Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଭୁବନେଶ୍ୱର : STF ପଞ୍ଝାରେ ବ୍ରାଉନସୁଗାର ବେପାରୀ, ୧କୋଟିରୁ ଅଧିକ ଟଙ୍କାର ଧଳାଜହର ଜବତ
  • ||
  • କଳାହାଣ୍ଡି : ମହାଲିଙ୍ଗ୍ ସନସାଇନ୍ ପବ୍ଲିକ୍ ସ୍କୁଲରେ ପ୍ରଶାସନର ତଦନ୍ତ, କାଗଜପତ୍ର ଯାଞ୍ଚ ସହ ଆୟବ୍ୟୟ ଅଟକଳର ଚାଲିଛି ଖୋଳତାଡ
  • ||
  • ରାଜ୍ୟରେ କମୁଛି କରୋନା ଗ୍ରାଫ୍: କୋଭିଡ୍ ନେଲା ଆଉ ୨ ଜଣଙ୍କ ଜୀବନ
  • ||
  • ଉପରତଳ ହେଉଛି କରୋନା ଗ୍ରାଫ୍ : ୨୪ ଘଣ୍ଟାରେ ବାହାରିଲେ ୫୨୪ କୋଭିଡ୍ ପଜିଟିଭ୍
  • ||
  • ଟି୨୦ ବିଶ୍ୱକପ : ସୁପର-୧୨ରେ ଶ୍ରୀଲଙ୍କା, ୭୦ରନରେ ଆୟରଲ୍ୟାଣ୍ଡକୁ ଦେଲା ମାତ୍
  • ||
  • +୩ରେ ଲକ୍ଷେ ସିଟ୍ ଖାଲି, ଗୁରୁବାର ସ୍ପଟ୍ ଆଡମିଶନ ପାଇଁ ଆବେଦନ
  • ||
  • ରାଜ୍ୟରେ ଖରାଟିଆ ପାଗ, ୨୩ ସୁଦ୍ଧା ଫେରିଯିବ ମୌସୁମୀ
  • ||
  • ରାଜଧାନୀରେ ରହିବନି ମୁକୁଳା ଡ୍ରେନ୍ : ଦୁଇ ପାର୍ଶ୍ୱରେ ଲାଗିବ ତାରଜାଲି, ସମ୍ପ୍ରସାରଣ ହେବ ସଙ୍କୁଚିତ ନାଳ
  • ||

U-19ରେ ଜିତାଇଲେ ଓପନର : ପାକିସ୍ତାନକୁ ୧୦ଓ୍ବିକେଟ୍‌ରେ ହରାଇଲା ଭାରତ, ଯଶ୍ବସୀଙ୍କ ଶତକ

4/02/2020 at 7:22 PM

ନୂଆଦିଲ୍ଲୀ ୩।୨: ଅଣ୍ଡର-୧୯ କ୍ରିକେଟ ବିଶ୍ୱକପର ପ୍ରଥମ ସେମିଫାଇନାଲରେ ପାକ୍‌କୁ ପରାସ୍ତ କରିଛି ଜୁନିୟର ଟିମ୍ ଇଣ୍ଡିଆ।  ଉଭୟ ଭାରତ-ପାକିସ୍ତାନ୍ ଟିମ୍ ଦ୍ୱିତୀୟ ଥର ସେମି ଫାଇନାଲରେ ମୁହାଁମୁହିଁ ହୋଇଥିଲେ । ସେମିଫାଇନାଲରେ ପାକିସ୍ତାନ ଟସ୍ ଜିତି ବ୍ୟାଟିଂ କରିଥିଲା । ପ୍ରଥମେ ବ୍ୟାଟିଂ କରି ଭାରତକୁ ୧୭୩ରନ୍‌ର ଟାର୍ଗେଟ ଦେଇଥିଲା ପାକିସ୍ତାନ । ତେବେ ଭାରତ ବିନା ଓ୍ବିକେଟ ହରାଇ ପାକିସ୍ତାନ ଦେଇଥିବା ଟାର୍ଗେଟକୁ ହାସଲ କରିନେଇଛି ।

ପ୍ରଥମେ ବ୍ୟାଟିଂ କରିବାକୁ ପଡିଆକୁ ଓହ୍ଲାଇଥିଲା ପାକିସ୍ତାନୀ ଟିମ୍‌। ଦଳ ପକ୍ଷରୁ ୯ରନ ହୋଇଥିବା ବେଳେ ଓପନର ମହମ୍ମଦଙ୍କ ଓ୍ବିକେଟ ପଡିଥିଲା । ପରେ କ୍ରମାଗତ ଭାବେ ଭାରତୀୟ ବୋଲରଙ୍କ ରକ୍ଷଣାତ୍ମକ ବୋଲିଂ ଆଗରେ ଛିଡା ହୋଇପାରିନଥିଲା ପାକିସ୍ତାନୀ ଟିମ୍ । ଦଳ ପକ୍ଷରୁ ରୋହିଲ ନାଜିର (୬୨) ଓ ହାଇଦର ଅଲ୍ଲୀ (୫୬) ଅର୍ଦ୍ଧଶତକୀୟ ପାରି ଖେଳିଥିଲେ । କିନ୍ତୁ ଏହି ଦୁଇ ଜଣଙ୍କ ଅନ୍ୟକୌଣସି ବ୍ୟାଟସମ୍ୟାନ ସହଯୋଗ କରିପାରିନଥିଲେ । ପାକିସ୍ତାନୀ ଟିମ୍‌ ୪୩.୧ବଲ୍ ଖେଳି ମୋଟ ୧୭୨ରନ୍‌ କରିବାକୁ ସକ୍ଷମ ହୋଇଥିଲା ।ସେପଟେ ଭାରତ ବୋଲିଂ ବିଭାଗ ପକ୍ଷରୁ ସୁଶାନ୍ତ ମିଶ୍ର ୩ଟି ଓ୍ବିକେଟ ନେବା ସହ କାର୍ତ୍ତିକ ତ୍ୟାଗୀ ଓ ରବି ବିଷ୍ନୋଇ ୨-୨ଟି ଲେଖାଏ , ଯଶ୍ବସୀ ଓ ଅନକୋଲେକର ୧-୧ଲେଖାଏଁ ଓ୍ବିକେଟ ଅକ୍ତିଆର କରିଥିଲେ । ଭାରତ ସମ୍ମୁଖରେ ୧୭୩ରନ୍‌ର ଟାର୍ଗେଟ ରଖିଥିଲା ଟିମ୍‌।

ଭାରତ ପାଇଁ ମ୍ୟାଚରେ ଓପନର ୟଶସ୍ୱୀ ଜୟସୱାଲ୍ ୧୦୫ ଓ ଦିବ୍ୟାଶଂ ସକସେନା ୫୯ ରନ୍ ସଂଗ୍ରହ କରିଛନ୍ତି । ଉଭୟ ପ୍ରଥମ ୱିକେଟ ପାଇଁ ୧୭୬ ରନର ପାର୍ଟନରସିପ୍ କରିଛନ୍ତି । ଏହି ଟୁର୍ଣ୍ଣାମେଣ୍ଟରେ ଓପନିଂ ୱିକେଟ୍ ପାଇଁ ଏହା ସବୁଠାରୁ ବଡ ପାର୍ଟନରସିପ୍ । ଯଶସ୍ୱୀ ଓ ଦିବ୍ୟାଶଂ ଟୁର୍ଣ୍ଣାମେଣ୍ଟରେ ଦ୍ୱିତୀୟ ଥର ପାଇଁ ଶତକୀୟ ପାର୍ଟନରସିପ୍ କରିଛନ୍ତି ।

   Related Posts