଁ ଏମେଥିଷ୍ଟ ରିଲମ୍। ସେ ଇଂଲଣ୍ଡରେ ରୁହନ୍ତି। ରିଲମଙ୍କ କହିବାନୁସାରେ ସେ ପିଲାଦିନୁ ଏବେ ଯାଏଁ ପାଖାପାଖି ୨୦ଟି ଭୂତ ସହ ଶାରିରୀକ ସମ୍ପର୍କ ରଖିଛନ୍ତି। ସେ ଖୁବ୍ ଶୀଘ୍ର ଜଣେ ଭୂତଙ୍କୁ ବିବାହ କରିବାକୁ ଯାଉଛନ୍ତି।

ସେ ଆହୁରି ମଧ୍ୟ କହିଛନ୍ତି ଯେ ଏକ ଟ୍ରିପ୍ ସମୟରେ ଯେ ଯେତେବେଳେ ବିମାନରେ ବସିଥିଲେ ସେତେବେଳେ ସେ ବିମାନରେ ଜଣେ ଭୂତର ଉପସ୍ଥିତିକୁ ଅନୁଭବ କରିଥିଲେ। ସେ ସେଠାରେ ବୁଲୁଥିବାବେଳେ ଭୂତଟି ତାଙ୍କୁ ପ୍ରପୋଜ କରିଥିଲା। ଏହା ପରେ ରିଲମ୍ ସେହି ଭୂତକୁ ଭଲ ପାଇ ବସିଥିଲେ। ଏବଂ ସେ ୯ମାସ ହେବ ଏହି ସମ୍ପର୍କକୁ ଲିଭାଇ ଆସୁଛନ୍ତି।