ମହାପ୍ରଭୁଙ୍କ ନନ୍ଦିଘୋଷ ରଥ ଉପରେ ସେଲ୍‌ଫି ନେଲେ ୨ ଯୁବକ, ସୋସିଆଲ୍ ମିଡିଆରେ କଲେ ଅପଲୋଡ୍

Published By : Prameya-News7 Bureau | July 21, 2021 IST

ପୁରୀ ୨୧।୭: ମହାପ୍ରଭୁଙ୍କ ନନ୍ଦିଘୋଷ ରଥ ଉପରେ ଦୁଇ ଜଣ ଯୁବକ । ଦୁଇ ଯୁବକ ସେଲଫି ନେଇ ସୋସିଆଲ ମିଡିଆରେ ଭାଇରାଲ୍ କରିଛନ୍ତି ଫଟୋ । ଏହି ଦୁଇ ଯୁବକ ସେବାୟତ ନା’ ଅଣସେବାୟତ ସ୍ପଷ୍ଟ ହୋଇନାହିଁ । ନନ୍ଦିଘୋଷ ରଥରେ ଏହିପରି ଫଟୋ ଉଠାଇ ସୋସିଆଲ ମିଡିଆରେ ସେମାନେ ନିଜକୁ ଧନ୍ୟ ମନେ କରିଥିବା ଲେଖିଛନ୍ତି । ତେବେ ଯଦି ଏହି ଯୁବକ ସେବାୟତ ହୋଇଥାନ୍ତେ ତାହାଲେ ଏହି ଲେଖା ହୋଇନଥାନ୍ତା।  

{"id":483668,"width":749,"height":412,"sizeSlug":"large","linkDestination":"none"}

ସେମାନେ ପ୍ରଭୁ ଜଗନ୍ନାଥଙ୍କ ସିଂହାସନରେ ବସି ଫଟୋ ଉଠାଇଛନ୍ତି । ଯେତେବେଳେ କୌଣସି ଭକ୍ତ ରଥ ସ୍ପର୍ଶ କରିପାରୁନାହାନ୍ତି ତାହାଲେ କେମିତି ରଥ ଉପରେ ଏହି ଦୁଇ ଯୁବକ ନନ୍ଦିଘୋଷ ରଥରେ ଚଢି ସେଲଫି ନେଲେ ସେନେଇ ସେବାୟତମାନେ ପ୍ରଶ୍ନ ଉଠାଇଛନ୍ତି । ଏହାସହ ଏହି ଦୁଇ ଯୁବକ ନନ୍ଦିଘୋଷ ରଥର ସାରଥୀଙ୍କ ସହ ମଧ୍ୟ ଫଟୋ ଉଠାଇଛନ୍ତି ।  

{"id":483669,"width":749,"height":412,"sizeSlug":"large","linkDestination":"none"}

ସବୁଠାରୁ ବଡକଥା ହେଲା ଏତେ ପୋଲିସ ଅଧିକାରୀ ଓ କର୍ମଚାରୀ ରଥ ଚତୁଃପାର୍ଶ୍ବରେ ଜଗି ରହିଥିଲେ ମଧ୍ୟ କଡା ସୁରକ୍ଷା ବଳୟକୁ ଭେଦ କରି ଏହି ଦୁଇ ଯୁବକ ରଥ ଉପରେ ଫଟୋ ଉଠାଇଲେ କିପରି ? ରଥ ଉପରେ ଫଟୋ ଉଠାଇବା ବାରଣ ରହିଥିବାବେଳେ କିପରି ଏହି ଦୁଇ ଯୁବକ ଫଟୋ ଉଠାଇଲେ ? 

wp:html /wp:html

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.