ବେଣ୍ଟପଦା ଗାଁରେ ଗୋଷ୍ଠୀ ସଂଘର୍ଷ, ଦୁଇ ଯୁବକଙ୍କୁ ଭୁଜାଲିରେ ଆକ୍ରମଣ
4/07/2020 at 10:15 AM

ଆଠଗଡ ୪।୭: ପୂର୍ବ ଶତ୍ରୁତାରୁ ନେଇ ଗୋଷ୍ଠୀ ସଂଘର୍ଷ । ସଂଘର୍ଷରେ ଦୁଇ ଜଣ ଯୁବକ ଗୁରୁତର ହୋଇଛନ୍ତି । ଗୁରୁତରଙ୍କୁ ମେଡିକାଲରେ ଭର୍ତ୍ତି କରାଯାଇଛି । ଘଟଣାର ତଦନ୍ତ ଜାରି ରଖିଛି ପୋଲିସ ।
ସୂଚନାଯୋଗ୍ୟ ଯେ, କଟକ ଜିଲ୍ଲା ଆଠଗଡ ଥାନା ଅନ୍ତର୍ଗତ ବେଣ୍ଟପଦା ଗାଁରେ ଗୋଷ୍ଠୀ ସଂଘର୍ଷ ହୋଇଛି । ଫଳରେ ଦୁଇ ଜଣ ଯୁବକ ଗୁରୁତର ହୋଇଛନ୍ତି । ବେଣ୍ଟପଦା ଗାଁ ଗୌଡସାହି ନିକଟରେ ପୂର୍ବ ଶତ୍ରୁତାକୁ ନେଇ ପ୍ରଥମେ ଯୁକ୍ତି ତର୍କ ହୋଇଥିଲା । ପରେ ଭୁଜାଲିରେ ତାଙ୍କୁ ଆକ୍ରମଣ କରାଯାଇଥିଲା ।
ଆକ୍ରମଣରେ ଆହତ ଦୁଇ ଯୁବକଙ୍କୁ ପ୍ରଥମେ ଆଠଗଡ ମେଡିକାଲରେ ଭର୍ତ୍ତି କରାଯାଇଥିଲା । ପରେ ତାଙ୍କ ଅବସ୍ଥା ଅତି ଗୁରୁତର ହେବାରୁ ତାଙ୍କୁ କଟକ ବଡ ମେଡିକାଲ ସ୍ଥାନାନ୍ତର କରାଯାଇଛି । ଘଟଣା ସମ୍ପର୍କରେ ଖବର ପାଇବା ପରେ ଆଠଗଡ ପୋଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି ।