ଅଶ୍ଳୀଳ ଫଟୋ ଦେଖାଇ ମହିଳାଙ୍କୁ ବ୍ଲାକମେଲିଂ, ଦୁଇ ଯୁବକ ଅଟକ

Published By : Prameya-News7 Bureau | September 02, 2020 IST

ସୋର ୨।୯: ଅଶ୍ଳୀଳ ଫଟୋ ଦେଖାଇ ମହିଳାଙ୍କୁ ବ୍ଲାକମେଲିଂ ଅଭିଯୋଗ ହୋଇଛି । ଅଭିଯୋଗରେ ଦୁଇ ଯୁବକଙ୍କୁ ଅଟକ ରଖିଛି ।

ସୂଚନାଯୋଗ୍ୟ ଯେ, ସୋର ଅଞ୍ଚଳର ଜଣେ ବିବାହିତା ମହିଳାଙ୍କୁ ସୁନା ବ୍ୟବସାୟୀ ଗୁହାଲଡି ଗ୍ରାମର ଗଦାଧର ପୃଷ୍ଟି ଅଶ୍ଳୀଳ ଫଟୋ ଦେଖାଇ ଦୁଇମାସ ଧରି ହଇରାଣ ହରକତ କରୁଥିଲା । ମହିଳା ଜଣଙ୍କ ଏଥିରେ ଅତିଷ୍ଠ ହୋଇ ସ୍ବାମୀଙ୍କୁ ଜଣାଇଥିଲେ । ପରେ ଏ ନେଇ ସୋର ଥାନାରେ ଅଭିଯାଗ କରିବାରୁ ପୋଲିସ ତଦନ୍ତ କରି ଗଦାଧର ଓ ତାର ସହଯୋଗୀକୁ ଅଟକ ରଖି ତଦନ୍ତ କରୁଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.