ଚେକ୍ ପୋଷ୍ଟରେ ପୋଲିସ ଉପରକୁ ଛେପ ପକାଇଲେ ଦୁଇ ଅମାନିଆ ଗାଡି ଚାଳକ, ଉଭୟଙ୍କୁ ବଞ୍ଚାଇବା ପାଇଁ ଲୋକେ ଫିଙ୍ଗିଲେ ପଥର

Published By : Prameya-News7 Bureau | April 09, 2020 IST

ସାୱାଇ ମାଧୋପୁର ୯।୪: କରୋନା ଭାଇରସ୍ ସଂକ୍ରମଣକୁ ରୋକିବା ପାଇଁ ସମଗ୍ର ଦେଶରେ ୨୧ ଦିନିଆ ଲକ୍ ଡାଉନ୍ କରାଯାଇଛି । ଏହା ସତ୍ତ୍ବେ କିଛି ଲୋକ ଲକ୍ ଡାଉନ୍ ଉଲ୍ଲଂଘନ କରି ମଜା କରିବା ପାଇଁ ରାସ୍ତାରେ ବୁଲିଛନ୍ତି । ଏମାନଙ୍କ ମଧ୍ୟରୁ କିଛି ଲୋକ ଏଭଳି ଅଛନ୍ତି ଯେଉଁମାନେ ପୋଲିସକୁ ଦେଖିବା ପରେ ଘରକୁ ଫେରିଆସୁଥିବା ବେଳେ କିଛି ଲୋକ ପୋଲିସ କର୍ମଚାରୀଙ୍କ ସହ ଝଗଡା କରୁଛନ୍ତି ।

{"id":251350,"sizeSlug":"large"}

ବୁଧବାର ଦିନ ରାଜସ୍ଥାନର ସାୱାଇ ମାଧୋପୁରରୁ ଏଭଳି ଏକ ମାମଲା ସାମ୍ନାକୁ ଆସିଛି । ଯେଉଁଠାରେ ବାଇକରେ ବୁଲିବାକୁ ଯାଉଥିବା ଦୁଇ ଯୁବକଙ୍କୁ ଚେକ୍ ପୋଷ୍ଟରେ ଅଟକା ଯାଇଥିଲା । ଯେତେବେଳେ ପୋଲିସ କର୍ମଚାରୀଙ୍କ ଦ୍ବାରା ସେମାନଙ୍କୁ ପ୍ରଶ୍ନ ପଚରାଯାଇଥିଲା, ଉଭୟ ଯୁବକ ପ୍ରଥମେ ଦୁର୍ବ୍ୟବହାର କରିଥିଲେ, ପରେ ପୋଲିସ ଉପରକୁ ଛେପ ପକାଇଥିଲେ । ପୋଲିସ ଏହି ଦୁଇ ଯୁବକଙ୍କୁ ଧରିବା ବେଳକୁ ଉଭୟ ବାଇକ୍ ଛାଡି ଘଟଣାସ୍ଥଳରୁ ପଳାଇ ଯାଇଥିଲେ ।

{"id":251351,"sizeSlug":"large"}

ଜଣେ ବରିଷ୍ଠ ପୋଲିସ ଅଧିକାରୀଙ୍କ କହିବା ଅନୁସାରେ, ଦୁଇ ଯୁବକ ସେମାନଙ୍କ ବାଇକକୁ ଘଟଣାସ୍ଥଳରେ ଛାଡି ହସାନପୁରା ଢାଣି ଆଡକୁ ଦୌଡିଥିଲେ । ସେମାନେ ଭୟ କରୁଥିଲେ ଯେ ଘଟଣାସ୍ଥଳରେ ଥିବା ବାଇକ୍ ଜରିଆରେ ନା କେବଳ ପୋଲିସ ସେମାନଙ୍କ ନିକଟରେ ପହଞ୍ଚିବ ବରଂ ସେମାନଙ୍କ ବାଇକ୍ ମଧ୍ୟ ଜବତ କରିନେବ । ଏହି ଭୟ ଯୋଗୁଁ ଦୁଇ ଯୁବକ ପ୍ରାୟ ୩୦-୪୦ ଲୋକଙ୍କୁ ଏକାଠି କରି ଚେକ୍ ପୋଷ୍ଟରେ ଉପସ୍ଥିତ ପୋଲିସ କର୍ମଚାରୀଙ୍କ ଉପରେ ଆକ୍ରମଣ କରିଥିଲେ ।

{"id":251352,"sizeSlug":"large"}

ପୋଲିସର ସୂଚନା ଅନୁସାରେ, ଘଟଣାସ୍ଥଳରେ ପହଂଚିଥିବା ଏହି ଲୋକମାନେ ନିକଟରେ ଥିବା ରେଳ ଲାଇନ୍ ରୁ ପଥର ଉଠାଇ ପୋଲିସ କର୍ମଚାରୀଙ୍କ ଉପରକୁ ଫିଙ୍ଗିବା ଆରମ୍ଭ କରିଥିଲେ । ପୋଲିସ କର୍ମଚାରୀମାନେ ସେଥିରୁ ବର୍ତ୍ତିବା ପାଇଁ ବ୍ୟାରିକେଡିଂକୁ ବ୍ୟବହାର କରିଥିଲେ । ଏହାସହ ଘଟଣା ସଂପର୍କରେ କଣ୍ଟ୍ରୋଲ ରୁମକୁ ଜଣାଇଥିଲେ । ସୂଚନା ପାଇବା ମାତ୍ରେ ନିକଟସ୍ଥ ଥାନାରୁ ଫୋର୍ସ ଆସି ଘଟଣାସ୍ଥଳରେ ପହଞ୍ଚିଥିଲା । ଏଥିସହିତ ଆକ୍ରମଣକାରୀମାନେ ପୋଲିସ ଫୋର୍ସକୁ ଦେଖିବା ପରେ ପଳାଇ ସ୍ଥାନ ଛାଡି ପଳାଇଯାଇଥିଲେ ।

{"id":251354,"sizeSlug":"large"}

ପୋଲିସ କର୍ମଚାରୀଙ୍କୁ ଆକ୍ରମଣ କରିଥିବା ଲୋକଙ୍କ ସନ୍ଧାନରେ ନିକଟସ୍ଥ ବସ୍ତିରେ ସର୍ଚ୍ଚ ଅପରେସନ୍ କରାଯାଇଥିଲା । ଏହି ମାମଲାରେ ପୋଲିସ ତିନି ଅଭିଯୁକ୍ତଙ୍କୁ ଗିରଫ କରିଛି । ଏଥି ସହିତ କଲେକ୍ଟର ନନୁମଲ ପହାଡିଆ ଏବଂ ଏସପି ସୁଧୀର କୁମାର ଘଟଣାସ୍ଥଳ ପରିଦର୍ଶନ କରିଥିଲେ । ମାମଲାର ଗମ୍ଭୀରତାକୁ ଦୃଷ୍ଟିରେ ରଖି ଉକ୍ତ ଅଞ୍ଚଳରେ ପୋଲିସ ଫୋର୍ସ ମୁତୟନ କରାଯାଇଛି । ଏହାସହ ପୋଲିସର କିଛି ଟିମ୍ ଘଟଣାରେ ସଂପୃକ୍ତ ଅନ୍ୟ ଅଭିଯୁକ୍ତଙ୍କୁ ଖୋଜୁଛନ୍ତି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.