ଡୁଙ୍ଗୁରିପାଲି ବ୍ଲକ୍ ଅଫିସରେ ଫାଙ୍କା ଗୁଳି ଚାଳନା କଲେ ଦୁଇ ଯୁବକ

Published By : Prameya-News7 Bureau | February 11, 2019 IST

ଡୁଙ୍ଗୁରିପାଲି ୧୧|୨: ସୁବର୍ଣ୍ଣପୁର ଡୁଙ୍ଗୁରିପାଲି ବ୍ଲକ୍ କାର୍ଯ୍ୟାଳୟରେ ଫାଙ୍କା ଗୁଳିଚାଳନା ହୋଇଛି । ଆଦଜି ଅପରାହ୍ନରେ ବ୍ଲକ୍ କାର୍ଯ୍ୟାଳୟ ପରିସରରେ ପିଠା କାର୍ଯ୍ୟକ୍ରମ ପ୍ରସ୍ତୁତି ବୈଠକ ଚାଲିଥିବାବେଳେ ଗୁଳିମାଡ ହୋଇଛି । ବୈଠକ ଚାଲିଥିବାବେଳେ ହଠାତ୍ ୨ଜଣ ଯୁବକ ଭିତରକୁ ପ୍ରବେଶ କରିଥିଲେ ।ଚେରୁପାଲି ଇଓଙ୍କୁ ଡାକି ଅଶ୍ଳିଳ ଭାଷାରେ ଗାଳିଗୁଲଜ କରିଥିଲେ । ଫଳରେ ଏହାକୁ ସରପଞ୍ଚ ତଥା ଅନ୍ୟମାନେ ବିରୋଧ କରିଥିଲେ । ଯୁବକ ଦୁଇଜଣଙ୍କୁ ମାଡ ମରାଯାଇଥିଲା । ସେହି ସମୟରେ ଜଣେ ଯୁବକ ବାଇକ୍ ନିକଟକୁ ଯାଇ ପିସ୍ତଲ ବାହର କରି ଆଣିଥିଲେ ଏବଂ ଫାଙ୍କା ଗୁଳିଚାଳନା କରିଥିଲେ । ପରେ ସେଠାରୁ ଉଭୟ ଫେରାର ହୋଇଯାଇଥିଲେ । ଘଟଣାସ୍ଥଳରେ ପୋଲିସ ପହଞ୍ଚି ତଦନ୍ତ ଆରମ୍ଭ କରିଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.