Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ବିଜେଡିରେ ମିଶିବେ ପ୍ରଦୀପ ମାଝୀ, କହିଲେ ନବୀନଙ୍କ ହାତମୁଠା ଟାଣ କରିବି
  • ||
  • ଆଇଆଇଟି ଜମ୍ମୁର ନୂତନ ଗୃହ ଲୋକାର୍ପଣ କରିବେ ଗୃହମନ୍ତ୍ରୀ ଅମିତ ଶାହ, ଉପସ୍ଥିତ ରହିବେ କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ
  • ||
  • ରାଜ୍ୟରେ କମୁଛି କରୋନା ଗ୍ରାଫ୍: କୋଭିଡ୍ ନେଲା ଆଉ ୪ ଜଣଙ୍କ ଜୀବନ
  • ||
  • ଉପରତଳ ହେଉଛି କରୋନା ଗ୍ରାଫ୍ : ୨୪ ଘଣ୍ଟାରେ ବାହାରିଲେ ୪୪୭ କୋଭିଡ୍ ପଜିଟିଭ୍
  • ||
  • ଦେଶରେ ୨୪ ଘଣ୍ଟାରେ ବାହାରିଲେ ୧୫ ହଜାରରୁ ଅଧିକ କରୋନା ପଜିଟିଭ୍, ୫୬୧ ମୃତ
  • ||
  • ଚିଲିକାକୁ ଆସିଲେଣି ବିଦେଶୀ ପକ୍ଷୀ, ସୁରକ୍ଷା ପାଇଁ ବନ ବିଭାଗ ପ୍ରସ୍ତୁତ
  • ||
  • ଲକ୍ଷ୍ମୀପୁର ହିଂସାର ମୁଖ୍ୟ ଅଭିଯୁକ୍ତ ଆଶିଷ ମିଶ୍ରାଙ୍କୁ ଡେଙ୍ଗୁ, ଚିକିତ୍ସା ପାଇଁ ହସ୍ପିଟାଲରେ ଭର୍ତ୍ତି
  • ||
  • କମୁଛି ତାପମାତ୍ରା, ଦାରିଙ୍ଗିବାଡିରେ ୧୧ ଡିଗ୍ରୀକୁ ଖସିଲା ପାରଦ
  • ||
  • ସୁପର ସଣ୍ଡେରେ ସୁପର ମୁକାବିଲା : ଟି୨୦ ବିଶ୍ୱକପରେ ଭାରତ-ପାକିସ୍ତାନ ହାଇଭୋଲଟେଜ୍ ଫାଇଟ୍
  • ||

ସେଲ୍‌ଫି ନେବାବେଳେ ୧୦୦୦ଫୁଟ ଖାଇରେ ଖସିପଡିଲେ ଦୁଇ ଯୁବକ, ଦିନକ ପରେ ମିଳିଲା ମୃତଦେହ

2/09/2020 at 3:05 PM

ଭୋପାଳ ୨।୯: ସେଲଫି ନେବା ହେଲା କାଳ । ମଧ୍ୟପ୍ରଦେଶ ବଡଓ୍ବାନୀ ଜିଲ୍ଲାରେ ମୋବାଇଲରେ ସେଲଫି ନେବା ବେଳେ ପ୍ରାୟ ୧୦୦୦ଫୁଟ ଖାଇରେ ଖସିପଡିବାରୁ ଦୁଇ ଜଣ ଯୁବକଙ୍କ ମୃତ୍ୟୁ ହୋଇଛି । ପୋଲିସର ସୂଚନା ଅନୁସାରେ ଧାର ଜିଲ୍ଲାର ଡହି କସବେରେ ରହୁଥିଲେ ଦୁଇ ଜଣ ଯୁବକ । ସୋମବାର ଦିନ ବଡଓ୍ବାନୀ ଜିଲ୍ଲା ମୁଖ୍ୟାଳୟରୁ ପ୍ରାୟ ୫୦ କିଲୋମିଟର ଦୂରରେ ଥିବା ପର୍ଯ୍ୟଟନସ୍ଥଳୀ ରାମଗଢକୁ ଯାଇଥିଲେ । ଉଭୟଙ୍କ ବୟସ ଯଥାକ୍ରମେ ୨୫ ବର୍ଷ ଏବଂ ୨୨ ବର୍ଷ ।

ପ୍ରତ୍ୟକ୍ଷଦର୍ଶୀଙ୍କ କହିବା ଅନୁସାରେ ବର୍ଷା ଯୋଗୁଁ କୁହୁଡି ଭଳି ହୋଇଯାଇଥିଲା । ଫଳରେ ସେମାନେ ସେଲଫି ନେବା ବେଳେ ଗଭୀର ଖାଇ ଦେଖିପାରିନଥିଲେ । ଫଳରେ ପ୍ରାୟ ୧୦୦୦ ଫୁଟର ଖାଇରେ ଖସିପଡିଥିଲେ । ଘଟଣା ସଂପର୍କରେ ପୋଲିସକୁ ସୂଚନା ଦେଇଥିବା ବ୍ୟକ୍ତି କହିଛନ୍ତି ଯେ, ସେ ମଧ୍ୟ ସେମାନଙ୍କୁ ଖୋଜିବାକୁ ଏବଂ ସେମାନଙ୍କୁ ସାହାଯ୍ୟ କରିବାକୁ ଖାଇକୁ ଓହ୍ଲାଇ ଥିଲେ । ମାତ୍ର ସେଠାରେ ତାଙ୍କୁ ଜଣଙ୍କର ମୃତଦେହ ମିଳିଥିଲା ।

ସେ ଆହୁରି ମଧ୍ୟ କହିଥିଲେ ଯେ, ସୋମବାର ଅଧିକ ଅନ୍ଧାର ହୋଇଯାଇଥିଲା ଏଥିପାଇଁ ସେ ଖାଇରୁ ବାହାରକୁ ଆସିଯାଇଥିଲେ ଏବଂ ପୋଲିସକୁ ଘଟଣା ସଂପର୍କରେ ସୂଚନା ଦେଇଥିଲା । ପୋଲିସ ସୋମବାର ଦିନ ମୃତଦେହ ଖାଇରୁ ବାହାରକୁ ବାହାର କରିବାକୁ ଉଦ୍ୟମ କରିଥିଲେ ମାତ୍ର ଅନ୍ଧାର ଏବଂ ଖରାପ ପାଗ ଯୋଗୁଁ ବିଫଳ ହୋଇଥିଲେ । ପରେ ପୋଲିସ ମଙ୍ଗଳବାର ସକାଳେ ଉଭୟ ଯୁବକଙ୍କୁ ଖାଇରୁ ବାହାରକୁ ବାହାର କରିଥିଲେ । ଶବ ବ୍ୟବଚ୍ଛେଦ ପରେ ମୃତକଙ୍କ ପରିବାରଲୋକଙ୍କୁ ହସ୍ତାନ୍ତର କରିଦେଇଥିଲେ ।

   Related Posts