ପୁରୀରେ ସାମ୍ବାଦିକଙ୍କ ଉପରେ ଆକ୍ରମଣ ଘଟଣା : ଥାନାରେ ଦୁଇ ଯୁବକ ଅଟକ
2/02/2019 at 3:31 PM

ପୁରୀ ୨|୨: ରାଜ୍ୟରେ କାର୍ଯ୍ୟରତ ସାମ୍ବାଦିକଙ୍କ ଉପରେ ହେଉଛି ଆକ୍ରମଣ । ପୁରୀରୁ ପଟ୍ଟାମୁଣ୍ଡାଇ ସବୁଠି ଦୁର୍ବୃତ୍ତଙ୍କ ରାଜ୍ । ପୁରୀ ପ୍ରମେୟ ପ୍ରତିନିଧି ଆକ୍ରମଣ ଘଟଣାରେ ୨ ଯୁବକଙ୍କୁ ଅଟକ ରଖି ପଚରାଉଚରା କରୁଛି ପୋଲିସ । ଏମାନେ ବେଲେଶ୍ବର ପାଟଣା ଅଞ୍ଚଳର ବୋଲି ପ୍ରାଥମିକ ତଦନ୍ତରୁ ଜଣାପଡିଛି ।
ଗତକାଲି ଖବର ସଂଗ୍ରହ ବେଳେ ପୁରୀ ମେରାଇନ୍ ଥାନା ବେଲେଶ୍ବର ପାଟଣାଠାରେ ସ୍ଥାନୀୟ କିଛି ଯୁବକ ତାଙ୍କୁ ମରଣାନ୍ତକ ଆକ୍ରମଣ କରିଥିଲେ । ଘଟଣାସ୍ଥଳରେ ପିସିଆର ଭ୍ୟାନ୍ ପହଞ୍ଚି ଆହତ ସାମ୍ବାଦିକ ବିକ୍ରମ କେଶରୀ ଆଚାର୍ଯ୍ୟଙ୍କୁ ଉଦ୍ଧାର କରି ପୁରୀ ସଦର ମୁଖ୍ୟ ଚିକତ୍ସାଳୟରେ ଭର୍ତ୍ତି କରିଥିଲା । ଏ ନେଇ ଘଟଣାକୁ ନେଇ ମେରାଇନ୍ ଥାନାରେ ସାମ୍ବାଦିକଙ୍କ ପକ୍ଷରୁ ଏତଲା ଦିଆଯାଇଥିଲା । ରାଜ୍ୟରେ ବାରମ୍ବାର ସାମ୍ବାଦିକଙ୍କୁ ଆକ୍ରମଣ ନେଇ ବିଭିନ୍ନ ମହଲରେ ନିନ୍ଦା କରାଯାଇଛି । ତେବେ ସାମ୍ବାଦିକଙ୍କୁ ସୁରକ୍ଷା ଦେବାକୁ ପୋଲିସ ମହାନିର୍ଦ୍ଦେଶକଙ୍କୁ ଚିଠି ଲେଖାଯାଇଛି ।