Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଦେବାଳିଆ ଦ୍ଵାର ଦେଶରେ ଥିବା ଶ୍ରୀଲଙ୍କା ପାଇଁ ଅକ୍ସିଜେନ ପାଲଟିଲା ଭାରତ, ଦେଲା ଏତେ କୋଟି ସହାୟତା
  • ||
  • ପଞ୍ଚାୟତ ନିର୍ବାଚନ ପାଇଁ କଂଗ୍ରେସର ୧୮ ଜଣିଆ ନିର୍ବାଚନ କମିଟି, ନରସିଂହ ଅଧ୍ୟକ୍ଷ
  • ||
  • ପଞ୍ଚାୟତ ନିର୍ବାଚନ: ପ୍ରଥମ ଦିନରେ ନାମାଙ୍କନପତ୍ର ଦାଖଲ କଲେ ୮୭୭୨ ଜଣ ପ୍ରାର୍ଥୀ
  • ||
  • ପୁଣି ନିରାଶ ହେଲେ ସୁମିତ୍, ଆବେଦନ ଖାରଜ କଲେ ଏସଡିଜେଏମ କୋର୍ଟ
  • ||
  • ପଞ୍ଚାୟତ ନିର୍ବାଚନ ପୂର୍ବରୁ ହିଂସା ! ସମିତି ସଭ୍ୟାଙ୍କ ଗାଡି ଜାଳିଦେଲେ ଦୁର୍ବୃତ୍ତ
  • ||
  • ମହିଳାଙ୍କ ଦେହରେ ନିଆଁ ଲଗାଇ ଦେଲେ ଧରମ ଭାଇ ! ଗୁରୁତର ଅବସ୍ଥାରେ ହସ୍ପିଟାଲରେ ଭର୍ତ୍ତି
  • ||
  • ବିଲଡର୍ ସଂସ୍ଥାର ଘର ଉପରେ ବୋମାମାଡ, ୩ ଶ୍ରମିକ ଆହତ
  • ||
  • ରାଜ୍ୟରେ ଆଉ ୩ ଜଣଙ୍କ ଜୀବନ ନେଲା କରୋନା, ମୃତ୍ୟୁ ସଂଖ୍ୟା ୮୪୮୪କୁ ବୃଦ୍ଧି
  • ||
  • ରାଜ୍ୟରେ ୧୦ ହଜାର ଉପରେ ଦୈନିକ ସଂକ୍ରମଣ : ୨୪ ଘଣ୍ଟାରେ ଚିହ୍ନଟ ହେଲେ ୧୦୪୮୯ କୋଭିଡ୍ ପଜିଟିଭ୍, ୧୧୪୪୪୦୧ରେ ପହଞ୍ଚିଲା ସଂଖ୍ୟା
  • ||
  • ଦେଶରେ ୨୪ ଘଣ୍ଟାରେ ବାହାରିଲେ ୨ ଲକ୍ଷ ୫୮ ହଜାରରୁ ଅଧିକ କରୋନା ପଜିଟିଭ୍, ୩୮୫ ମୃତ
  • ||

ଏହି ବ୍ଲଡ୍ ଗ୍ରୁପର ଲୋକଙ୍କ ଉପରେ ରହିଛି କରୋନାର ଅଧିକ ବିପଦ, ଜର୍ମାନୀ ଗବେଷକଙ୍କ ନୂତନ ଖୁଲାସା

6/06/2020 at 6:05 PM

ନୂଆଦିଲ୍ଲୀ ୦୬।୦୬: ବ୍ଲଡ ଗ୍ରୁପ-ଏ ଥିବା ଲୋକେ କରୋନା ସଂକ୍ରମଣରେ ଅଧିକ ଶିକାର ହୋଇ ପାରନ୍ତି। ସର୍ବ ପ୍ରଥମେ ଚୀନର ମେଡିକାଲ ବୈଜ୍ଞାନିକ ଏହି ସୂଚନା ଦେଇଥିଲେ ଯେ, ଗୁରୁତର ସଂକ୍ରମିତଙ୍କ ମଧ୍ୟରେ ଏ ବ୍ଲଡ୍‌ ଗ୍ରୁପ ଥିବା ଲୋକଙ୍କ ସଂଖ୍ୟା ଅଧିକ ରହିଛି। ଏବେ ଜର୍ମାନୀ ଗବେଷକ ମଧ୍ୟ ଏହା ଉପରେ ମୋହର ମାରିଛନ୍ତି।

ଜର୍ମାନୀ ୟୁନିଭର୍ସିଟି ଅଫ କିଲ୍‌ର ଗବେଷକ କହିଛନ୍ତି ଗ୍ରୁପ ଏ ବ୍ଲଡ ଥିବା ଲୋକ କରୋନାରେ ଗମ୍ଭୀର ଭାବେ ସଂକ୍ରମିତ ହେବାର ସମ୍ଭାବନା ୫୦ ପ୍ରତିଶତରୁ ଅଧିକ ରହିଛି। ସେମାନେ ଏମିତି ଅସୁସ୍ଥ ହୋଇ ପାରନ୍ତି ଯେ, ଅକ୍ସିଜେନ୍ ଏବଂ ଭେଣ୍ଟିଲେଟରର ଆବଶ୍ୟକତା ପଡିପାରେ।

ଡେଲି ମେଲ୍‌ରେ ଛପିଥିବା ରିପୋର୍ଟ ଅନୁଯାୟୀ ସମ୍ଭବତଃ ଏହି କାରଣରୁ ଅନେକ ସୁସ୍ଥ ଓ ଫିଟ୍‌ ଯୁବକ ମଧ୍ୟ କରୋନାର ଗମ୍ଭୀର ସଂକ୍ରମଣରେ ସଂକ୍ରମିତ ହେଉଛନ୍ତି। ଆମେରିକା, ସ୍ପେନ ସହିତ ଅନେକ ଦେଶରେ ସୁସ୍ଥ ଓ ଫିଟ୍ ଯୁବକଙ୍କ ମଧ୍ୟ ମୃତ୍ୟୁ ଘଟିଛି।

ୟୁନିଭର୍ସିଟି ଅଫ କିଲ୍‌ର ରିସର୍ଚ୍ଚର ଏ ବ୍ଲଡ୍ ଗ୍ରୁପ ଥିବା ଲୋକଙ୍କୁ ହେବାକୁ ଥିବା ବିପଦର ଚିହ୍ନଟ ଲାଗି ଇଟାଲୀ ଓ ସ୍ପେନର ୧୬୧୦ ରୋଗୀଙ୍କୁ ନେଇ ତଥ୍ୟର ସମୀକ୍ଷା କରାଯାଇଥିଲା। ଅଧ୍ୟୟନରେ ରୋଗୀଙ୍କ ଜିନୋମର ପରୀକ୍ଷା କରାଯାଇଥିଲା। ଏହା ପରେ ଏଥିରେ ଖାସ୍‌ ପାର୍ଟନ୍‌ର ସନ୍ଧାନ କରିବାକୁ ଚେଷ୍ଟା କରାଯାଇଥିଲା। ଏହାର ତୂଳନା ଅନ୍ୟ ୨୨୦୫ ଲୋକଙ୍କ ଅଧ୍ୟୟନ ସହ କରାଗଲା, ଯେଉଁମାନେ କରୋନା ସଂକ୍ରମିତ ହୋଇନଥିଲେ।

ଏଥିରୁ ଜଣା ପଡିଲା ଯେ, A ବ୍ଲଡ ଗ୍ରୁପ ଥିବା ଲୋକଙ୍କୁ କରୋନା ସଂକ୍ରମଣ ହେବାର ବିପଦ ଅଧିକ ରହିଛି। O ବ୍ଲଡ ଗ୍ରୁପ୍‌ ଥିବା ଲୋକଙ୍କଠାରେ କରୋନା ସଂକ୍ରମଣର ବିପଦ କମ ଥିବା ଗବେଷଣାରୁ ଜଣା ପଡିଛି।

   Related Posts