ସାମୁଦ୍ରିକ ଝଡ଼ ଉରର୍ସୁଲା ପାଇଁ ୧୬ ଜଣଙ୍କ ମୃତ୍ୟୁ
26/12/2019 at 10:29 PM

ଫିଲିପାଇନସ ୨୬/୧୨: ଫିଲିପାଇନସକୁ ମାଡ଼ କରିଥିବା ସାମୁଦ୍ରିକ ଝଡ଼ ଉରର୍ସୁଲା ପାଇଁ ୧୬ ଜଣଙ୍କ ମୃତ୍ୟୁ ହୋଇଛି। ଉପକୂଳବର୍ତ୍ତୀ ଅଞ୍ଚଳରେ ବ୍ୟାପକ କ୍ଷୟକ୍ଷତି ଘଟାଇଛି ଏହି ସାମୁଦ୍ରିକ ଝଡ଼ । ବିଶେଷ କରି ସମାର ରାଜ୍ୟରେ ଏହି ଝଡ଼ ଲ୍ୟାଣ୍ଡଫଲ କରିଥିଲା । ଫଳରେ ଏହି ଅଞ୍ଚଳରେ ଭୀଷଣ ପବନ ସହିତ ବର୍ଷା ହୋଇଛି ।
୧୫୦ କିଲୋମିଟରରୁ ଅଧିକ ବେଗରେ ପବନ ବହିଥିଲା। ତେବେ ଏହି ଝଡ଼ ଫିଲିପାଇନସର ପଶ୍ଚିମ ଉପକୂଳ ଅତିକ୍ରମ କରିବା ସହିତ ବ୍ୟାପକ ଅଞ୍ଚଳରେ କ୍ଷୟକ୍ଷତି ଘଟାଇଛି । ୫ ଜଣ ମତ୍ସ୍ୟଜୀବୀ ସମୁଦ୍ରକୁ ମାଛ ମାରିବାକୁ ଯାଇ ନିଖୋଜ ହୋଇଯାଇଛନ୍ତି । ୫୮ ହଜାର ଲୋକଙ୍କୁ ସ୍ଥାନାନ୍ତରୀତ କରାଯାଇଥିବାବେଳେ ୧୬ଶହ ଲୋକଙ୍କୁ ବାତ୍ୟା ଆଶ୍ରୟ ସ୍ଥଳକୁ ନିଆଯାଇଥିଲା।