ଦୁଇ ଦିନରେ ଦୁଇ ଯୁବକଙ୍କ ସନ୍ଦେହଜନକ ମୃତ୍ୟୁ : ଝୁଲନ୍ତା ଅବସ୍ଥାରେ ଜଣଙ୍କର, ପୋଖରୀରୁ ଅନ୍ୟ ଜଣଙ୍କର ମୃତଦେହ ଉଦ୍ଧାର
28/11/2019 at 10:28 AM

ମହାକାଳପଡା ୨୮।୧୧: କେନ୍ଦ୍ରାପଡା ଜିଲ୍ଲା ମହାକାଳପଡା ଥାନା ଜଅଁରା ଗଁ।ରେ ଦୁଇ ଯୁବକଙ୍କ ରହସ୍ୟଜନକ ମୃତ୍ୟୁକୁ ନେଇ ସ୍ଥାନୀୟ ଅଞ୍ଚଳରେ ଚାଞ୍ଚଲ୍ୟ ଖେଳିଯାଇଛି ।

ଗତ ୨୬ ତାରିଖ ରାତିରେ ଜଅଁରା ଗ୍ରାମର ୨୨ବର୍ଷ ବୟସ୍କ ପ୍ରଶାନ୍ତ ସାହୁ ଓ ୩୫ ବର୍ଷ ବୟସ୍କ ଅଶୋକ ପରିଡା । ପ୍ରଶାନ୍ତ ସାହୁଙ୍କ ଘରେ ରାତିରେ ମାଂସ ଭୋଜି କରି ଖାଇ ଘର ପଛପଟରେ ଥିବା ନିରୋଳା ଘରେ ଶୋଇଥିଲେ । ମାତ୍ର ୨୭ ତାରିଖ ଦିନ ଓଢଣୀରେ ଝୁଲନ୍ତା ଅବସ୍ଥାରେ ପ୍ରଶାନ୍ତ ସାହୁଙ୍କ ଶବ ଉଦ୍ଧାର ହୋଇଥିଲା । ପାଖରେ ମଦ ବୋତଲ ଏବଂ ଦାନାଦାର କୀଟନାଶକ ମଧ୍ୟ ଥିଲା । ଅଶୋକର ଗାଡି ଥିଲା ମାତ୍ର ଅଶୋକ ନିଖୋଜ ଥିଲେ ।

ପରିବାର ଲୋକ ସନ୍ଦେହ କରୁଥିଲେ ଅଶୋକ ହିଁ ପ୍ରଶାନ୍ତକୁ ହତ୍ୟା କରିଛି ବୋଲି । ମାତ୍ର ଆଜି ସକାଳୁ ପ୍ରଶାନ୍ତଙ୍କ ବାଡି ପଟ ପୋଖରୀରୁ ମିଳିଛି ଅଶୋକଙ୍କ ମୃତଦେହ । ଅଶୋକଙ୍କ ମୁଣ୍ଡରେ ଆଘାତ ଲାଗିଥିବାର ଜଣାପଡିଛି । ଏହି ଦୁଇ ଜଣଙ୍କ ରହସ୍ୟଜନକ ମୃତ୍ୟୁକୁ ନେଇ ସ୍ଥାନୀୟ ଅଞ୍ଚଳରେ ଶୋକାକୂଳ ପରିବେଶ ସୃଷ୍ଟି ହୋଇଛି ।