ଚିତ୍ରୋତ୍ପଳା ନଦୀରେ ଗାଧୋଇବା ବେଳେ ବୁଡିଯାଇ ଦୁଇ ଯୁବକ ମୃତ

Published By : Prameya-News7 Bureau | March 13, 2020 IST

ମାର୍ଶାଘାଇ ୧୩।୩: ନଦୀରେ ବୁଡି ଦୁଇ ଯୁବକ ମୃତ । ଗାଧୋଇବା ବେଳେ ବୁଡିଯାଇ ଦୁଇ ଯୁବକଙ୍କ ମୃତ୍ୟୁ ହୋଇଥିବା ଜଣାପଡିଛି ।

{"id":237436,"sizeSlug":"large"}

ସୂଚନାଯୋଗ୍ୟ ଯେ, କେନ୍ଦ୍ରାପଡା ଜିଲ୍ଲା ପାଟକୁରା ଚିତ୍ରତ୍ପୋଳା ନଦୀରେ ମୁସଲିମ୍ ବସ୍ତିର ଯୁବକମାନେ ଗାଧୋଇଥିବା ବେଳେ ଏଭଳି ଅଘଟଣ ଘଟିଛି । ଗାଧୋଉଥିବା ବେଳେ କୌଣସି ଅସାବଧାନତା ଯୋଗୁଁ ଦୁଇ ଜଣ ବୁଡି ଯାଇଥିଲେ । ସ୍ଥାନୀୟ ଲୋକ ସେମାନଙ୍କୁ ଉଦ୍ଧାର କରି ପାଟକୁରା ମେଡିକାଲରେ ଭର୍ତ୍ତି କରିଥିଲେ । ସେଠାରେ ଡାକ୍ତର ଉଭୟଙ୍କୁ ମୃତ ଘୋଷଣା କରିଛନ୍ତି । ମୃତକ ହେଲେ ପାଟକୁରା ମୁସଲିମ୍ ବସ୍ତିର ସାହିକ ଖାନ୍ (୨୦) ଏବଂ ହସନ୍‌ ଖାନ୍‌ (୧୮) । ଉଭୟଙ୍କ ମୃତ୍ୟୁ ପରେ ସ୍ଥାନୀୟ ଅଞ୍ଚଳରେ ଶୋକର ଛାୟା ଖେଳିଯାଇଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.