ବ୍ରିଜ୍‌ରେ ପିଟିହୋଇ ନାଳକୁ ଖସିଲା ବାଇକ୍, ଘଟଣାସ୍ଥଳରେ ୨ ଯୁବକଙ୍କ ମୃତ୍ୟୁ

Published By : Prameya-News7 Bureau | November 19, 2020 IST

ସମ୍ବଲପୁର ୧୯।୧୧: ଭାରସାମ୍ୟ ହରାଇ ବ୍ରିଜ୍‌ରେ ପିଟିହୋଇ ନାଳକୁ ଖସିଲା ବାଇକ୍ । ଦୁର୍ଘଟଣାରେ ଦୁଇ ଜଣଙ୍କର ମୃତ୍ୟୁ ହୋଇଛି । ଘଟଣାସ୍ଥଳରେ ପୋଲିସ ପହଞ୍ଚି ଉଦ୍ଧାର କରିଛି ।

{"id":364019,"sizeSlug":"large"}

ସୂଚନାଯୋଗ୍ୟ ଯେ, ସମ୍ବଲପୁର ଜିଲ୍ଲା ରେଢାଖୋଲ ନାକଟିଦେଉଳ ରାସ୍ତା ଡିମିରିକୁଦା ବ୍ରିଜରେ ଦୁର୍ଘଟଣା ଘଟିଛି । ବୁଧବାର ବିଳମ୍ବିତ ରାତିରେ ବ୍ରିଜ୍ ଉପରେ ବାଇକ୍ ପିଟି ହେବା ଯୋଗୁଁ ନାଳ ତଳକୁ ଖସି ପଡିଥିଲେ ବାଇକ୍ । ଘଟଣାସ୍ଥଳରେ ଦୁଇ ଯୁବକଙ୍କ ମୃତ୍ୟୁ ହୋଇଛି । ନାଳରୁ ବାଇକ୍ ସମେତ ଦୁଇ ଯୁବକଙ୍କ ମୃତଦେହ ଉଦ୍ଧାର ହୋଇଛି । ଘଟଣାସ୍ଥଳରେ ପୋଲିସ ପହଞ୍ଚି ମୃତଦେହ ଉଦ୍ଧାର କରିଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.