ଜାପାନରେ ତାଣ୍ଡବ ରଚିଲା 'ହେଜିବିସ୍', ୧ମୃତ, ୩ ନିଖୋଜ, ୩୦ ଆହତ

Published By : Prameya-News7 Bureau | October 12, 2019 IST

ଟୋକିଓ: ସାମୁଦ୍ରିକ ବାତ୍ୟା 'ହେଜିବିସ୍' ଶନିବାର ହେଂସୁ ଦ୍ୱୀପରେ ଭୂ-ଭାଗକୁ ପ୍ରବେଶ କରିବା ପରେ ଦକ୍ଷିଣ-ପଶ୍ଚିମ ଦିଗକୁ ଗତି କରି ଦୁର୍ବଳ ହୋଇପଡିଛି। ତଥାପତି ବାତ୍ୟା ପ୍ରଭାବରେ ମୁଶଳଧାର ବର୍ଷା ଲାଗି ରହିଥିବା ବେଳେ ଉପକୁଳରେ ଘଣ୍ଟାପ୍ରତି ୨୧୬ କିଲୋମିଟର ବେଗରେ ପବନ ବହୁଛି।  ଜାତୀୟ ପାଣିପାଗ ବିଭାଗଙ୍କ ସୂଚନା ଅନୁସାରେ ଆଗକୁ ଆହୁରି ଭିଷଣ ବର୍ଷା ହୋଇପାରେ। ଏଣୁ ଲୋକେ ରହୁଥିବା ସ୍ଥାନ ନଛାଡିବାକୁ ଲୋକଙ୍କୁ ସତର୍କ କରାଯାଇଛି।

{"id":169369}

ସାମୁଦ୍ରିକ ବାତ୍ୟାଜନିତ ବର୍ଷା ଓ ଭୂସ୍ଖଳନରେ ଜଣକର ମୃତ୍ୟୁ ହୋଇଥିବା ସରକାରୀ ଭାବେ କୁହାଯାଇଥିବା ବେଳେ ୩ ଜଣ ନିଖୋଜ ଅଛନ୍ତି। ସେହିପରି ବିଭିନ୍ନ ସ୍ଥାନରେ ଦୁର୍ଘଟଣା ଯୋଗୁ ୩୦ ଜଣ ଆହତ ହୋଇଛନ୍ତି। ବାତ୍ୟା ଉପକୁଳକୁ ପହଞ୍ଚିବା ପୂର୍ବରୁ ଭିଷଣ ବର୍ଷା ଆରମ୍ଭ ହୋଇଯାଇଥିଲା। ଏଣୁ ନିମ୍ନାଞ୍ଚଳରୁ ୭୩ ଲକ୍ଷରୁ ଅଧିକ ଲୋକଙ୍କୁ ସୁରକ୍ଷିତ ସ୍ଥାନକୁ ବିସ୍ଥାପିତ କରାଯାଇଛି। ପୂର୍ବ ଟୋକିଓର ଚିବାରେ ଝଡ ଏକ କାରକୁ ଓଲଟାଇ ଦେଇଥିବା ବେଳେ ଲଗାଣ ବର୍ଷା ଏବେ ବନ୍ୟା ପରିସ୍ଥିତି ସୃଷ୍ଟି କରିବ ବୋଲି ଆକଳନ କରାଯାଉଛି।

{"id":169368}

ବର୍ଷା ଥମିବା ବଦଳେ ବଢୁଥିବା ଯୋଗୁ ପାଣିପାଗ ବିଭାଗ ଜରୁରିକାଳୀନ ସତର୍କତା ଜାରି କରିଛନ୍ତି। ବାତ୍ୟାପ୍ରଭାବରେ ଝଡତୋଫାନ ଯୋଗୁ ଟୋକିଓ ନରିତା ବିମାନ ବନ୍ଦରରୁ ସମସ୍ତ ଉଡାଣ ରଦ୍ଦ କରାଯାଇଛି। ଫଳରେ ୧ହଜାର ୫ଶହ ବିମାନର ଉଡାଣ ପ୍ରଭାବିତ ହୋଇଛି।   ଇତିମଧ୍ୟରେ ବନ୍ୟା ଓ ଭୂ-ସ୍ଖଳନ ନେଇ ସରକାରଙ୍କ ନିକଟକୁ ରିପୋର୍ଟ ପହଞ୍ଚିଥିବା ଜନୈକ ଅଧିକାରୀ କହିଛନ୍ତି। ବାତ୍ୟା ପ୍ରଳୟଙ୍କର ପରିସ୍ଥିତି ସୃଷ୍ଟି କରିବ ବୋଲି ପାଣିପାଗ ବିଭାଗ ଅଗ୍ରୀମ ସତର୍କତା ଜାରି କରିଥିଲେ। ଏଥିରେ ବାତ୍ୟା ଅତିକ୍ରମ କରିବା ମାର୍ଗରେ ଅଭୂତ ପୂର୍ବ ବର୍ଷା ହେବ ବୋଲି ଲୋକଙ୍କୁ ସତର୍କ କରାଯିବା ସହ ସ୍ଥାନେସ୍ଥାନେ ୩୧ ଇଞ୍ଚ ପର୍ଯ୍ୟନ୍ତ ବର୍ଷା ରେକର୍ଡ ହୋଇପାରେ ବୋଲି ମଧ୍ୟ କୁହାଯାଇଥିଲା।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.