Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ଜାପାନରେ ସାମୁଦ୍ରିକ ଝଡ ‘ଜେବି’ର ତାଣ୍ଡବ ଲୀଳା

5/09/2018 at 3:20 PM

ଜାପାନ ୫/୯(ବ୍ୟୁରୋ) : ଜାପାନରେ ‘ଜେବି’ ଟାଇଫୁନର ତାଣ୍ଡବ ଲୀଳା ।  ଗତକାଲି ଲ୍ୟାଣ୍ଡଫଲ କରିବାପରେ ରଚିଥିଲା ଧ୍ବଂସଲୀଳା। ବାତ୍ୟା ଯୋଗୁ ଏଯାଏଁ ୧୦ ଜଣଙ୍କର ମୃତ୍ୟୁ ହୋଇଥିବାବେଳେ ୧୦୦ରୁ ଉର୍ଦ୍ଧ୍ବ ଆହତ ହୋଇଛନ୍ତି। ଦୀର୍ଘ ୨୫ ବର୍ଷ ଭିତରେ  ଏଭଳି ଝଡତୋଫାନକୁ ସାମ୍ନା କରିଛନ୍ତି ଜାପାନବାସୀ। ମଙ୍ଗଳବାର ହଠାତ୍ ପବନ ବହିବା ସହିତ ଆରମ୍ଭ ହୋଇଯାଇଥିଲା ଜେବିର ବିତ୍ପାତ। ଘଣ୍ଟା ପ୍ରତି ପ୍ରାୟ ୨୧୬ କିଲୋମିଟରରେ ପ୍ରବାହିତ ହୋଇଥିଲା ଏହି ଚକ୍ରବତୀ ତୁଫାନ ଜେବି ।  ନିମିଷକମଧ୍ୟରେ  ରଚିଥିଲା ଧ୍ବସଲୀଳା। କେଉଁଠି ଘରର ଛାତକୁ ସୋଲ  ପରି ଉଡାଇ ନେଇଛି ତ ଆଉ କେଉଁଠି ବାତ୍ୟା ପ୍ରଭାବରେ ବଡ ବଡ ବିଲ୍ଡିଂ ଭୁଶୁଡିଯାଇଛି। ରାସ୍ତାରେ ଯାଉଥିବା କାର ଗୁଡିକ ଜେବିର କୋପରୁ ବର୍ତି ପାରିନି। ଗାଡିକୁ ଗାଡି ମାଡ ହୋଇ ଅନେକ ଗାଡି ନିଆଁରେ ଜଳିଯାଇଛି। ବଡ ବଡ ଟାୱାରଗୁଡିକ ପବନର ବେଗରେ ଭାଙ୍ଗି ଚୁରମାର ହୋଇଯାଇଛି। ସମୁଦ୍ରରେ ଥିବା ଜାହାଜ ବି ଜେବିର  କରାଳ ରୂପ ଆଗରେ ନାଚାର ହୋଇଥିଲା। ତୋଫାନର ବେଗ ଏତେ ଅଧିକ ଥିଲା ଯେ ଜାହାଜ କେଉଁଠାରୁ ଆସି କାନସାଇ ବିମାନବନ୍ଦର ନିକଟସ୍ଥ ବ୍ରିଜେରେ ଆସି ମାଡ ହୋଇଥିଲା।ଏହି ସମୟରେ ସମୁଦ୍ର ଅଶାନ୍ତ ହୋଇଥିବାରୁ ବଡ ବଡ ଢେଉ ଲୋକଙ୍କୁ ଆତଙ୍କିତ କରିଛି। ଜେବି ତୋଫାନ ଯୋଗୁ ଜାପାନର ଜନଜୀବନ ଅସ୍ତବ୍ୟସ୍ତ ହୋଇପଡିଛି। ସାଧାରଣ ଜୀବନ ପ୍ରଭାବିତ ହୋଇଛି।ରେଳସେବା, ବିମାନସେବା  ଓ ଯାନବାହାନ ଚଳାଚଳ ଠପ୍ ହୋଇଯାଇଛି। ଜାପାନରେ ଚଳାଚଳ କରୁଥିବା ଛଅ ଶହରୁ ଅଧିକ ଘରୋଇ ବିମାନର ଚଳାଚଳକୁ ବାତିଲ କରାଯାଇଛି।ଜେବି ତୋଫାନ ଯୋଗୁ କାନସାଇ ବିମାନବନ୍ଦର ସବୁଠୁ ଅଧିକ କ୍ଷତିଗ୍ରସ୍ତ ହୋଇଛି। ବିମାନବନ୍ଦରରେ ପାଣି ମାଡିଯାଇ କୃତ୍ରିମ ବନ୍ୟା ପରିସ୍ଥିତି ସୃଷ୍ଟି ହୋଇଥିବାରୁ ବିମାନ ବନ୍ଦରକୁ ଅନିର୍ଦ୍ଧିଷ୍ଟ କାଳ ପର୍ଯ୍ୟନ୍ତ ବନ୍ଦ ରଖିବାକୁ କର୍ତ୍ତୃପକ୍ଷ ନିଷ୍ପତ୍ତି ନେଇଛନ୍ତି।ଏଭଳି ଘଡିସନ୍ଧି ମୁହୁର୍ତ୍ତରେ ଦେଶବାସୀଙ୍କୁ ସାନ୍ତ୍ବନା ଦେଇଛନ୍ତି ଜାପାନ ପ୍ରଧାନମନ୍ତ୍ରୀ ସିଞ୍ଜୋ ଆବେ। ବାତ୍ୟା ଯୋଗୁ ଧ୍ବଂସ ହୋଇଯାଇଥିବା ଭିତ୍ତିଭୂମିର ପୁନଃନିର୍ମାଣ କରିବାକୁ ତାଙ୍କ ସରକାର ଜୋରୋସୋରରେ କାମ କରିବେ ବୋଲି ଦେଶବାସୀଙ୍କୁ ପ୍ରତିଶ୍ରୁତି ଦେଇଛନ୍ତି ଆବେ।

   Related Posts